ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ: ଜଣେ ଲେଖାଁଏ ଶିକ୍ଷକରେ ଚାଲିଛି ୧୬୭୨ ସ୍କୁଲ : ବିଧାନସଭାରେ ଉଦ୍‌ବେଗ

July 20, 2022, ଓଡ଼ିଶା, , Anupambharat News Bureau


ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ:  ଜଣେ ଲେଖାଁଏ ଶିକ୍ଷକରେ ଚାଲିଛି ୧୬୭୨ ସ୍କୁଲ : ବିଧାନସଭାରେ ଉଦ୍‌ବେଗ
Anupambharat News Bureau
July 20, 2022


ଭୁବନେଶ୍ୱର, ୨୦ା୭ (ଅନୁପମ ମିଡିଆ): ରାଜ୍ୟରେ ବିହନ ଅଭାବ, ଚାଷୀ ମାନଙ୍କୁ ସଠିକ ସମୟରେ ବିହନ ନମିଳିବା ଓ କେତେକ ସ୍ଥାନରେ ବିହନ ଗଜା ହେଉ ନ ଥିବା ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଛନ୍ତି । ସଭ୍ୟ ଅମର ପ୍ରସାଦ ସତପଥୀଙ୍କ ମୂଳ ପ୍ରଶ୍ନ ଉପରେ ପ୍ରଶ୍ୱକାଳରେ ଆଲୋଚନା ବେଳେ ଉଭୟ ଶାସକ ଓ ବିରୋଧୀ ବିଧାୟକ ମାନେ ଏ ନେଇ ପ୍ରଶ୍ନ କରିଛନ୍ତି । ଏ ପ୍ରସଙ୍ଗରେ କୃଷି ମନ୍ତ୍ରୀ କହିଛନ୍ତି ଯେ ୨୦୨୨-୨୩ରେ ୩୩ଲକ୍ଷ ୧୯ ହଜାର୩୯୦ ହେକଫର ଜମିରେ ଧନ ଚାଷ କରିବାକୁ ସରକାର ଲକ୍ଷ ରଖିଛନ୍ତି । ସେଥିପାଇଁ ୧୩ ଲକ୍ଷ ୨୭ ହାଜର ୭୬୦ କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି । ସେଥିରୁ ୪ ଲକ୍ଷ ୭୫ ହଜାର ୨୪୪ କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇଛନ୍ତି । ରାଜ୍ୟରେ ବିହନ ଉତ୍ପାଦନ ପାଇଁ ୫୨୦୦ ଚାଷୀ ନିୟୋଜିତ କରିଛନ୍ତି । ଅନ୍ୟ ପକ୍ଷରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ - ଭାରତ ସରକାରଙ୍କ ବିହନ ନିୟମ ଅନୁସାରେ, ୧୦ ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ । ବର୍ତ୍ତମାନ ସୁଦ୍ଧା ୭୫ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ ୨୨ଟି ବେସରକାରୀ ସଂସ୍ଥା ବିହନ ଯୋଗାଉଥିବା ବେଳେ ୯୦ଟି ବେସରକାରୀ ସଂସ୍ଥା ରାଜ୍ୟ ବିହନ ନିଗମ ସହ ଚୁକ୍ତି କରିଛନ୍ତି । ଯେଉଁଠି ଗଜା ମରୁଡି ହୋଇଛି । ଅଭଯୋଗ ଆସିଲେ ସରକାର ତୁରନ୍ତ ଫିଲଡ଼ ଭିଜିଟ କରି ପଦକ୍ଷେପ ନେବେ ।
ସେହିପରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ ଦେଇଥିବା ତଥ୍ୟ ଅନୁଯାୟୀ ୨୦୨୧ ଆର୍ଥିକ ବର୍ଷରେ ରାଜ୍ୟର ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ୫୬ ଟଙ୍କା । ୨୦୧୪-୧୫ରେ ଏହି ରାଶି ଥିଲା ୯ ହଜାର ୧୮୪ ଟଙ୍କା । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହା ଦର୍ଶାଇଛନ୍ତି । ସୂଚନାଯେ, ରାଜ୍ୟରେ ଥିବା ୧୬୭୨ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି । ରାଜ୍ୟରେ ୩୦ ହଜାର ୩୭୭ ପ୍ରାଥମିକ ବିଦ୍ୟାଳୟ,୧୯ହଜାର ୨୩୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୨୬୦୧ ଇଂରାଜୀ ମଧ୍ୟ ବିଦ୍ୟାଳୟ,୧୦ ହାଜର ୧୭ ଉଚ୍ଚ ବିଦ୍ୟାଳୟ ରହିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧୀନରେ ଥିବା ୧୬୭୨ ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି । ସର୍ବାଧିକ ମୟୂରଭଞ୍ଜ ୧୭୧ଟି ସ୍କୁଲ ରେ ଅଛନ୍ତି ଜଣେ ଲେଖାଏ ଶିକ୍ଷକ । ତାପରେ ଗଞ୍ଜାମ ଜିଲ୍ଲାରେ ୧୩୪ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି ।
ସେହିପରି ଚଳିତ ୨୦୨୨ ବର୍ଷର ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ଏ ବିଷୟରେ ତଦନ୍ତ କରିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହାସହ ଅନୁପସ୍ଥିତ ଥିବା ପିଲାଙ୍କ ଜିଲ୍ଲାୱାରୀ ତାଲିକା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଲିଖିତ ଉତରରୁ ଏହି ସୂଚନା ମିଳିଛି । ସରକାର ଦେଇଥିବା ତାଲିକାରେ ସବୁଠୁ ଉପରେ ରହିଛି ମୟୁରଭଞ୍ଜ ଜିଲ୍ଲା । ମୟୁରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪୪୬୨ ପିଲା ଅନୁପସ୍ଥିତ ଥିଲେ । ସେହିପରି ଗଞ୍ଜାମ ଜିଲ୍ଲାରେ ୩୨୭୩ ପିଲା ମାଟ୍ରିକ ପରୀକ୍ଷା ରେ ଅନୁପସ୍ଥିତ ରହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ଦିନ ପ୍ରବଳ ବର୍ଷା

ପାଞ୍ଚ ଦିନ ପ୍ରବଳ ବର୍ଷା

Read More...

ଖଣି ମାଫିଆଙ୍କ ଗୁଣ୍ଡାରାଜ: ଗାଡି ଚଢ଼ାଇ ଡିଏସ୍‌ପିଙ୍କୁ ହତ୍ୟା

ଖଣି ମାଫିଆଙ୍କ ଗୁଣ୍ଡାରାଜ: ଗାଡି ଚଢ଼ାଇ ଡିଏସ୍‌ପିଙ୍କୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page