ତିନି ବୈଜ୍ଞାନିକଙ୍କୁ ନୋବେଲ

October 05, 2021, ବିଦେଶ, , Anupambharat News Bureau


ତିନି ବୈଜ୍ଞାନିକଙ୍କୁ ନୋବେଲ
Anupambharat News Bureau
October 05, 2021


ନୂଆଦିଲ୍ଲୀ, ୫ା୧୦: ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ ତିନି ବୈଜ୍ଞରନିକଙ୍କୁ ମନୋନୀତ କରାଯାଇଛି । ପଦାର୍ଥ ବିଜ୍ଞାନରେ ଉକିୃଷ୍ଟ ଗବେଷଣା ପାଇଁ ବୈଜ୍ଞାନିକ ସୁକୋରୋ ମାନବେ, ବୈଜ୍ଞାନିକ କ୍ଲାଓସ ହାସେଲ୍ମାନ ଓ ବୈଜ୍ଞାନିକ ଜିଓର୍ଜିଓ ପାରିସୀଙ୍କୁ ନୋବେଲ ପୁରସ୍କାର ମିଳିବ । ଜଟିଳ ଭୌତିକ ବୈଜ୍ଞାନିକ ପ୍ରଣାଳୀ ଗବେଷଣା ପାଇଁ ଉକ୍ତ ତିନିଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରିଯିବ ।
ରୟାଲ ସେ୍ୱଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ତିନିଜଣଙ୍କୁ ମନୋନୀତ କରାଯାଇଛି । ସୁକୋରୋ ମାନବେ ଓ କ୍ଲାଓସ ହାସେଲ୍ମାନ କାର୍ବନ ଡାଇଅକ୍ସାଇଡ ସହ ଗ୍ଲୋବାଲ ୱାର୍ମିଙ୍ଗ ବାବଦରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଥିଲେ । ସେହିପରି ଜିଓର୍ଜିଓ ପାରିସୀ ଅଣୁଠାରୁ ଗ୍ରହ ପର୍ଯ୍ୟନ୍ତ ଭୌତିକ ପ୍ରଣାଳୀରେ ଦ୍ରୁତ ପରିବର୍ତ୍ତନର ଗତି ବାବଦରେ ଗବେଷଣା କରିଛନ୍ତି ।
୧୯୩୩ରେ ଜାପାନରେ ସୁକୋରୋଙ୍କ ଜନ୍ମ ହୋଇଥିଳା । ସେ ୟୁନିର୍ଭସିଟି ଅଫ୍‌ ଟୋକିଓରେ ୧୯୫୭ରେ ପିଏଚ୍‌ଡି କରିଥିଲେ । ସେ ବର୍ତ୍ତମାନ ଆମେରିକାର ପ୍ରିନ୍ସଟନ୍‌ ୟୁନିଭରସିଟିରେ ଜଣେ ବରିଷ୍ଠ ମହାକାଶଚାରୀ ବିଜ୍ଞାନଶାସ୍ତ୍ରୀ ଅଟନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ସେ ତାଙ୍କର ଗବେଷଣା କରିଥିଲେ, ଯାହା ପରେ ତାଙ୍କୁ ମନୋନୀତ କରାଯାଇଛି । ସେହିପରି ୧୯୩୧ କ୍ଲାଓସ ହାସେଲ୍ମାନଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା । ସେ ୧୯୫୭ରେ ଜର୍ମାନୀରେ ହିଁ ପିଏଚ୍‌ଡି କରିଥିଲେ । ବର୍ତ୍ତମାନ ସେ ଜର୍ମାନୀର ମ୍ୟାକ୍ସ ପ୍ଲଙ୍କ ଇନଷ୍ଟିଚୁ୍ୟଟ ଅଫ୍‌ ମେଟ୍ରୋଲୋଜିର ପ୍ରଫେସର ଅଟନ୍ତି । ଜଳବାୟୁ ପରିବର୍ତ୍ତନକୁ ନେଇ ସେ ଏକ ମଡେଲ ତିଆରି କରିଛନ୍ତି ।
ଅନ୍ୟପଟେ ୧୯୪୮ରେ ଇଟାଲୀରେ ଜନ୍ମିତ ଜିଓର୍ଜିଓ ପାରିସୀ ରୋମରୁ ହିଁ ୧୯୭୦ରେ ପିଏଚ୍‌ଡି କରିଥିଲେ । ବର୍ତ୍ତମାନ ସେ ସ୍ପେନିଜ ୟୁନିର୍ଭସିଟି ଅଫ୍‌ ରୋମ୍‌ରେ ପ୍ରଫେସର ଅଛନ୍ତି ।
ବିଶୃଙ୍ଖଳିତ ଜଟିଳ ପଦାର୍ଥରେ ଜିଓର୍ଜିଓ ଅନେକ ଲୁMାୟିତ ଢ଼ାଞ୍ଚା ଆବିଷ୍କାର କରିଥିଲେ । ତାଙ୍କର ଆବିଷ୍କାରଗୁଡ଼ିକ ଜଟିଳ ପ୍ରଣାଳୀର ସିଦ୍ଧାନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ । ପଦାର୍ଥ ବିଜ୍ଞାନ ବ୍ୟତୀତ ସେ ଗଣିତ, ଜୀବବିଜ୍ଞାନ, ସ୍ନାୟୁ ବିଜ୍ଞାନ ଏବଂ ମେସିନ୍‌ ଲର୍ନିଂରେ ଅନେକ ମେଟେରିଆଲ୍ସ ବିଷୟରେ ସୂଚନା ଦେଇଛନ୍ତି ।
ଏହି ନୋବେଲ ପୁରସ୍କାର ଗ୍ରହଣ କରୁଥିବା ୩ ବ୍ୟକ୍ତିଙ୍କୁ ନଗଦ ୧.୧୪ ମିଲିୟନ ଡଲାର ସହିତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର:   ପେଟ୍ରୋଲ, ଡିଜେଲ ମୂଲ୍ୟ ବେଲଗାମ

ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର: ପେଟ୍ରୋଲ, ଡିଜେଲ ମୂଲ୍ୟ ବେଲଗାମ

Read More...

‘ମୋ ସରକାର’ର ସମୀକ୍ଷା : ଲୋକଙ୍କ ସହ ସିଧାସଳଖ କଥା ହେଲେ ନବୀନ

‘ମୋ ସରକାର’ର ସମୀକ୍ଷା : ଲୋକଙ୍କ ସହ ସିଧାସଳଖ କଥା ହେଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page