ଅଶ୍ଲୀଳ ଚଳଚ୍ଚିତ୍ର ର୍ୟାକେଟ୍‌ ଚଳାଉଥିଲେ କୁନ୍ଦ୍ରା

July 20, 2021, ଦେଶ, , Anupambharat News Bureau


ଅଶ୍ଲୀଳ ଚଳଚ୍ଚିତ୍ର ର୍ୟାକେଟ୍‌ ଚଳାଉଥିଲେ କୁନ୍ଦ୍ରା
Anupambharat News Bureau
July 20, 2021


ନୂଆଦିଲ୍ଲୀ,୨୦ା୭:ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ଭାବେ ପରିଚିତ ରାଜ କୁନ୍ଦ୍ରା ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତìତ ହେଉଥିବା ବିଭିନ୍ନ ଅଶ୍ଲୀଳ (ପର୍ଣ୍ଣ) ଚଳଚ୍ଚିତ୍ର ର୍ୟାକେଟର ମାଷ୍ଟର ମାଇଣ୍ଡ ଥିଲେ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି । ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଓ ତାହାଙ୍କ ଜ୍ୱାଇଁଙ୍କୁ ମୁମ୍ବାଇ ପୋଲିସ ଆଜି ଗିରଫ କରି ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ରହସ୍ୟ ଖୋଳତାଡ଼ ଆରମ୍ଭ କରିଛି । ରାଜ କୁନ୍ଦ୍ରାଙ୍କ ଜ୍ୱାଇଁ ପ୍ରଦୀପ ବକ୍ସି ଇଂଲଣ୍ଡରେ କମ୍ପାନୀ ଚଳାଉଥିବା ବେଳେ ରାଜ କୁନ୍ଦ୍ରା ଉକ୍ତ କମ୍ପାନୀ ସହାୟତାରେ ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହେଉଥିବା ଅଶ୍ଲୀଳ ଚଳଚ୍ଚିତ୍ର ପ୍ରସ୍ତìତ କରୁଥିଲେ । ଭାରତରେ ଏଭଳି ଆପତ୍ତି ଜନକ ତଥା ଯୌନ ଉଦ୍ଦିପକ ଚଳଚ୍ଚିତ୍ର ପ୍ରସ୍ତìତ କରି ତାହା ଇଂଲଣ୍ଡକୁ ପଠାଯାଉଥିଲା । ରାଜ କୁନ୍ଦ୍ରାଙ୍କ କମ୍ପାନୀ ବିଅନ୍‌ ଇଣ୍ଡଷ୍ଟ୍ରି ଲିମିଟେଡ ପ୍ରତିଷ୍ଠିତ ଥିବା ବେଳେ ଏହାକୁ ଉଭୟ କୁନ୍ଦ୍ରା ଓ ପତ୍ନୀ ଶିଳ୍ପା ପରିଚାଳନା କରୁଛନ୍ତି । ବକ୍ସି ଜଣେ ବ୍ରିଟିଶ ନାଗରିକ ହୋଇଥିବା ବେଳେ ସେ କୁନ୍ଦ୍ରାଙ୍କ ଭଉଣୀଙ୍କୁ ବିବାହ କରିଥିଲେ । ବକ୍ସିଙ୍କ ଲଣ୍ଡନରେ କ୍ୟାନେରିନ୍‌ ଲିଃ ନାମକ କମ୍ପାନୀ ଚାଲିଛି । ଉଭୟ କୁନ୍ଦ୍ରା ଓ ବକ୍ସିଙ୍କ କମ୍ପାନୀର ମୋବାଇଲ ଆପ୍‌ ହଟ୍‌ ସଟ୍‌ସ ଡିଜିଟାଲ୍‌ ଏଣ୍ଟରଟେନମେଣ୍ଟ ପ୍ରଦର୍ଶନ ହେଉଛି, ଯାହାକି କେନେରିନ ଦ୍ୱାରା ପ୍ରସ୍ତìତ କରାଯାଇଛି । ହଟ୍‌ ସଟ୍‌ସ ଆପ୍‌ ବିଶ୍ୱର ପ୍ରଥମ ୧୮ ପ୍ଲସ୍‌ ଆପ୍‌ ଭାବରେ ବହୁ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଉଥିଲା । ଏଥିରେ କୁନ୍ଦ୍ରା ଅତ୍ୟନ୍ତ ଆକର୍ଷଣୀୟ ତଥା ରୋମାଞ୍ଚକର ମୋଡେଲ ଯୁବତୀମାନଙ୍କୁ ନେଇ ଅଶ୍ଲୀଳ ଚଳଚ୍ଚିତ୍ର ପ୍ରସ୍ତìତ କରାଯାଉଥିଲା । ଏହି ଆପ୍‌ ଦ୍ୱାରା ନାମିଦାମୀ ସେଲିବ୍ରେଟିମାନଙ୍କର ଏକ୍ସକ୍ଲìଜିଭ ଫଟୋ ବୟସ୍କଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ ହେଉଥିବା ଚଳଚ୍ଚିତ୍ର ଏବଂ ବେଆଇନ ଭାବରେ ସମ୍ପୂର୍ଣ୍ଣ ଅଶ୍ଲୀଳ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଉଥିଲା । ମୁମ୍ବାଇ ପୋଲିସ ଏଭଳି କେତେକ ହଟ୍‌ସଟ୍‌ ଚଳଚ୍ଚିତ୍ର, ଭିଡିଓ କ୍ଲିପ୍‌, ହ୍ୱାଟସଆପ୍‌ ଚାଟିଂ ପ୍ରଭୃତି ପ୍ରମାଣ ତଥ୍ୟ ସଂଗ୍ରହ କରିଛି । କୁନ୍ଦ୍ରା ଏହି ଚଳଚ୍ଚିତ୍ର ଚଳିତ ବର୍ଷ ହିଁ ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ଯେଉଁ ର୍ୟାକେଟ ଚାଲିଥିଲା ଏହାର ଖୋଳତାଡ଼ ମୁମ୍ବାଇ ପୋଲିସ ଆରମ୍ଭ କରିଛି । ନିକଟରେ ଉତ୍ତର-ପଶ୍ଚିମ ମୁମ୍ବାଇର ତଟବର୍ତ୍ତୀ ଅଞ୍ଚଳ ଭାବେ ପର୍ଯ୍ୟଟକଙ୍କ ଆକର୍ଷଣରେ ଥିବା ମାଲାଡ୍‌ ଅଞ୍ଚଳ ଏବଂ ମାଦ୍‌ଦ୍ୱୀପର ଅତ୍ୟନ୍ତ ଦୁର୍ଗମ ସ୍ଥାନରେ ଅବସ୍ଥିତ ଥିବା କେତେକ ବଙ୍ଗଳାକୁ ନେଇ ଏହି ଅଶ୍ଲୀଳ ଚଳଚ୍ଚିତ୍ର ସୁଟିଂ କରାଯାଉଥିଲା । ଚାକିରୀ ଦେବା ନାମରେ ମୁମ୍ବାଇର କିଛି ଯୁବତୀଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରାଯିବା ବେଳେ ଏନେଇ ପ୍ରଥମେ ଜଣେ ଯୁବତୀ ଅଭିଯୋଗ କରିଥିଲେ । ଏହା ପରଠାରୁ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟାଟାର ଚାହା ପ୍ୟାକେଜିଂ ୟୁନିଟ୍‌ ଉଦ୍‌ଘାଟିତ:   ୯୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ : ମୁଖ୍ୟମନ୍ତ୍ରୀ

ଟାଟାର ଚାହା ପ୍ୟାକେଜିଂ ୟୁନିଟ୍‌ ଉଦ୍‌ଘାଟିତ: ୯୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ : ମୁଖ୍ୟମନ୍ତ୍ରୀ

Read More...

ଆଜି ସୁନାବେଶ

ଆଜି ସୁନାବେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page