ଆଜି ଆର୍ଯ୍ୟନଙ୍କ ଜାମିନ ଶୁଣାଣି

October 26, 2021, ଦେଶ, , Anupambharat News Bureau


ଆଜି ଆର୍ଯ୍ୟନଙ୍କ ଜାମିନ ଶୁଣାଣି
Anupambharat News Bureau
October 26, 2021


ମୁମ୍ବାଇ,୨୬ା୧୦: ଡ୍ରଗ୍ସ ଅନ୍‌ କ୍ରୁଜ ମାମଲାରେ ଚର୍ଚ୍ଚାରେ ଥିବା ବଲିଉଡ଼ ଚଳଚ୍ଚିତ୍ର ତାରକା ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆଜି ଖାରଜ ହୋଇଛି । ପୁଣି ବୁଧବାର ଦିନ ତାଙ୍କ ଶୁଣାଣି ହେବ ବୋଲି କୁହାଯାଇଛି । ୨୩ ବର୍ଷ ବୟସ୍କ ଆର୍ଯ୍ୟନ ଏକ କ୍ରୁଜ ଜାହାଜ ମଧ୍ୟରେ ନିଶା ସାମଗ୍ରୀ ସହିତ ଏକ ରେଭ୍‌ ପାର୍ଟିରେ ଯୋଗଦେଇଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନ୍‌ସିବି) ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା । ବାରମ୍ବାର ଆର୍ଯ୍ୟନଙ୍କ ଜାମିନ ଖାରଜ ହେବା ପରେ ପୁଣି ବୁଧବାର ଏହାର ଶୁଣାଣି ହେବ । ଆର୍ଯ୍ୟନଙ୍କ ପାଖରେ କୌଣସି ନିଶାଦ୍ରବ୍ୟ ମହଜୁଦ ନଥିଲା ବୋଲି ବମ୍ବେ ହାଇକୋର୍ଟରେ ଯୁକ୍ତି ରଖାଯାଇଛି । ତେବେ ଏହି ମାମଲାରେ ଆର୍ଯ୍ୟନ ଖାନଙ୍କୁ ଅଭିଯୁକ୍ତ ନଂ ୧ ବୋଲି କୁହାଯାଇଛି । ଚଳିତ ମାସ ୨ ତାରିଖରେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇ ତାହାଙ୍କୁ କ୍ରୁଜ ଜାହାଜ ମଧ୍ୟରୁ ଗିରଫ କରାଯାଇଥିଲା । ସେ ୮ ତାରିଖରୁ ଜେଲ୍‌ରେ ରହିଛନ୍ତି । ପୂର୍ବତନ ଆଟୋର୍ନି ଜେନେରାଲ ମୁକୁଲ ରହତୋଗୀ ବମ୍ବେ ହାଇକୋର୍ଟରେ ଯୁକ୍ତି ରଖିଥିଲେ ଯେ, ଏକ ପୁରୁଣା ହ୍ୱାଟସଅପ ଚାଟ୍‌କୁ ଆଧାର କରି ଆର୍ଯ୍ୟନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ କ୍ରୁଜ ଜାହାଜ ଚଢ଼ାଉ ସହିତ ଆର୍ଯ୍ୟନଙ୍କ କୌଣସି ସମ୍ପର୍କ ନାହିଁ । କାରଣ ତାହାଙ୍କ ଠାରୁ କୌଣସି ନିଶାଦ୍ରବ୍ୟ ଜବତ କରାଯାଇନଥିଲା । ତେଣୁ ତାଙ୍କୁ ଗିରଫ କରାଯିବାର
ଆବଶ୍ୟକତା ନଥିଲା ବୋଲି ବରିଷ୍ଠ ଆଇନଜୀବୀ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁପ୍ରିମକୋର୍ଟଙ୍କ ଭତ୍ସନା: ପାଞ୍ଚ ହଜାର ଭିଡ଼ ଭିତରୁ ମାତ୍ର ୨୩ ଜଣ ସାକ୍ଷୀ

ସୁପ୍ରିମକୋର୍ଟଙ୍କ ଭତ୍ସନା: ପାଞ୍ଚ ହଜାର ଭିଡ଼ ଭିତରୁ ମାତ୍ର ୨୩ ଜଣ ସାକ୍ଷୀ

Read More...

ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଥାନା

ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଥାନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page