ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

August 02, 2021, ଦେଶ, , Anupambharat News Bureau


ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ
Anupambharat News Bureau
August 02, 2021


ନୂଆଦିଲ୍ଲୀ: କୋଭିଡ଼-୧୯ କରୋନା ମହାମାରୀ ସମଗ୍ର ବିଶ୍ୱରେ ଅତ୍ୟନ୍ତ ମାରାତ୍ମକ ହୋଇପଡିଛି । ଏହାର ପ୍ରତିକାର ପାଇଁ ବିଭିନ୍ନ ଦେଶରେ ଟିକାକରଣ ବ୍ୟବସ୍ଥା ଜାରି ରହିଛି । ତେବେ କେଉଁ ଟିକା କେତେ କାର୍ଯ୍ୟକ୍ରମ ଏହାକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ବେକ୍ଷଣ କରାଯାଇଛି । ଦ୍ୱିତୀୟ ଲହର ବେଳେ କୋଭିଡ଼-୧୯ର ଭିନ୍ନ ଏକ ରୂପ ଡେଲ୍‌ଟାପ୍ଲସ୍‌ ଭାରିଏଣ୍ଟ ସଂକ୍ରମଣ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । ଏହି ଡେଲ୍‌ଟା ପ୍ଲସ୍‌ ସଂକ୍ରମଣକୁ ମୁକାବିଲା କରିବା ପାଇଁ କୋଭାକ୍ସିନ ହିଁ ଅତ୍ୟନ୍ତ କାର୍ଯ୍ୟକ୍ଷମ ଓ ଫଳପ୍ରଦ ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଓ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌ ) ପକ୍ଷରୁ କୁହାଯାଇଛି । ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି କୋଭାକ୍ସିନ (ବିବିଭି-୧୫୨) ଏକ ଫଳପ୍ରଦ ଟିକା ଯାହାକି ଏୱାଇ.୧ ଭାରିଏଣ୍ଟକୁ ଧ୍ୱଂସ କରିପାରିବ । ଆଇସିଏମ୍‌ଆର୍‌ ଦ୍ୱାରା ବାୟୋ ଆର୍‌ଏକ୍ସଆଇଭିରେ ଏକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କି କୋଭାକ୍ସିନ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି । ଭାରତରେ ସାର୍ସ-କୋଭ-୨ ଭାରିଏଣ୍ଟ ବି.୧.୬୧୭.୨ ଡେଲ୍‌ଟା ଭାରିଏଣ୍ଟ ପ୍ରଥମେ ଦେଖା ଦେଇଥିଲା । ଏହାର ସଂକ୍ରମଣ ଠାରୁ ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଇଛି । କୋଭାକ୍ସିନ ଟିକା ଗଣଟିକାକରଣ କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହେବ । ଡେଲ୍‌ଟା ବିରୋଧରେ ଏହି କୋଭାକ୍ସିନ ୬୫.୨ ପ୍ରତିଶତ ହାରରେ ସୁରକ୍ଷିତ ହୋଇପାରିବ ବୋଲି ଆଇସିଏମ୍‌ଆର କହିଛି । ଚଳିତବର୍ଷ ଏପ୍ରିଲ ମାସରେ ପ୍ରଥମେ ଭାରତରେ ହିଁ ଡେଲ୍‌ଟା ଚିହ୍ନଟ ହୋଇଥିଲା । ଏହା ପରେ ପରେ ବିଶ୍ୱର ୨୦ଟି ରାଷ୍ଟ୍ରରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଥିଲା । ଜୁଲାଇ ମାସ ୩ ତାରିଖରୁ କୋଭାକ୍ସିନର ଶେଷ ପର୍ଯ୍ୟାୟ ପରୀକ୍ଷା ପରେ କମ୍ପାନୀ ପକ୍ଷରୁ କୋଭାକ୍ସିନର ସାମର୍ଥ୍ୟ ସମ୍ପର୍କରେ ପ୍ରକାଶ କରାଯାଇଛି । ଭାରତରେ ତୃତୀୟ ଲହର କରୋନା ଆଶଙ୍କା ଥିବା ଯୋଗୁଁ ବହୁ ରାଜ୍ୟରେ ତାଲାବନ୍ଦ ନୀତି ଆଜି ମଧ୍ୟ ଜାରି ରହିଛି ।
ମହାରାଷ୍ଟ୍ର ପରେ ଭାରତର କେରଳରେ ହିଁ ଅଧିକ ମାତ୍ରାରେ କୋଭିଡ଼-୧୯ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକରେ ୨୦ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ବ୍ୟକ୍ତି ନୂତନ ଭାବେ କୋଭିଡ଼-୧୯ କରୋନା ରୋଗର ସଂକ୍ରମଣର ଶିକାର ହେଉଛନ୍ତି । ଏଭଳି ୨୦ରୁ ୨୨ ହଜାର ହାରରେ ଦୈନିକ ଯଦିଓ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ ତେବେ ରାଜ୍ୟରେ ପୁଣି ଥରେ ସମ୍ପୂର୍ଣ୍ଣ ତାଲାବନ୍ଦ ଆଶଙ୍କା ଦେଖାଦେବ । ଏ ସମ୍ପର୍କରେ ରାଜ୍ୟ ସରକାର ସମୀକ୍ଷା ଆରମ୍ଭ କରିଛନ୍ତି । ଦେଶରେ ଅନ୍ୟ ରାଜ୍ୟ ତୁଳନାରେ କେରଳରେ ହିଁ ଅଧିକ ମାତ୍ରାରେ ସଂକ୍ରମଣ ବୃଦ୍ଧି ପାଇଛି ବୋଲି ଭାରତୀୟ ମେଡିକାଲ ସଂଘର କେରଳ ଶାଖାର ଗବେଷଣା ବିଭାଗର ଉପାଧ୍ୟକ୍ଷ ଡା. ରାଜୀବ ଜୟଦେବନ କହିଛନ୍ତି । କେରଳରେ ଲକ୍‌ଡ଼ାଉନ୍‌ ସମ୍ପୂର୍ଣ୍ଣ ଲକ୍‌ଡ଼ାଉନ୍‌ ସ୍ଥିତି ସୃଷ୍ଟି ହେଉଥିବା ଯୋଗୁଁ ଏହା ତୃତୀୟ ଲହର ସଂକେତ ସୃଷ୍ଟି କରିଛି । ଯଦିଓ ଗଣଶିକ୍ଷା କ୍ଷେତ୍ରରେ ଏହା ପ୍ରଭାବ ପକାଇବ ନାହିିଁ, ତେବେ ଆଞ୍ଚଳିକ ସ୍ତରରେ କିନ୍ତୁ ଏହା ପ୍ରଭାବ ପକାଇବ । କୋଭିଡ଼-୧୯ କରୋନା ମହାମାରୀ ଦେଶର ବିଭିନ୍ନ ଭାଗରେ ପୃଥକ ଧରଣର ପ୍ରଭାବ ପକାଇଛି । କେଉଁଠାରେ ୨୦୨୦ ମଧ୍ୟରେ ଦୁଇଟି ଲହର ସୃଷ୍ଟି କରିଛି ତ ଅନ୍ୟ କେଉଁଠାରେ ୨୦୨୦ ଏପ୍ରିଲ ମାସଠାରୁ ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା କୁହାଯାଇଛି । ପରେ ପରେ ସଂକ୍ରମଣର ମାତ୍ରା ଦେଶର ଅନ୍ୟ ଭାଗରେ ମଧ୍ୟ ବ୍ୟାପକ ହୋଇଥିଲା । ସଂକ୍ରମଣର ମାତ୍ରା ଉ‹ାନ ପତନ ମଧ୍ୟରେ ରହି ମଧ୍ୟ ଦୈନିକ ଏହା ୪୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଭାବିତ କରୁଛି । ତେଣୁ ମନୁଷ୍ୟର ସାମାଜିକ ଦୂରତା ଜନିତ ଆଚରଣକୁ ନିୟନ୍ତ୍ରଣ କରାନଗଲେ ତୃତୀୟ ଲହର ନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
କୋଭିଡ଼-୧୯ ମହାମାରୀର ପ୍ରଥମ ଲହର ଓ ଦ୍ୱିତୀୟ ଲହର ଭୟଙ୍କର ମହାମାରୀ ପରେ ପରେ ଦେଶରେ ଡେଲ୍‌ଟା ଭାରିଏଣ୍ଟର ଆଶଙ୍କା ସୃଷ୍ଟି ହୋଇଛି । ତେବେ ବହୁ ପରିମାଣରେ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ହଠାତ୍‌ ଜିକା ଭାଇରସ ଚିହ୍ନଟ ହୋଇଥିବା
ଜଣାପଡିବା ପରେ ଆଜି ଏକ କେନ୍ଦ୍ରୀୟ ଦଳ ମହାରାଷ୍ଟ୍ର ଗସ୍ତ କରିଛନ୍ତି । ନିକଟରେ ମହାରାଷ୍ଟ୍ରର ପୁନେ ଜିଲ୍ଲାରୁ ଜିକା ଭାଇରସ ସଂକ୍ରମଣ ହୋଇଥିବା ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ତେଣୁ ବାସ୍ତବରେ ଏହା କେତେଦୂର ସତ୍ୟ ଏହା ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଉଚ୍ଚସ୍ତରୀୟ ଦଳ ମହାରାଷ୍ଟ୍ର ଗସ୍ତ କରିଛନ୍ତି । ସେମାନେ ଜିକା ଭାଇରସ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ । ଏହା ବ୍ୟତୀତ ସଂକ୍ରମଣର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପରିଚାଳନାଗତ ସହାୟତା ପ୍ରଦାନ କରି ରାଜ୍ୟ ସରକାରଙ୍କୁ ସହଯୋଗ କରିବେ । ଯେଉଁ ତିନି ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ହିଁ ଅନ୍ତର୍ଭୁକ୍ତ ଅଛନ୍ତି । ଉକ୍ତ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବେ । ଏହା ବ୍ୟତୀତ ପରିସ୍ଥିତିର ମୁକାବିଲା କରିବା ପାଇଁ ମଧ୍ୟ ପଦକ୍ଷେପ ନେବେ । ଜିକା ପରିଚାଳନାକୁ ମୁକାବିଲା ପାଇଁ ଆକ୍ସନ ପ୍ଳାନ ମଧ୍ୟ ସରକାର ପ୍ରସ୍ତìତ କରିଛନ୍ତି । ପୁନେ ଜିଲ୍ଲାର ଏକ ଗ୍ରାମରୁ ଏହି ଜିକା ଭାଇରସ ପ୍ରଥମ ଚିହ୍ନଟ ହୋଇଛି ବୋଲି ମହାରାଷ୍ଟ୍ର ସର୍ଭେଲାନ୍ସ ଅଧିକାରୀ ଡା. ପ୍ରଦୀପ ଆୱାତେ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ ହକିର ପୁନରୁ‹ାନରେ ଓଡ଼ିଶାର ହାତ

ଭାରତୀୟ ହକିର ପୁନରୁ‹ାନରେ ଓଡ଼ିଶାର ହାତ

Read More...

ରାଜନୀତିରୁ ସନ୍ନ୍ୟାସ ନେଲେ  ବାବୁଲ ସୁପ୍ରିୟୋ

ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page