ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

July 18, 2022, ଦେଶ, , Anupambharat News Bureau


ନଦୀକୁ ଖସିପଡ଼ିଲା ବସ, ୧୩ ମୃତ
Anupambharat News Bureau
July 18, 2022


ଭୋପାଲ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସିପଡିବା ଫଳରେ ଅନୁ୍ୟନ ୧୩ ଜଣ ଯାତ୍ରୀଙ୍କ୍ର ମୃତୁ୍ୟ ଘଟିଛି । ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାତ୍ରୀବାହୀ ବସ୍‌ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ନର୍ମଦା ନଦୀକୁ ଖସି ପଡ଼ିବାରୁ ଏଯାଏ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ ୧୫ ଜଣଙ୍କୁ ପାଣି ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଲୋକ ବସ୍‌ ମଧ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ଇନ୍ଦୋରରୁ ପୁଣେ ଯାଉଥିଲା । ବସଟି ଧାର ଜିଲ୍ଲାର ଖାଲଘାଟ ଅଞ୍ଚଳରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ ଏହାର ଚକା ସ୍ଲିପ କରିଯାଇଥିଲା । ଫଳରେ ବସ୍‌ଟି ବି୍ରଜ୍‌ରେ ଲାଗିଥିବା ଲୁହା ବାଡ଼କୁ ଧMା ଦେଇ ସିଧା ନର୍ମଦା ନଦୀ ମଧ୍ୟକୁ ଖସି ପଡ଼ିଥିଲା । ଏକାଧିକ ଡଙ୍ଗା ଦ୍ୱାରା ଉଦ୍ଧାରକାରୀ ଦଳ ବସ୍‌ ମଧ୍ୟରୁ ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଏଯାଏ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ରେ ପ୍ରାୟ ୫୦ରୁ ୬୦ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଛଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ସ୍ଲìଇସ୍‌ ଗେଟ୍‌ ଖୋଲିଲା

ପାଞ୍ଚ ସ୍ଲìଇସ୍‌ ଗେଟ୍‌ ଖୋଲିଲା

Read More...

 ଜିଏସ୍‌ଟି ବଢ଼ିଲା:  ଏଣିକି ଖାଦ୍ୟ ସାମଗ୍ରୀରେ ୫%

ଜିଏସ୍‌ଟି ବଢ଼ିଲା: ଏଣିକି ଖାଦ୍ୟ ସାମଗ୍ରୀରେ ୫%

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page