ଖଣି ମାଫିଆଙ୍କ ଗୁଣ୍ଡାରାଜ: ଗାଡି ଚଢ଼ାଇ ଡିଏସ୍‌ପିଙ୍କୁ ହତ୍ୟା

July 19, 2022, ଦେଶ, , Anupambharat News Bureau


ଖଣି ମାଫିଆଙ୍କ ଗୁଣ୍ଡାରାଜ: ଗାଡି ଚଢ଼ାଇ ଡିଏସ୍‌ପିଙ୍କୁ ହତ୍ୟା
Anupambharat News Bureau
July 19, 2022


ଚଣ୍ଡିଗଡ: ହରିୟାଣାରେ ଆଜି ଜଣେ ପୋଲିସ ଅଧିକାରୀଙ୍କୁ ଖଣି ମାଫିଆ ଗାଡି ଚଢ଼ାଇ ହତ୍ୟା କରିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏହାମଧ୍ୟ ପୋଲିସ ଅଧିକାରୀ ମଧ୍ୟ ଚଢ଼ାଉ କରିବାକୁ ଯାଇଥିବା ବେଳେ ଜଣେ ପୋଲିସ ଅଧିକାରୀ ଡିଏସ୍‌ପି ସୁରେନ୍ଦ୍ର ସିଂଙ୍କୁ କେତେକ ଖଣି ମାଫିଆ ଯୋଜନାବଦ୍ଧ ଭାବେ ତାହାଙ୍କ ଉପରକୁ ଡମ୍ଫର ଚଢ଼ାଇ ଦେଇଥିଲେ । ଫଳରେ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଘଟଣା ଜଣାପଡିଛି । ହରିୟାଣା ନୂହଁରେ ପଥର ମାଫିଆଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ଘଟଣା ଘଟାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ରାସ୍ତାକଡ଼ରେ ଡିଏସ୍‌ପିଙ୍କ ମୃତଦେହ ପଡ଼ିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି । ପୋଲିସର କହିବା ମୁତାବକ, ନୂହଁ ଜିଲ୍ଲାର ତାବଡୁ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଗାଁ ପଚଗାଓଁର ଏହି ଘଟଣା ଘଟିଛି । ଡିଏସପି ସୁରେନ୍ଦ୍ର ସିଂ ଗ୍ରାମକୁ ଲାଗିଥିବା ଅରବାଲି ପାହାଡରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ପାଇଥିଲେ । ଏହା ପରେ ସେ ମଙ୍ଗଳବାର ଦିନ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ତାଙ୍କ ଟିମ ସହ ସେଠାରେ ପହଞ୍ଚିଥିଲେ । ପୋଲିସ୍‌ ଟିମ୍‌ ଦେଖି ଟ୍ରକ ଡ୍ରାଇଭର ଏବଂ ଖଣି କାର୍ଯ୍ୟରେ ନିୟୋଜିତ ଲୋକମାନେ ପାହାଡ ନିକଟରେ ଠିଆ ହୋଇଥିବା ଟ୍ରକ ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ । ଗାଡି ଅଟକାଇବା ପାଇଁ ଡିଏସପି ଆଗକୁ ଆସିବା ପରେ ଟ୍ରକ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଫଳରେ ଟ୍ରକର ଚକା ତଳେ ଚାପି ହୋଇ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚଳାଇଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ପୋଲିସ ଉପରେ ଗୁଳି ଚଳାଇବା ଯୋଗୁଁ ଉଭୟଙ୍କ ମଧ୍ୟରେ କିଛି ସମୟ ଗୁଳିବିନିମୟ ହୋଇଥିଲ । ଫଳରେ ଉକ୍ତ ଅଭିଯୁକ୍ତ ଜଣଙ୍କର ଗୋଡରେ ଗୁଳି ବାଜିଥିବା ଯୋଗୁଁ ତାହାକୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହରିୟାଣାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପି.କେ.ଅଗ୍ରୱାଲ ପ୍ରକାଶ କରିଛନ୍ତି । ତେବେ ଏପରି ବର୍ବର କାଣ୍ଡ ଘଟାଇବାରେ ପଥର ମାଫିଆଙ୍କର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଠିକାର ମାଫିଆମାନେ ସ୍ପୋଶାଲ ଏନଫୋର୍ସମେଣ୍ଟ ଟିମ୍‌ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ:  ଜଣେ ଲେଖାଁଏ ଶିକ୍ଷକରେ ଚାଲିଛି ୧୬୭୨ ସ୍କୁଲ : ବିଧାନସଭାରେ ଉଦ୍‌ବେଗ

ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ: ଜଣେ ଲେଖାଁଏ ଶିକ୍ଷକରେ ଚାଲିଛି ୧୬୭୨ ସ୍କୁଲ : ବିଧାନସଭାରେ ଉଦ୍‌ବେଗ

Read More...

 ଏଟିଏମ୍‌ରେ ମିଳିବ ଚାଉଳ

ଏଟିଏମ୍‌ରେ ମିଳିବ ଚାଉଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page