ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

May 24, 2019, ଓଡ଼ିଶା, , Anupambharat News Bureau


ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା
Anupambharat News Bureau
May 24, 2019

ନିଶ୍ଚିନ୍ତକୋଇଲ,୨୪ା୫(ଅନୁପମ ମିଡିଆ): ଚଳିତ ସାଧାରଣ ନିର୍ବାଚନରେ ମାହାଙ୍ଗା ବିଧାନସଭା ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଲଗାଥର ତିନି ଥର ମାହାଙ୍ଗାରୁ ବିଜୟ ହାସଲ କରି ହ୍ୟାଟ୍ରିକ ଅର୍ଜନ କରି ଇତିହାସ ରଚିଛନ୍ତି । ଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଲୋକପ୍ରତିନିଧି ଜନସାଧାରଣ ତାଙ୍କୁ ସ୍ୱାଗତ ଶୁଭେଚ୍ଛା ଜଣାଇଛନ୍ତି । ଏଥି ପୂର୍ବରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କୌଣସି ଦଳୀୟ ପ୍ରାର୍ଥୀ ଲଗାର ତିନିଥର ଜିିତି ପାରିନଥିବା ବେଳେ ବିପୁଳ ସଂଖ୍ୟାର ସମର୍ଥନ ମିଳିନଥିଲା । ଶ୍ରୀ ଜେନା ୨୦୦୯ ମସିହାରେ ନିକଟତମ କଂଗ୍ରେସ ପ୍ରାର୍ଥୀ ମତଲୁବ ଅଲୀଙ୍କଠାରୁ ବିଜୟ ହାସଲ କରିବା ସହ ୨୦୧୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କଠାରୁ ବିଜୟ ହାସଲ କରିଥିଲେ । ପୁନର୍ବାର ୨୦୧୯ ରେ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ଠାରୁ ୨୯, ୫୮୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବାରୁ ମନ୍ତ୍ରୀ ଶ୍ରୀ ଜେନା ମାହାଙ୍ଗାର ଜନସାଧାରଣ, ଭୋଟର ଓ ବୁଦ୍ଧିଜୀବୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ୧ ଲକ୍ଷ ୬ ହଜାର ୫୪ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନ ୭୬ ହଜାର ୪୬୯ ଖଣ୍ଡ ଭୋଟ ପାଇଥିଲେ । ଏବଂ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ୧୪,୯୨୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିପ୍ରାର୍ଥୀ ଶ୍ରୀ ଜେନା ୨୯୫୮୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତି ମାହାଙ୍ଗାରୁ ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଜେନାଙ୍କର ଏହି ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି । ମାହାଙ୍ଗାର ବିକାଶ ଧାରାରେ ନିଜକୁ ନିୟୋଜିତ କରିବା ସହ ମାହାଙ୍ଗା ଅଂଚଳର ଲୋକପ୍ରିୟତା ହାସଲ କରିପାରିଥିବାରୁ ତାଙ୍କର ଏହି ବିଜୟ ହୋଇଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଶ୍ରୀ ଜେନାଙ୍କ ବିଜୟରେ ବିଜେଡି ଦଳର କର୍ମୀମାନଙ୍କ ମହଲରେ ଉତ୍ସାହ ଦେଖାଦେବା ସହ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା , ଯୁବ ବିଜେଡି ସଭାପତି ମିହୀର ମିଶ୍ର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବିଜେଡି ମିଡିଆ ସେଲ ସଂଯୋଜକ ଯୁବନେତା ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟା ସବିତା ସାମଲ, ମହିିଳା ଫେଡେରେସନ୍‌ର ସଭାପତି କନକଲତା ଭୂୟାଁ, ସଂପାଦକ ସତ୍ୟଭାମା ଭୂୟାଁ , ଜୟରାମପୁର ପୂର୍ବତନ ସରପଂଚ ନସିମା ବିବି ପ୍ରମୁଖ ପ୍ରତି ପଂଚାୟତର ଲୋକ ପ୍ରତିନିଧି ଶ୍ରୀ ଜେନାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପ୍ରତି ପଂଚାୟତରେ ଦଳୀୟ କର୍ମୀମାନେ ଆତସବାଦୀ ଫୁଟାଇବା ସହ ବିଜେଡି ଦଳ ତଥା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଓ ବିଜୟୀ ପ୍ରାର୍ଥୀ ଶ୍ରୀ ଜେନାଙ୍କ ସଂପର୍କରେ ସ୍ଲୋଗାନମାନ ଦେଇ ଆନନ୍ଦ ମନାଉଥିବା ଦେଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

Read More...

ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page