ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

July 31, 2021, ଓଡ଼ିଶା, , Anupambharat News Bureau


ରାଜନୀତିରୁ ସନ୍ନ୍ୟାସ ନେଲେ  ବାବୁଲ ସୁପ୍ରିୟୋ
Anupambharat News Bureau
July 31, 2021


ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ବିଭିନ୍ନ ସମୟରେ ପୃଥକ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରରେ ଥିବା ଜଣେ ରାଜନେତା ବାବୁଲ ସୁପ୍ରିୟୋ ରାଜନୀତି ପ୍ରତି ସମ୍ପୂର୍ଣ୍ଣ ବିତୃଷ୍ଣା ହୋଇ ରାଜନୀତିରୁ ଓହରି ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତିକ୍ରମେ ଭାରତୀୟ ଜନତାପାର୍ଟି ବିଜେପିର ଆସନସୋଲ ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସମ୍ପୂର୍ଣ୍ଣ ଓହରି ଯାଇଛନ୍ତି । ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ବେଳେ ତାହାଙ୍କୁ କେନ୍ଦ୍ରମନ୍ତ୍ରୀ ପଦବୀରୁ ହଟାଇ ଦିଆଯାଇଥିଲା । ବଲିଉଡ଼୍‌ରେ ଜଣେ ଗାୟକ ଭାବେ ପରିଚିତ ଥିବା ବାବୁଲ ସୁପ୍ରିୟୋ ଏଣିକି ସମାଜସେବା କରିବା ପାଇଁ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ ଭାବରେ ତାହାଙ୍କ ସୋସିଆଲ୍‌ ମିଡିଆ ସାଇଟ୍‌ରେ ଘୋଷଣା କରିଛନ୍ତି ଏବଂ ରାଜନୀତିକୁ ଗୁଡ଼୍‌ବାୟ କରିଥିବା ସେ ତାଙ୍କ ସୋସିଆଲ୍‌ ମିଡିଆରେ
ଦର୍ଶାଇଛନ୍ତି । ନିଜ ଅଭିଭାବକ ଓ ପରିବାରର ସମସ୍ତ ସଦସ୍ୟଙ୍କ ଠାରୁ ମତାମତ ନେବା ପରେ ହିଁ ସେ ତୃଣମୂଳ କଂଗ୍ରେସ (ଟିଏମ୍‌ସି), କଂଗ୍ରେସ କିମ୍ବା ସିପିଆଇଏମ୍‌ କୌଣସି ଦଳକୁ ସେ ଆଉ ଫେରିବେ ନାହିଁ ବୋଲି କହିଛନ୍ତି । ସେ ସାଂସଦ ପଦବୀରୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି । ନିକଟରେ ତାହାଙ୍କୁ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀରୁ ହଟା ଯାଇଥିଲା । କିଛି ମାସ ପୂର୍ବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ କୋଲ୍‌କାତାର ଟଲିଗଞ୍ଜ ନିର୍ବାଚନ ମଣ୍ଡଳୀରୁ ସେ ୫୦ ହଜାରରୁ ଉର୍ଦ୍ଧ୍ୱ ଭୋଟ୍‌ରେ ହାରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

Read More...

ପାସ୍‌ହାର ବିଜ୍ଞାନରେ ୯୫.୧୫% ,ବାଣିଜ୍ୟରେ ୯୪.୯୬%

ପାସ୍‌ହାର ବିଜ୍ଞାନରେ ୯୫.୧୫% ,ବାଣିଜ୍ୟରେ ୯୪.୯୬%

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page