କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

May 25, 2019, ଦେଶ, , Anupambharat News Bureau


କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ
Anupambharat News Bureau
May 25, 2019

ଗାନ୍ଧୀନଗର,୨୪ା୫: ଗୁଜରାଟର ସୁରତ ସ୍ଥିତ ଏକ କୋଚିଂ ସେଣ୍ଟରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ଘଟିଛି । ଅଗ୍ନିକାଣ୍ଡରୁ ନିଜକୁ ବଞ୍ଚାଇବା ଲାଗି ଚାରିତଳ ବିଶିଷ୍ଟ ଏହି କୋଠାରୁ କେତେକ ଛାତ୍ରଛାତ୍ରୀ ତଳକୁ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତାହତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୪ରୁ ୧୭ ବର୍ଷ ମଧ୍ୟରେ ଅଧିକାଂଶ ରହିଥିବା କୁହାଯାଇଛି । ସୁରଥର ସାରଥାନା ଇଲାକରେ ଥିବା ବ୍ୟବସାୟୀକ କୋଠା ତକ୍ଷଶିଳା ଏକ୍ରୋଡ଼ର ପୁରା ଉପର ମହଲାରେ ଅପରାହ୍ନ ସାଢ଼େ ୩ଟାରେ ନିଆଁ ଲାଗିଯାଇଥିଲା । ନିଆଁ ହୁତୁ ହୁତୁ ହୋଇ ଜଳିବା ସହ ଅଞ୍ଚଳ ଧୂଆଁମୟ ହୋଇପଡ଼ିଥିଲା । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ରୁଣ୍ଡ ହେବା ସହ ପିଲାଙ୍କୁ ଧରିଦେବା ଲକ୍ଷ୍ୟରେ ତଳକୁ ଡେଇଁପଡ଼ିବାକୁ କହିଥିଲେ । ଏହାଶୁଣି ପ୍ରାୟ ୧୫ରୁ ୧୮ ଜଣ ଛାତ୍ରଛାତ୍ରୀ ପ୍ରାଣ ବଞ୍ଚାଇବାକୁ ଜୀବନ ବିକଳରେ ତଳକୁ ଡେଇଁପଡ଼ିଥିଲେ । ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲେ ସୁଦ୍ଧା ଲୋକେ ତାଙ୍କୁ ଉଦ୍ଧାର କରି ହସ୍‌ପିଟାରେ ଭର୍ତ୍ତି କରିଛନ୍ତି । ବିଦୁ୍ୟତ ସଟ୍‌ ସର୍କିଟରୁ ଏଭଳି ଘଟଣା ହୋଇଥିବା ଅନୁମାନ କରାଯାଇଛି । ତେବେ ଘଟଣା ପରେ ଘର ମାଲିକ ଫେରାର ହୋଇଯାଇଛି । ନିଆ ଲିଭାଇବାକୁ ପ୍ରାୟ ୨୪ଟି ଦମକଳ ଗାଡ଼ି ନିୟୋଜିତ ରହିଥିଲା । ଦୀର୍ଘ ସମୟ ପରେ ନିଆଁ ଆୟତ୍ତ ହୋଇଥିଲା । ତେବେ ଇତିମଧ୍ୟରେ ୧୮ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଚାଲି ଯାଇଥିଲା । ଘଟଣା ସମୟରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଲେଖାଏଁ ସହୟତା ଦେବାକୁ ଘୋଷଣା କରିଛନ୍ତି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

Read More...

ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page