୧୬ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

August 07, 2021, ଓଡ଼ିଶା, , Anupambharat News Bureau


୧୬ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା
Anupambharat News Bureau
August 07, 2021


ଭୁବନେଶ୍ୱର, ୭ା୮(ଅନୁପମ ମିଡ଼ିଆ): ଆସନ୍ତା ୧୬ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ଯୁକ୍ତ ଦୁଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହାର ସପ୍ତାହକ ପୂର୍ବରୁ ଆରମ୍ଭ ହେବ ବୋଲି ବିଭାଗ ନିଷ୍ପତି ନେଇଛି । ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଆବେଦନ ପାଇଁ ସମୟ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅପରପକ୍ଷେ, ମାଟ୍ରିକ ଅଫଲାଇନ୍‌ ଖାତା ଦେଖା ଆସନ୍ତା ୧୨ରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୦ ତାରିଖ ସୁଦ୍ଧା ରେଜଲଫ ପ୍ରକାଶ ପାଇବ । ଏଥିପାଇଁ ବୋର୍ଡ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରାଯିବ । ଅଫଲାଇନ୍‌ ପରୀକ୍ଷା ଦେଇଥିବା କୌଣସି ପିଲା ଯେପରି ଯୁକ୍ତ ଦୁଇରେ ଆଡମିଶନ ପାଇବାରୁ ବଞ୍ଚିତ ନ ହୁଅନ୍ତି ତା’ ଉପରେ ତୀକ୍ଷଣ ଦୃଷ୍ଟି ରଖିଛୁ । ଏପରିକି ଆବଶ୍ୟକ ପଡ଼ିଲେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଗୋଟିଏ ମାସ ପାଇଁ ରଖିବାକୁ ସ୍ଥିର କରିଛୁ ବୋଲି କହିଛନ୍ତି ମନ୍ତ୍ରୀ ।
ଏଥର ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ କଲେଜଗୁଡିକ ଆବେଦନ କରିଛନ୍ତି । ତେବେ ବିଜ୍ଞାନ ପାଇଁ ଲାବୋରେଟୋରୀ ସମସ୍ୟା ହୋଇପାରେ । ତେଣୁ ଏସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି । ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ବୈଠକ ବସିଥିଲା ।
ସେଲ® ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବୋରେଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଥିବା ମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟୋକିଓ ଅଲିମ୍ପିକ୍ସ ଉଦ୍‌ଯାପିତ

ଟୋକିଓ ଅଲିମ୍ପିକ୍ସ ଉଦ୍‌ଯାପିତ

Read More...

ବଜ୍ରପାତ ନେଲା ଛ’ ଜୀବନ

ବଜ୍ରପାତ ନେଲା ଛ’ ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page