ଟୋକିଓ ଅଲିମ୍ପିକ୍ସ ଉଦ୍‌ଯାପିତ

August 08, 2021, ବିଦେଶ, , Anupambharat News Bureau


ଟୋକିଓ ଅଲିମ୍ପିକ୍ସ ଉଦ୍‌ଯାପିତ
Anupambharat News Bureau
August 08, 2021


ଟୋକିଓ,୮ା୮: ଦୀର୍ଘ ୧୭ ଦିନ ଧରି ଟୋକିଓରେ ଆୟୋଜିତ ହୋଇଥିବା କ୍ରୀଡ଼ାର ମହାକୁମ୍ଭ ରବିବାର ଉଦ୍‌ଯାପିତ ହୋଇଛି । କରୋନା ମହାମାରୀ ଯୋଗୁ ଗୋଟିଏ ବର୍ଷ ବିଳମ୍ବ ହେବା ସହ ଶେଷ ମୁହୂର୍ତ୍ତରେ ବାତିଲ ହେବାର ଆଶଙ୍କା ମଧ୍ୟରେ ଏହି କ୍ରୀଡ଼ା ମହାକୁମ୍ଭ ଶେଷ ହୋଇଛି । ଆଜିର ସମାପନ ସମାରୋହରେ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ଭାରତୀୟ ଖେଳାଳୀଙ୍କ ତରଫରୁ ତ୍ରୀରଙ୍ଗା ଧରିଥିଲେ । କୋଭିଡ କଟକଣାକୁ ନଜରରେ ରଖି ସମାପନ ସମାରୋହରେ ଅଳ୍ପକିଛି ଖେଳାଳିଙ୍କୁ ସାମିଲ କରାଯାଇଥିଲା । ପ୍ରକାଶ ଥାଉକି ଉଦଘାଟନୀ ସମାରୋହରେ ଭାରତ ତରଫରୁ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂ ଓ ମୁଷ୍ଟିଯୋଦ୍ଧା ମ୍ୟାରିକମ୍‌ ତ୍ରୀରଙ୍ଗା ଧରିଥିଲେ । ଏହି ଖେଳ ମହାକୁମ୍ଭରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୋପ୍ୟ ଓ ଚାରିଟି ବ୍ରୋଞ୍ଜ ପାଇ ପଦକ ତାଲିକାରେ ୪୮ ନମ୍ବର ସ୍ଥାନରେ ଭାରତ ରହିଛି । ଅନ୍ୟପକ୍ଷେ ୩୯ଟି ସ୍ୱର୍ଣ୍ଣ, ୪୧ଟି ରୌପ୍ୟ ଏବଂ ୩୩ଟି ବ୍ରୋଞ୍ଜ ସହ ୧୧୩ ପକକ ପାଇ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଆମେରିକା ଏବଂ ପରେ ମୋଟ ୮୮ ପଦକ ପାଇ ଚୀନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆୟୋଜକ ଜାପାନ ୫୮ ପଦକ ପାଇ ତୃତୀୟ ସ୍ଥାନରେ ରହିଛି ।
ଆଇଓସି ମୁଖ୍ୟ ଥୋମାସ ବାଚ କ୍ରୀଡ଼ା ଉଦ୍‌ଯାପିତ ନେଇ ଘୋଷଣା କରିବା ସହ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ଅଲିମ୍ପିକ୍‌ ଯାତ୍ରା ବୋଲି ଅଭିହିତ କରିଥିଲେ । ମହାମାରୀ ଯୋଗୁ ଆୟୋଜନ ନେଇ ବର୍ଷେ ବିଳମ୍ବ ଏବଂ ବାତିଲ ଚେତାବନୀ ମଧ୍ୟରେ ଏହା ଆୟୋଜିତ ହୋଇଥିଲା ବୋଲି ଥୋମାସ ପ୍ରକାଶ କରିଛନ୍ତି । ଥୋମାସ ଟୋକିଓ ଅଲିମ୍ପିକ୍ସକୁ ଅଭୂତପୂର୍ବ ବୋଲି ଉଲ୍ଳେଖ କରିଥିଲେ । ଜଣେ ହେଲେ ଦର୍ଶକ ନଥିବା ୬୮ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଅଧ୍ୟକ୍ଷ କ୍ରୀଡ଼ାବିତଙ୍କ ଉଦ୍‌ବୋଧନ ଦେଇ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଆପଣାମନେ ବିଶ୍ୱକୁ ‘ଆଶା’ର ବହୁ ମୂଲ୍ୟବାନ ଉପହାର ଦେଇଛ ବୋଲି ଉଲ୍ଳେଖ କରିଥିଲେ । ଏଥିସହିତ ୩୨ ତମ ଟୋକିଓ ସଂସ୍କରଣ ଉଦ୍‌ଯାପିତ ହେଲା ବୋଲି ଘୋଷଣା କରିଥିଲେ । ଏହାପରେ ୨୦୨୪ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଥିବା ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଥିଲାା ଚଳିତ ଥର ବିନା ଦର୍ଶକ ଏବଂ ହାତଗଣତି ଅଫିସିଆଲଙ୍କ ଉପସ୍ଥିତିରେ ପ୍ରାୟ କ୍ରୀଡ଼ା ଆୟୋଜିତ ହୋଇଥିଲା । ଏଥି ସହିତ ବାୟୋ ସୁରକ୍ଷା ବଳୟରେ କ୍ରୀଡ଼ାବିତମାନେ ରହିବା ସହ ସାମାଜିକ ଦୂରତା ମାନି ଚଳିଥିଲେ । କେବଳ ଖାଇବା, ଶୋଇବା ଏବଂ ପ୍ରାକଫିସ ଏବଂ ପ୍ରତିଯୋଗିତାରେ ଭାଗ ନେବା ସମୟ ବ୍ୟାତିରକେ ଅନ୍ୟ ସବୁବେଳେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାଜତ ନିର୍ଯାତନା ଉପରେ ସିଜେଆଇଙ୍କ ଉଦ୍‌ବେଗ

ହାଜତ ନିର୍ଯାତନା ଉପରେ ସିଜେଆଇଙ୍କ ଉଦ୍‌ବେଗ

Read More...

୧୬ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

୧୬ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page