୧୪ ପ୍ରକଳ୍ପର ଉ୍‌ଦଘାଟନ ଓ ଶିଳାନ୍ୟାସ

July 23, 2021, ଓଡ଼ିଶା, , Anupambharat News Bureau


୧୪ ପ୍ରକଳ୍ପର ଉ୍‌ଦଘାଟନ ଓ ଶିଳାନ୍ୟାସ
Anupambharat News Bureau
July 23, 2021


ଭୁବନେଶ୍ୱର,୨୩ା୭(ଅନୁପମ ମିଡ଼ିଆ):ରାଜ୍ୟରେ ୧୪ଟି ଶିଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦଘାଟନ କରିଛନ୍ତି । ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ୩ ହଜାର ୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ଅକ୍ଷୟ ଶକ୍ତି ଉତ୍ପାଦନ, ମେଟାଲ ଓ ଆନୁସଙ୍ଗିକ ଶିଳ୍ପରେ ପୁଞ୍ଜିନିବେଶ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ପୂର୍ବ ଭାରତର ଶିଳ୍ପ ହବ୍‌ । ସ୍ଥିର ଶିଳ୍ପ ନୀତି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି । ଇଜ ଅଫ ଡୁଇଙ୍ଗରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ସହାୟକ ହୋଇଛି । ଓଡ଼ିଶାର ଶିଳ୍ପଗୁଡିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ଅଗ୍ରଗତି ପରିଲଖିତ ହୋଇଛି । କୋଭିଡ ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ ଅଭାବକୁ ଦୂର କରିଛନ୍ତି ଶିଳ୍ପାନୁଷ୍ଠାନ ।
ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ପକ୍ଷରୁ ଅକ୍ଷୟଶକ୍ତି ପ୍ରକଳ୍ପର ଉଦ୍‌ଘାଟନ । ଆଦିତ୍ୟ ବିର୍ଲା ପକ୍ଷରୁ ୩୫୨.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି । ଝାରସୁଗୁଡାରେ ୬୪.୪୩ କୋଟି ପୁଞ୍ଜିନିବେଶରେ ହୋଇଛି ଆଲୁମିନା ରିଫାଇନାରୀ ପ୍ରକଳ୍ପ । ଖୋର୍ଦ୍ଧା ଛତାବରରେ ୨୦ କୋଟି ବ୍ୟୟରେ ହୋଇଛି ଗାମେଣ୍ଟ ୟୁନିଟ ଉଦ୍‌ଘାଟିତ ହୋଇଛି । ପାରାଦୀପରେ ସଲଫୁ୍ୟରିକ ଏସିଡ ସମ୍ପ୍ରସାରଣ ପ୍ରକଳ୍ପ କରିବ ଇଫକୋ । ସୁନ୍ଦରଗଡ ଲହୁଣୀପଡାରେ ହେବ ଲୁହାପଥର ବେନିଫିକେସନ ପ୍ଲାଣ୍ଟ । କଟକ ଖୁଣ୍ଟୁଣିରେ ହେବ ପିଭିସି ପାଇପ ଉତ୍ପାଦନ ଶିଳ୍ପ ।
ଖୋର୍ଦ୍ଧାରେ ବ୍ରିଟାନିଆ ପକ୍ଷରୁ କରାଯିବ ବିସ୍କୁଟ ଫ୍ୟାକଫ୍ରି । ସେହିପରି ଖୋର୍ଦ୍ଧା ଚମ୍ପାଝରରେ ଏନକେ ଆନନ୍ଦ ପକ୍ଷରୁ କରାଯିବ ଜୋତା କାରଖାନା । କଟକ ରାମଦାସପୁରରେ ହେବ ଥର୍ମୋ ପ୍ଲାଷ୍ଟିକ ପାଇପ କାରଖାନା, ଭାରତ ମସଲା ପକ୍ଷରୁ ରାମଦାସପୁରରେ ହେବ ଖାଦ୍ୟ ପ୍ରକ୍ରିୟାକରଣ
ୟୁନିଟ, ଚୌଦ୍ୱାରରେ ବାୟୋ ମେଡିକାଲ େୱଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ, ଅର୍ଗାନିକ ଫର୍ଟିଲାଇଜର ଉତ୍ପାଦନ ୟୁନିଟ ଓ ନୁଡୁଲସ ଉତ୍ପାଦନ କାରଖାନା ହେବ । ନଭେମ୍ବର ୨୦୧୭ରୁ ୧୯୫ଟି ପ୍ରକଳ୍ପ ରାଜ୍ୟରେ ବାସ୍ତବ ରୂପ ନେଇଛି । ୯୨ହଜାର ୪୬୦ କୋଟି ୮୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହୋଇଛି । ଏକ ଲକ୍ଷ ୧୮ ହଜାର ୨୧୧ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି  :ନୀଳାଦ୍ରି ବିଜେ ନୀତି ସମ୍ପନ୍ନ, ଆଜିଠୁ ନୀଳାଚଳ ଅବଢ଼ା

ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି :ନୀଳାଦ୍ରି ବିଜେ ନୀତି ସମ୍ପନ୍ନ, ଆଜିଠୁ ନୀଳାଚଳ ଅବଢ଼ା

Read More...

ଆଜିଠୁ ଟୋକିଓ ଅଲିମ୍ପିକ୍ସ

ଆଜିଠୁ ଟୋକିଓ ଅଲିମ୍ପିକ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page