ଆଜିଠୁ ଟୋକିଓ ଅଲିମ୍ପିକ୍ସ

July 22, 2021, ଦେଶ, , Anupambharat News Bureau


ଆଜିଠୁ ଟୋକିଓ ଅଲିମ୍ପିକ୍ସ
Anupambharat News Bureau
July 22, 2021


ଟୋକିଓ,୨୨ା୭: ବିଶ୍ୱର ସର୍ବବୃହତ୍ତ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା ଟୋକିଓରେ ଆସନ୍ତାକାଲି ଉଦ୍‌ଘାଟିତ ହେଉଛି । ଭାରତୀୟ ସମୟ ଅପରାହ୍ନ ୪.୩୦ ମିନିଟ୍‌ରେ ପ୍ରତିଯୋଗିତାର ଉଦ୍‌ଘାଟନ ସମାରୋହ ଆୟୋଜିତ ହେବ । କରୋନା କାରଣରୁ ବର୍ଷେ ଘୁଞ୍ଚିଥିବା ଏହି ପ୍ରତିଯୋଗିତାକୁ ସବୁ ମତେ ଚକଚାକ୍ୟ କରିବା ପାଇଁ ଆୟୋଜକ ଉଦ୍ୟମ କରିଛନ୍ତି । ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ପ୍ରାୟ ୧୮ ହଜାର ପ୍ରତିଯୋଗୀ ୩୦ଟି ବିଭିନ୍ନ କ୍ରୀଡ଼ାର ୩୩୯ଟି ବିଭାଗରେ ପଦକ ପାଇଁ ଲଢ଼େଇ କରିବେ । ଏଥିପାଇଁ ଏକ ନୂତନ ଷ୍ଟାଡ଼ିୟମ୍‌ ନିର୍ମାଣ କରାଯାଇଛି । ୪୨ଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ । କରୋନା କାରଣରୁ ବର୍ଷେ ପ୍ରତିଯୋଗିତା ଘୁଞ୍ଚିଥିଲେ ମଧ୍ୟ ଏବେ ବି ସେହି ଆତଙ୍କ ଲାଗି ରହିଛି । ଅଲିମ୍ପିକ୍ସ
ସହ ଜଡ଼ିତ ପ୍ରାୟ ୮୭ ଜଣ କରୋନାରେ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ହୋଇଥିବାରୁ ଶେଷ ମୁହୂର୍ତ୍ତରେ ବାତିଲ ହୋଇଯିବା ସମ୍ଭାବନା ମଧ୍ୟରେ ଉଦ୍‌ଘାଟିତ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୪ ପ୍ରକଳ୍ପର ଉ୍‌ଦଘାଟନ ଓ ଶିଳାନ୍ୟାସ

୧୪ ପ୍ରକଳ୍ପର ଉ୍‌ଦଘାଟନ ଓ ଶିଳାନ୍ୟାସ

Read More...

 ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା କାଳ ହେଲା:  ଶ୍ୱାସରୁଦ୍ଧରୁ ତିନି ମୃତ

ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା କାଳ ହେଲା: ଶ୍ୱାସରୁଦ୍ଧରୁ ତିନି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page