ତାଲିବାନର ନୂଆ ଫତୱା : ପୁଅ, ଝିଅ ଏକାଠି ପଢିପାରିବେ ନାହିଁ

August 21, 2021, ବିଦେଶ, , Anupambharat News Bureau


 ତାଲିବାନର ନୂଆ ଫତୱା :  ପୁଅ, ଝିଅ ଏକାଠି   ପଢିପାରିବେ ନାହିଁ
Anupambharat News Bureau
August 21, 2021


ନୂଆଦିଲ୍ଲୀ,୨୦ା୮: ଆଫ୍‌ଗାନିସ୍ତାକୁ ତାଲିବାନ ସମ୍ପୂର୍ଣ୍ଣ ଅକ୍ତିଆର କରିବା ପରେ ଗୋଟିଏ ପରେ ଗୋଟିଏ ପ୍ରେସ୍‌ କନଫରେନ୍ସ କରି ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏକ ଫତୱା ଜାରି କରାଯାଇଛି । ଫତୱାରେ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନରେ ପୁଅ ଓ ଝିଅ ଏକାଠି ପାଠ ପଢିବା ସବୁ ‘ଅନର୍ଥର ମୂଳ’ । ଏହି ଫତୱା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର, ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇଦିଆଯାଇଥିଲା । ଗତ ରବିବାର ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରିନେଇଥିଲା । ଏହାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାରଦିନ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସରିଆ କାନୁନ ଅଧୀନରେ ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ସୁଯୋଗ ଦିଆଯିବ । ଅନ୍ୟପକ୍ଷେ ଆଫ୍‌ଗାନିସ୍ତାନରେ ଆମେରିକା ସେନା ସମର୍ଥିତ ସରକାରଙ୍କ ପତନ ଘଟିବା ପରେ ତାଲିବାନ ଆତଙ୍କବାଦୀ ସଂଗଠନ ସମ୍ପୂର୍ଣ୍ଣ ଆଫ୍‌ଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଛି । ଏଭଳି ସ୍ଥିତିରେ ଗତ କିଛି ଦିନ ଧରି ରାଷ୍ଟ୍ରରେ ବିନା ସରକାର ଏକ ପ୍ରକାର ଅସ୍ଥିରତା ଦେଖାଦେଇଛି । କେବଳ ଆମେରିକୀୟ ସେନା ଓ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଭଳି ସ୍ଥିତିରେ ରାଜନୈତିକ ସଂକଟ ଦୂର କରିବା ପାଇଁ ତାଲିବାନ ଆତଙ୍କବାଦୀ ସଂଗଠନର ଜଣେ ସହପ୍ରତିଷ୍ଠାତା ମୁଲ୍ଲା ଅବ୍‌ଦୁଲ ଘନୀ ସରକାର ଗଠନ କରିବା ନମନ୍ତେ ଇଚ୍ଛା ପ୍ରକାଶ କରି କାବୁଲ ନଗରୀରେ ଅବତରଣ କରିଥିବା ଜଣାପଡିଛି । ଏକଦା ଆମେରିକାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିବା ଖଲ୍ଲୀ ହକାନି ମଧ୍ୟ କାବୁଲରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଏହା ସମେତ ଅନ୍ୟ କେତେକ ବରିଷ୍ଠ ତାଲିବାନ ନେତା ଉକ୍ତ ସଂଗଠନରେ ଉପସ୍ଥିତ ଥିବା ଜଣାପଡିଛି । ଉଲ୍ଲେଖ ଯେ, ହାକାନିର ମୁଣ୍ଡ ପାଇଁ ଆମେରିକା ପକ୍ଷରୁ ୫ ମିଲିୟନ ଡଲାର
ଘୋଷଣା କରାଯାଇଥିଲା । ଏକ ସ୍ୱଚ୍ଛ ସରକାର ଗଠନ କରିବା ପାଇଁ ତାଲିବାନର ଉକ୍ତ ବରିଷ୍ଠ ନେତା ବର୍‌ଦାର ଦେଶର ବରିଷ୍ଠ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବେ ଏହା ବ୍ୟତୀତ ଜିହାଦି ନେତା ଓ ରାଜନେତାମାନଙ୍କ ସହିତ ମଧ୍ୟ ଆଲୋଚନା କରି ସରକାର ଗଠନ ଦିଗରେ ଉଦ୍ୟମ ଆରମ୍ଭ କରୁଛନ୍ତି । ସୂଚନାଥାଉକି ବରଦାର ୨୦୧୦ରେ ପାକିସ୍ତାନରେ ଗିରଫ ହୋଇଥିଲା । ତେବେ ୨୦୧୮ରେ ସେ ପାକିସ୍ତାନରୁ ମୁକ୍ତ ହେବା ପରେ କାତାରରେ ପୁଣି ଥରେ ବରଦାର ପୁନର୍ବାର ଥଇଥାନ ହୋଇଥିଲା । ଦୋହା ସ୍ଥିତ ତାଲିବାନର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟଭାବେ ବରଦାର ନିଯୁକ୍ତ ହୋଇଥିଲା । ଏହା ପରେ ପରେ ସେ ଆମେରିକା ସେନାବଳ ପ୍ରତ୍ୟହାର କରାଇବା ଦିଗରେ ଚୁକ୍ତିନାମା ସମ୍ପାଦନ କରିବା ପାଇଁ କ୍ଷେତ୍ର ପ୍ରସ୍ତìତ କରାଯାଇଥିଲା । ଠିକ୍‌ ସେହିଭଳି ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ତାଲିବାନ ପୁଣି ଆଫ୍‌ଗାନିସ୍ତାନରେ ଶାସନ କ୍ଷମତାକୁ ଆସୁଥିବା ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତାଲିବାନ ସମର୍ଥନର ଯୋଗ୍ୟ ନୁହେଁ : ହସ୍‌ମତ ଘନୀ

ତାଲିବାନ ସମର୍ଥନର ଯୋଗ୍ୟ ନୁହେଁ : ହସ୍‌ମତ ଘନୀ

Read More...

କଲ୍ୟାଣ ସିଂଙ୍କ ଦେହାନ୍ତ

କଲ୍ୟାଣ ସିଂଙ୍କ ଦେହାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page