ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର: ପେଟ୍ରୋଲ, ଡିଜେଲ ମୂଲ୍ୟ ବେଲଗାମ

October 06, 2021, ଦେଶ, , Anupambharat News Bureau


ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର:   ପେଟ୍ରୋଲ, ଡିଜେଲ ମୂଲ୍ୟ ବେଲଗାମ
Anupambharat News Bureau
October 06, 2021


ନୂଆଦିଲ୍ଲୀ,୬ା୧୦: ଦେଶରେ କ୍ରମାଗତ ତୈଳ ଦର ବୃଦ୍ଧି ପାଉଥିବା ବେଳେ ରୋଷେଇ ଘର ଉପରେ ମଧ୍ୟ ଏଣିକି ଚଢ଼କ ପଡ଼ିବାରେ ଲାଗିଛି । ତୈଳ ସହ ଏଲ୍‌ପିଜି ସିଲିଣ୍ଡରର ଦର ତୁହାକୁ ତୁହା ବୃଦ୍ଧି ସାଧାରଣ ଜନତାଙ୍କୁ ବାଧିବାରେ ଲାଗିଛି । କରୋନା କଟକଣା ଯୋଗୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ପ୍ରତିମାସରେ ରୋଷେଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ତୈଳ ଦର ନିୟନ୍ତ୍ରଣମୁକ୍ତ ହେବା ପରଠାରୁ ବିଗତ ଦିନରେ ଏହା ୧୦୦ ଟଙ୍କାରୁ ଊର୍ଦ୍ଧ୍ୱକୁ ଟପି ଯାଇଛି, ଯାହାକି ଭାରତର ଅର୍ଥନୈତିକ ବ୍ୟବସ୍ଥାର ଏକ ର୍ଦୁଭାଗ୍ୟଜନକ ସ୍ଥିତି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଆଜି ହଠାତ୍‌ ପେଟ୍ରେଲ ଦର ୩୦ ପଇସା ହାରରେ ବୃଦ୍ଧି ଘଟିଛି । ଠିକ୍‌ ସେହିଭଳି ଡିଜେଲ ଦର ୩୫ ପଇସା ହାରରେ ବୃଦ୍ଧି ଘଟିଛି । ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୯୪ ପଇସାକୁ ବୃଦ୍ଧି ଘଟିଛି । ମୁମ୍ବାଇ ନଗରୀରେ ଏହାର ଦର ୧୦୮ ଟଙ୍କା ୯୬ ପଇସା ଥିବା ବେଳେ କୋଲକାତାରେ ଦର ୧୦୩ ଟଙ୍କା ୬୫ ପଇସା ଓ ଚେନ୍ନାଇରେ ପେଟ୍ରୋଲ୍‌ ଦର ଲିଟର ପିଛା ୧୦୦ ଟଙ୍କା ୪୯ ପଇସାକୁ ବୃଦ୍ଧି ଘଟିଛି । ଦେଶର ୧୪ଟି ପ୍ରମୁଖ ନଗରୀରେ ପେଟ୍ରୋଲ ଦର ତିନି ଅଙ୍କ ବିଶିଷ୍ଟକୁ ଅତିକ୍ରମ କରିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ ପେଟ୍ରୋଲ ଦର ସର୍ବାଧିକ ୧୧୪ଟଙ୍କା ୨୦ ପଇସାକୁ ସ୍ପର୍ଶ କରିଛି । ଠିକ୍‌ ସେହିଭଳି ଡିଜେଲ ଦର ମଧ୍ୟ ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି । ଡିଜେଲ ଦିଲ୍ଲୀ ନଗରୀରେ ଲିଟର ପିଛା ୯୧ ଟଙ୍କା ୪୨ ପଇସାରେ ବିକ୍ରି କରାଯାଉଛି । ମୁମ୍ବାଇରେ ଏହାର ଦର ୯୯ ଟଙ୍କା ଅତିକ୍ରମ କରିଛି । କୋଲକାତାରେ ୯୪.୫୩ ପଇସା ଥିବା ବେଳେ ଚେନ୍ନାଇରେ ଡିଜେଲ ଦର ଲିଟର ପିଛା ୯୫ ଟଙ୍କା ୯୩ ପଇସାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ସାଧାରଣ ଜନତାଙ୍କ ଠାରୁ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସ୍ତରରେ ବ୍ୟବହାର କରାଯାଉଥିବା ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ସିଲିଣ୍ଡର ଦାମ୍‌ ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି । ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪ କେଜି ସିଲିଣ୍ଡର ପିଛା ଦାମ୍‌ ୮୯୯ ଟଙ୍କା ୫୦ ପଇସାରେ ପହଞ୍ଚିଛି । ପୂର୍ବରୁ ଏହି ଦାମ୍‌ ୮୮୪ ଟଙ୍କା ୫୦ ପଇସା ଥିଲା । ସେହିପରି କୋଲକାତାରେ ମୂଲ୍ୟ ୯୧୧ ରୁ ୯୨୬ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ଏଲପିଜି ମୂଲ୍ୟ ୮୪୪.୫୦ ରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ଘଟିଛି ଏବଂ ଚେନ୍ନାଇରେ ସବସିଡି ନଥିବା ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୯୧୫.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ମଧ୍ୟ ଅକେଫାବର ୧ ତାରିଖରେ ତୈଳ କମ୍ପାନୀ ୧୯ କେଜି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ୪୩ ଟଙ୍କା ୫୦ ପଇସା ବଢ଼ାଇଥିଲେ । କି;ୁ ସେତେବେଳେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବଢ଼ିନଥିଲା । ଚଳିତ ବର୍ଷ ଏଲ୍‌ପିଜି ଘରୋଇ ସିଲିଣ୍ଡରରେ ୨୦୫ ଟଙ୍କା ଯାଏଁ ବୃଦ୍ଧି ହୋଇସାରିଲାଣି । ଗତ ବର୍ଷ ତୁଳନାରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଦୁଇ ଗୁଣା ବଢ଼ିଛି । ୨୦୧୪ ମାର୍ଚ୍ଚ ୧ ସୁଦ୍ଧା ଘରୋଇ ଗ୍ୟାସର ଖୁଚୁରା ବିକ୍ରୟ ମୂଲ୍ୟ ସିଲିଣ୍ଡର ପିଛା ୪୧୦.୫ ଟଙ୍କା (୧୪.୨ କିଲୋଗ୍ରାମ) ଥିଲା । ସେପେଫମ୍ବର ଆରମ୍ଭରେ, ସବସିଡି ନଥିବା ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଯାହା ପରେ ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କା ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାନ୍ଦିପୁର ଗୁଇନ୍ଦାଗିରି ଘଟଣା:  ପାକିସ୍ତାନରୁ ପରିଚାଳିତ ହେଉଥିଲା ନକଲି ଫେସବୁକ ଆକାଉଣ୍ଟ

ଚାନ୍ଦିପୁର ଗୁଇନ୍ଦାଗିରି ଘଟଣା: ପାକିସ୍ତାନରୁ ପରିଚାଳିତ ହେଉଥିଲା ନକଲି ଫେସବୁକ ଆକାଉଣ୍ଟ

Read More...

ତିନି ବୈଜ୍ଞାନିକଙ୍କୁ ନୋବେଲ

ତିନି ବୈଜ୍ଞାନିକଙ୍କୁ ନୋବେଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page