ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

May 24, 2019, ଓଡ଼ିଶା, , Anupambharat News Bureau


ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ
Anupambharat News Bureau
May 24, 2019

ଅନୁଗୋଳ,୨୪ା୫ (ଅନୁପମ ମିଡ଼ିଆ): ଅନୁଗୋଳ ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିକୁ ଶତ ପ୍ରତିଶତ ସଫଳତା ମିଳିଛି । ଯାହାକି ଗଡ଼ରକ୍ଷା କରି ବିଜେଡ଼ି ଲଗାତାର ଭାବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ବିଜୟୀ ହୋଇ ବାଜିମାତ ମାରିଛି । ଗତ ପଞ୍ଚାୟତ ନିର୍ବାଚନରେ ଭୋଟର ଭାଜପା ମୁହାଁ ହୋଇଥିବାବେଳେ ଏହାକୁ ନେଇ ଅଙ୍କ ଓଲଟ ପାଲଟ ହେବା ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା । ଏହି ଚର୍ଚ୍ଚା ଆଲୋଚନାକୁ ଭୂଲ ସାବ୍ୟସ୍ତ କରି ବିଜେଡ଼ି ଜିଲାର ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ଓ ପାଲଲହଡ଼ାରେ ବିପୁଳ ସଖ୍ୟାରେ ବିଜୟୀ ହୋଇଛି । ଅନୁଗୋଳ, ଛେଣ୍ଡିପଦା, ତାଳଚେର ଦଳ ସେହି ବିଧାୟକ ମାନଙ୍କୁ ପ୍ରାର୍ଥୀ କରିଥିବାବେଳେ ଆଠମଲ୍ଲିକ ଓ ପାଲଲହଡ଼ାରେ ନୂଆ ମୁହଁ ଦେଇଥିଲା ।ତଥାପି ଭୋଟରମାନେ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି ।ତେଣୁ ବିଭିନ୍ନ ସ୍ଥାନରେ ବିଜେଡ଼ି ବିଜୟ ଉସିବରେ ମସଗୁଲ ଥିବାବେଳେ କଂଗ୍ରେସ ଓ ଭାଜପା ଶିବିରରେ ହତାଶ ଓ ନିରାଶ ଭାବ ଖେଳିଯାଇଥିବା ପରିଲକ୍ଷିତ ହେଉଛି । ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥି ରଜନୀକାନ୍ତ ସିଂ ୮୯୧୯ ଭୋଟରେ ବିଜୟୀ ହୋଇ ରେକର୍ଡ଼ କରିଛନ୍ତି । ତାଙ୍କ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥି ଲଗାତାର ୪ଥର ବିଧାୟକ ନିର୍ବାଚିତ ହୋଇ ନଥିବା ବେଳେ ନିଜର ଦକ୍ଷତା ଓ ଜନ ସମ୍ପର୍କକୁ ପ୍ରମାଣିତ କରିଦେଇଛନ୍ତି ରଜନୀକାନ୍ତ । ରଜନୀକାନ୍ତଙ୍କୁ ମିଶାଇ ଅନୁଗୋଳ ବିଧାନସଭା ଆସନ ପାଇଁ ୧୦ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରୁଥିଲେ । କି;ୁ ଭୋଟ ଗଣତି ଆରମ୍ଭରୁ ରଜନୀକାନ୍ତ ପ୍ରାଧାନ୍ୟ ବିସ୍ତାର କରିଥିଲେ । କିଛି ରାଉଣ୍ଡ ସେ ଆଗରେ ଥିବା ବେଳେ ପରେ ଭାଜପା ପ୍ରାର୍ଥି ପ୍ରତାପ ଚନ୍ଦ୍ର ପ୍ରଧାନ ତାଙ୍କୁ ପଛରେ ପକାଇ ଆଗକୁ ବଢ଼ିଥିଲେ । ହେଳେ ମଝିରୁ ଶେଷ ପର୍ଯ୍ୟନ୍ତ ରଜନୀକାନ୍ତ ଆଉ ପ୍ରତାପଙ୍କୁ ଆଗକୁ ଯିବାକୁ ଦେଇ ନଥିଲେ । ଲଗାତାର ଲିଡ଼ ବଜାୟ ରହିବା ପରେ ଶେଷରେ ବିଜୟୀ ହୋଇଥିଲେ । ୨୮ ରାଉଣ୍ଡରେ ଶେଷ ହୋଇଥିବା ଗଣନା ବେଳେ ରଜନୀକାନ୍ତ ୬୫୩୧୯ ଖଣ୍ଡ ଭୋଟ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ପ୍ରତାପ ପ୍ରଧାନ ୫୬୪୦୦ ଓ କଂଗ୍ରେସର ବିପ୍ଳବ ଜେନା ୩୦୫୨୦ ଭୋଟ ପାଇଥିଲେ । ରଜନୀକାନ୍ତଙ୍କ ବିଜୟ ପରେ ଅନୁଗୋଳ ବିଜେଡ଼ିରେ ଖୁସିରେ ଲହରି ଖେଳିଯାଇଛ । ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ବିଜେଡ଼ିର ସୁଶାନ୍ତ କୁମାର ବେହେରା ପୁନର୍ବାର ବିଧାୟକ ନିର୍ବାଚିତ ହୋଇଛନ୍ତି ।ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ଅଗସ୍ତି ବେହେରାଙ୍କୁ ୬୮୪୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସୁଶାନ୍ତଙ୍କୁ ମୋଟ ୭୪୮୭୯ ଖଣ୍ଡ ଭୋଟ ମିଳିଥିବାବେଳେ ଅଗସ୍ତୀଙ୍କୁ ୬୮୦୩୬ଖଣ୍ଡ ଭୋଟରେ ସ;ୁଷ୍ଟ ହେବାକୁ ପଡ଼ିଛି । ସେହିପରି କଂଗ୍ରେସ ପ୍ରାର୍ଥି ସସ୍ମିତା ବେହେରା ୧୬୫୭୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ନୋଟାରେ ୧୩୮୬ ଭୋଟ ଯାଇଥିବା ସୂଚନା ମିଳିଛି । ଭୋଟ ଗଣତି ଆରମ୍ଭରୁ ଯଦିଓ ସୁଶାନ୍ତ ଆଗରେ ଥିଲେ ତେବେ ଅଗସ୍ତି ମଝିରେ ତାଙ୍କୁ ଅତିକ୍ରମ କରିଯାଇଥିଲେ । ହେଲେ ଶେଷ ଆଡ଼କୁ ସୁଶାନ୍ତ ପୁଣି ଥରେ ଅଗେଇ ଯାଇଥିଲେ । ଏହା ସୁଶାନ୍ତଙ୍କ ଦ୍ୱିତୀୟ ବିଜୟ । ଅନ୍ୟପକ୍ଷରେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ବି ଭାଜପାର ଅଗସ୍ତିଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେହିଭଳି ତାଳଚେର ନିର୍ବାଚନ ମଣ୍ଡଳୀରେ ବ୍ରଜକିଶୋର ପ୍ରଧାନ ହ୍ୟାଟ୍ରିକ ମାରିଛନ୍ତି । ଶ୍ରୀ ପ୍ରଧାନ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୧୪ ନିର୍ବାଚନରେ ବିଜେଡ଼ିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ତେବେ ଦଳୀୟ ସୁପ୍ରିମୋ ଦ୍ୱିତୀୟ ଥର ପାଇଁ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ରଣାଙ୍ଗନାକୁ ପଠାଇଥିବାବେଳେ ଚଳିତ ନିର୍ବାଚନରେ ଭାଜପା ପ୍ରାର୍ଥୀ କାଳନ୍ଦୀ ସାମଲକୁ ୨୪୦୦୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବ୍ରଜଙ୍କୁ ୬୯୭୦୭ ଭୋଟ ମିଳିଥିବାବେଳେ ଭାଜପା ପ୍ରାର୍ଥୀ କାଳନ୍ଦୀଙ୍କୁ ୪୫୬୯୯ ଖଣ୍ଡ ଭୋଟ ମିଳିଛି । ଆଉ କଂଗ୍ରେସ ପ୍ରାର୍ଥୀ ସୁରେଶ ବେହେରାଙ୍କୁ ୪୬୦୨ ଖଣ୍ଡ ଭୋଟ ମିଳିଛି । ସେହିଭଳି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ନିକଟତମ ପ୍ରତିଦ୍ୱନ୍ଦୀ ଭାଗୀରଥି ପ୍ରଧାନଙ୍କଠାରୁ ୪୭୧୩୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଶ୍ରୀ ସାଏ ମୋଟ ୮୬୧୩୦ ଖଣ୍ଡ ହାତେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆଙ୍କୁ ୩୦୮୮୮ ଭୋଟ ମିଳିଛି । ଏବଂ ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପା ଦଳ ତ୍ୟାଗ କରି ବିଜେଡ଼ିରେ ଯୋଗଦେଇଥିବା ମୁକେଶ ପାଲ ଚଳିତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇଥିଲେ । ଆଉ ଭାଜପା ପ୍ରାର୍ଥୀ ଅଶୋକ ମହାନ୍ତିକୁ ୬୨୧୪ ଭୋଟ ବ୍ୟବଧାନରେ ପରାସ୍ତ କରି ବାଜି ମାରିନେଇଛନ୍ତି । ମୁକେଶକୁ ସର୍ବାଧିକ ୫୯୩୫୦ ଖଣ୍ଡ ମିଳିଥିିବାବେଳେ ଅଶୋକଙ୍କୁ ୫୩୧୩୬ ଖଣ୍ଡ ଭୋଟ ମିଳିଥିଲା । ତେବେ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଗଡ଼ନାୟକଙ୍କୁ ମାତ୍ର ୧୨୦୩୦ଖଣ୍ଡ ଭୋଟ ମିଳିଥିଲା । ତେବେ ବିଜେଡ଼ିର ଏହି ବିପୁଳ ବିଜୟ ପରେ ବିଜେଡ଼ି ଶିବିର ଉସିାହମୁଖର ହୋଇପଡ଼ିଥିବା ବେଳେ କଂଗ୍ରେସ ଓ ଭାଜପା ଶିବିର ଖାଁ ଖାଁ ହୋଇ ପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ,   ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ, ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

Read More...

ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page