ଚାନ୍ଦିପୁର ଗୁଇନ୍ଦାଗିରି ଘଟଣା: ପାକିସ୍ତାନରୁ ପରିଚାଳିତ ହେଉଥିଲା ନକଲି ଫେସବୁକ ଆକାଉଣ୍ଟ

October 06, 2021, ଓଡ଼ିଶା, , Anupambharat News Bureau


ଚାନ୍ଦିପୁର ଗୁଇନ୍ଦାଗିରି ଘଟଣା:  ପାକିସ୍ତାନରୁ ପରିଚାଳିତ ହେଉଥିଲା ନକଲି ଫେସବୁକ ଆକାଉଣ୍ଟ
Anupambharat News Bureau
October 06, 2021


ଭୁବନେଶ୍ୱର, ୬ା୧୦(ଅନୁପମ ମିଡ଼ିଆ): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଡିଆରଡିଓ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ବିସ୍ତୃତ ଯୋଜନା ପାକିସ୍ତାନରୁ ହୋଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ପାକିସ୍ତାନରୁ ୪ଟି ନକଲି ଫେସବୁକ ଆକାଉଣ୍ଟ କରାଯାଇ ରହସ୍ୟମୟୀଙ୍କ ଜରିଆରେ ତଥ୍ୟ ହାସଲ କରାଯାଉଥିଲା । ଚାନ୍ଦିପୁର ଗୁଇନ୍ଦାଗିରି ପଛରେ ପାକିସ୍ତାନ ଲିଙ୍କ ଥିବା ନେଇ ସୂଚନା ଦେଇ ସେ କହିଛନ୍ତି ଯେ ଡିଆରଡିଓ ଗୁପ୍ତଚରି ମାମଲା ପଛରେ ଥିବା ଯୁବତୀଙ୍କ ଚାରିଟି ନକଲି ଫେସବୁକ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା ।ସେ ଆହୁରି କହିଛନ୍ତି ଯେ, ତିନୋଟି ଆକାଉଣ୍ଟ ଇସଲାମାବାଦ ଓ ଗୋଟିଏ ଆକାଉଣ୍ଟ ରାୱଲପିଣ୍ଡିରୁ ପରିଚାଳିତ ହେଉଥିଲା । ପ୍ରକ୍ସି ଆଇପି ବ୍ୟବହାର କରୁଥିବା କାରଣରୁ ଏହା ବ୍ରିଟେନ ଦେଖାଉଥିଲା । କି;ୁ ବାସ୍ତବରେ ଏହା ପାକିସ୍ତାନରୁ ହିଁ ପରିଚାଳିତ ହେଉଥିଲା । ସେ ଆହୁରି କହିଛନ୍ତି ଯେ ସେହିପରି ଏବେବି ରହସ୍ୟମୟୀଙ୍କ ଅନେକ ଅନେକ ଆକାଉଣ୍ଟ ଆକଫିଭ ଅଛନ୍ତି । ଏହି ତଥ୍ୟ ବାବଦରେ ଜଣାପଡିବା ପରେ ସେ କହିଛନ୍ତି ଯେ ଆବଶ୍ୟକ ହେଲେ ଅଭିଯୁକ୍ତମଙ୍କୁ ପୁଣିଥରେ ରିମାଣ୍ଡରେ ଅଣାଯିବ । ଉଲ୍ଲେଖନୀୟ ଯେ, ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲାରେ ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ
ରେଞ୍ଜର ଚାରି ଜଣ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ବାଲେଶ୍ୱର ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଗିରଫ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଞ୍ଜାମିନ ଓ ଡେଭିଡଙ୍କୁ ନୋବେଲ

ବେଞ୍ଜାମିନ ଓ ଡେଭିଡଙ୍କୁ ନୋବେଲ

Read More...

ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର:   ପେଟ୍ରୋଲ, ଡିଜେଲ ମୂଲ୍ୟ ବେଲଗାମ

ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର: ପେଟ୍ରୋଲ, ଡିଜେଲ ମୂଲ୍ୟ ବେଲଗାମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page