‘ବିହାରରେ ବିସର୍ଜନ ହେବେ ନୀତିଶ-ଏନଡିଏ’ : ଲାଲୁ

October 26, 2021, ଦେଶ, , Anupambharat News Bureau


‘ବିହାରରେ ବିସର୍ଜନ ହେବେ ନୀତିଶ-ଏନଡିଏ’ :  ଲାଲୁ
Anupambharat News Bureau
October 26, 2021


ପାଟନା: ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ବିଧାନସଭା ଆସନ ପାଇଁ ଧାର୍ଯ୍ୟ ଉପ-ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ସେ କୁଶେଶ୍ୱର ଆସ୍ଥାନ (ଏସସି) ଏବଂ ତାରାପୁରରେ ପ୍ରଚାର କରିବେ । ସେହିପରି ବିହାରରେ ନିତୀଶ ଓ ଏନଡିଏ ସରକାରର ବିସର୍ଜନ ନିଶ୍ଚିନ୍ତ ହେବ ।
ଗଣମାଧ୍ୟମକୁ ସୂଚନା ଦେଇ ଲାଲୁ କହିଛନ୍ତି ଯେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଟି ନିର୍ବାଚନ ହାତଛଡା କରିଛି । ବିହାରବାସୀଙ୍କ ପାଇଁ ଖୁବଶୀଘ୍ର ସୁସ୍ଥ ହୋଇଛି ସେଥିପାଇଁ ସେମାନଙ୍କୁ ବହୁତ ଭଲ ପାଏ । ଅକେଫାବର ୨୭ରେ କୁଶେଶ୍ୱର ଆସ୍ଥାନ (ଏସସି) ଏବଂ ତାରାପୁରରେ ପ୍ରଚାର କରିବି ତେଜସ୍ୱୀ ଉଭୟ ସ୍ଥାନରେ ପ୍ରଚାର କରୁଛନ୍ତି ଏବଂ ଏନଡିଏକୁ ସାମ୍ନା କରିବାକୁ ଦଳକୁ ଦୃଢ କରୁଛନ୍ତି । ସେ ଆହୁରି କହିଛନ୍ତି ଦଳ ବହୁମତରେ ଉପର୍ନିବାଚନ ଜିତିବ ।
ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦ୍ୱାରା ଉତ୍ସାହିତ କରାଯାଇଛି । ‘ଦେଶ କା ପିଏମ କୈସା ହୋ ନୀତୀଶ କୁମାର ଜେସା ହୋ’ (ଜଣେ ପ୍ରଧାନମନ୍ତ୍ରୀ ନୀତୀଶଙ୍କ ପରି ହେବା ଉଚିତ) ଏଭଳି ସ୍ଲୋଗାନ ଦେଇ ନୀତିଶଙ୍କୁ ଲୋଭ ଦେଖାଇଛି ବିଜେପି । ଏପ୍ରିଲ ମାସରେ ଝାଡଖଣ୍ଡ ହାଇକୋର୍ଟ ଯାଦବଙ୍କୁ ଜାମିନ ପ୍ରଦାନ କରିଥିଲେ । ଦୁଇ ବର୍ଷ ଧରି ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚୁ୍ୟଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାନୁଆରୀରେ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚୁ୍ୟଟ୍‌ ଅଫ୍‌ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ’

‘ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ’

Read More...

ସୁପ୍ରିମକୋର୍ଟଙ୍କ ଭତ୍ସନା: ପାଞ୍ଚ ହଜାର ଭିଡ଼ ଭିତରୁ ମାତ୍ର ୨୩ ଜଣ ସାକ୍ଷୀ

ସୁପ୍ରିମକୋର୍ଟଙ୍କ ଭତ୍ସନା: ପାଞ୍ଚ ହଜାର ଭିଡ଼ ଭିତରୁ ମାତ୍ର ୨୩ ଜଣ ସାକ୍ଷୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page