ସୁପ୍ରିମକୋର୍ଟଙ୍କ ଭତ୍ସନା: ପାଞ୍ଚ ହଜାର ଭିଡ଼ ଭିତରୁ ମାତ୍ର ୨୩ ଜଣ ସାକ୍ଷୀ

October 26, 2021, ଦେଶ, , Anupambharat News Bureau


ସୁପ୍ରିମକୋର୍ଟଙ୍କ ଭତ୍ସନା: ପାଞ୍ଚ ହଜାର ଭିଡ଼ ଭିତରୁ ମାତ୍ର ୨୩ ଜଣ ସାକ୍ଷୀ
Anupambharat News Bureau
October 26, 2021


ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲାରେ ପୁଣି ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ଚାରି ହଜାର ଭିଡ଼ ଥିବା ସ୍ଥାନରୁ ମାତ୍ର ୨୩ ଜଣ ସାକ୍ଷୀଙ୍କୁ ଯୋଗାଡ଼ କରିବା ନେଇ ଉତ୍ତରପ୍ରଦେଶ ପୋଲିସ ଉପରେ ମାନ୍ୟବର ସୁପ୍ରମକୋର୍ଟ କ୍ଷୁବ୍ଧ । ଅଧିକ ସାକ୍ଷୀ ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେବା ସହ ସାକ୍ଷୀମାନଙ୍କୁ ସୁରକ୍ଷା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହିତ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଯାହା ସାକ୍ଷାୀ ଅଛି ତାହା ବ୍ୟତୀତ ଅନ୍ୟ ସାକ୍ଷୀଙ୍କୁ ଖୋଜିବାକୁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି । ତେବେ କିଛିଦିନ ତଳେ ହୋଇଥିବା ଶୁଣାଣିରେ ଉତ୍ତରପ୍ରଦେଶ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।
ତେବେ ମାନ୍ୟବର କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ହିଂସା ସମୟରେ ରମନ କଶ୍ୟପ ନାମକ ସାମ୍ୱାଦିକ ଏବଂ ଶ୍ୟାମ ସୁନ୍ଦର ନାମକ ବ୍ୟକ୍ତିଙ୍କ ମୃତୁ୍ୟ ଘଟଣା ଉପରେ ରିପୋର୍ଟ ମାଗିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ବିହାରରେ ବିସର୍ଜନ ହେବେ ନୀତିଶ-ଏନଡିଏ’ :  ଲାଲୁ

‘ବିହାରରେ ବିସର୍ଜନ ହେବେ ନୀତିଶ-ଏନଡିଏ’ : ଲାଲୁ

Read More...

ଆଜି ଆର୍ଯ୍ୟନଙ୍କ ଜାମିନ ଶୁଣାଣି

ଆଜି ଆର୍ଯ୍ୟନଙ୍କ ଜାମିନ ଶୁଣାଣି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page