କଲ୍ୟାଣ ସିଂଙ୍କ ଦେହାନ୍ତ

August 21, 2021, ଦେଶ, , Anupambharat News Bureau


କଲ୍ୟାଣ ସିଂଙ୍କ ଦେହାନ୍ତ
Anupambharat News Bureau
August 21, 2021


ଲକ୍ଷ୍ମୌ,୨୧ା୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂ(୮୯)ଙ୍କ ଶନିବାର ପରଲୋକ ହୋଇଯାଇଛି । ଲକ୍ଷ୍ନୌ ସ୍ଥିତ ଏସିପିଜିଆଇ ହସ୍ପିଟାଲରେ ଏହି ବରିଷ୍ଠ ନେତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା କଲ୍ୟାଣ ସିଂଙ୍କ ଅବସ୍ଥା ଗତ କିଛି ମାସ ହେଲା ବିଗିଡ଼ିବାରେ ଲାଗିଥିଲା । ଏକ ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଥିଲେ । ତେବେ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସନଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା । ତେବେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତେ୍ୱ ଆଜି ରାତିରେ କଲ୍ୟାଣ ସିଂଙ୍କ ଦେହାନ୍ତ ଘଟିଥିବା ମେଡ଼ିକାଲ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ, କଲ୍ୟାଣ ସିଂ ଉତ୍ତର ପ୍ରଦେଶରେ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ରାଜସ୍ଥାନ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ରାମ ମନ୍ଦିର ଆନ୍ଦୋଳନରେ ସେ ଅନ୍ୟତମ ପୁରୋଧା ଥିଲେ । ଏପରିକି ଏଥି ସକାଶେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ହରାଇବାକୁ ପଡ଼ିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ତାଲିବାନର ନୂଆ ଫତୱା :  ପୁଅ, ଝିଅ ଏକାଠି   ପଢିପାରିବେ ନାହିଁ

ତାଲିବାନର ନୂଆ ଫତୱା : ପୁଅ, ଝିଅ ଏକାଠି ପଢିପାରିବେ ନାହିଁ

Read More...

ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ଦେବ ଏମ୍ସ

ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ଦେବ ଏମ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page