ଜିଏସ୍‌ଟି ବଢ଼ିଲା: ଏଣିକି ଖାଦ୍ୟ ସାମଗ୍ରୀରେ ୫%

July 18, 2022, ଦେଶ, , Anupambharat News Bureau


 ଜିଏସ୍‌ଟି ବଢ଼ିଲା:  ଏଣିକି ଖାଦ୍ୟ ସାମଗ୍ରୀରେ ୫%
Anupambharat News Bureau
July 18, 2022


ନୂଆଦିଲ୍ଲୀ ୧୮/୦୭: ଦେଶବ୍ୟାପୀ ସାଧାରଣ ଓ ଅତ୍ୟନ୍ତ ନିମ୍ନବର୍ଗର ଲୋକମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ଏକ ବଡ଼ଧରଣର ମହଙ୍ଗା ମାଡ଼ ପଡିଛି । ଲଗାତାର ପ୍ରତ୍ୟେକ ଜିନିଷର ଦର ବୃଦ୍ଧି ଘଟୁଥିଲେ ମଧ୍ୟ ଚଳିତ ସ୍ଥିତିରେ ବହୁ ଖାଦ୍ୟ ସାମଗ୍ରୀ ସମେତ ଅନ୍ୟ ଜିନିଷରେ ମଧ୍ୟ ଜିଏସ୍‌ଟି ଟିକଟ ପ୍ରତିଶତ ବୃଦ୍ଧି କରାଯାଇଛି । ତତ୍‌ ସଙ୍ଗେସଙ୍ଗେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାହାକି ଟିକସ ଛାଡ଼ ଥିଲା ସେଗୁଡିକୁ ସରକାର ଟିକସ ତାଲିକାଭୁକ୍ତ କରିଛନ୍ତି । ତେଣୁ ଉକ୍ତ ସାମଗ୍ରୀ ଉପରେ ୫ % ହାରରେ ଜିଏସ୍‌ଟି ଟିକଟ ଲାଗୁ କରିଦେଇଛନ୍ତି । ଏବେ ପୁଣି କିଛି ସ୍ୱତନ୍ତ୍ର ଖାଦ୍ୟ ଜିନିଷ ଉପରେ ଲାଗୁ ହୋଇଛି ଜିଏସଟି (ସାମଗ୍ରୀ ଓ ସେବା କର) । ବର୍ତ୍ତମାନ ପ୍ୟାକେଟ୍‌ ଦହି, ଲେବଲ ଥିବା ଦହି, ପନୀର, ଲସି, ମହୁ, ମୁଢି, ଚୂଡା ଓ ଅନ୍ୟ ନିତିଦିନିଆ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଉପରେ ଆଜି ଠାରୁ ଅଧିକ ଜିଏସଟି ଦେବାକୁ ପଡିବ । ଗତ ମାସରେ ହୋଇଥିବା ବୈଠକରେ ଜିଏସିଟି ପରିଷଦ ବିଭିନ୍ନ ଜିନିଷ ଉପରେ ଜିଏସଟି ଦର ଉପରେ ପରିବର୍ତ୍ତନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

Read More...

ବିଧାନସଭାରେ ଭୋଟ୍‌ ଦେଲେ ନବୀନ

ବିଧାନସଭାରେ ଭୋଟ୍‌ ଦେଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page