ପ୍ରକାଶ ପାଇଲା ଓଜେଇଇ ରେଜଲଫ

July 27, 2022, ଓଡ଼ିଶା, , Anupambharat News Bureau


ପ୍ରକାଶ ପାଇଲା  ଓଜେଇଇ ରେଜଲଫ
Anupambharat News Bureau
July 27, 2022


ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ­ ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ । ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍‌ ପରିଷଦ(ଏସ୍‌ସିଟିଇ ଆଣ୍ଡ୍‌ ଭିଟି) କାର୍ଯ୍ୟାଳୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏଥିରେ୧୨ଟି ବୈଷୟିକ ଓ ବୃତିଗତ ପାଠ୍ୟକ୍ରମ ପାଇଁ ରେଜଲଫ ପ୍ରକାଶ ପାଇଛି । ଏମ୍‌ବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟªର ହୋଇଥିବା ବେଳେ ଏମ୍‌ସିଏରେ ଈଶାନ୍ତ କୁମାର ନାୟକ ଓ ବି.ଫାର୍ମରେ ଅରୂପ ପଣ୍ଡା ଟªର ହୋଇଛନ୍ତି । ସେହିପରି ଏମ୍‌. ଫାର୍ମରେ ସଚିନ ନାୟକ, ଏମ୍‌.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟªର ହୋଇଛନ୍ତି । ଇଣ୍ଟିିଗ୍ରେଟେଡ୍‌ ଏମବିଏରେ ସୃଷ୍ଟି ସମର୍ପିତା ବେରିହା ଟªର ହୋଇଛନ୍ତି । ସେହିପରି ଏମ୍‌ଟେକ୍‌ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ ଟªର ହୋଇଥିବା ବେଳେ ଏମ୍‌ଟେକ୍‌ ଇଲେକଫ୍ରିକାଲରେ ମିଥୁନ ଅଧିକାରୀ ଓ ମେକାନିକାଲରେ ରାଜନ ଶୁଭଙ୍କର ମହାପାତ୍ର ଟªର ହୋଇଛନ୍ତି । କେମିକାଲ ଇଞ୍ଜିିନିୟରିଂ ହରିୟାଲଇ ବେହେରା , ବାୟୋଟେକ୍ନୋଲୋଜିରେ ଶୁଭଶ୍ରୀ ହୋତା ଟªର ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୪ ତାରିଖରୁ ୮ ତାରିଖ ମଧ୍ୟରେ କମ୍ପୁ୍ୟଟର ବେସଡ୍‌ ଟେଷ୍ଟ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୫୭,୮୯୮ ଛାତ୍ରଛାତ୍ରୀ
ଓଜେଇଇ ପାଇଁ ପଞ୍ଜୀକରଣ କରିଥିବା ବେଳେ ୪୭,୭୬୧ (୮୨.୫%) ପରୀକ୍ଷା ଦେଇଥିଲେ । ୪୭,୭୨୯ ଛାତ୍ରଛାତ୍ରୀଙ୍କୁ ର୍ୟାଙ୍କ୍‌ ମିଳିଛି । ଡବ୍ଳୁ ଡବ୍ଳୁ ଡବ୍ଳୁ ଡଟ୍‌ ଓଜେଇଇ ଡଟ୍‌ ଏନଆଇସି ଡଟ୍‌ ଇନ୍‌ରୁ ନିଜ ର୍ୟାଙ୍କ୍‌ କାର୍ଡ ପାଇପାରିବେ । ରାଜ୍ୟରେ ମୋଟ ୬୧ କେନ୍ଦ୍ର ସମେତ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଙ୍କିପକ୍ସ ଟିକା ପାଇଁ ଟେଣ୍ଡର ଆହ୍ୱାନ

ମଙ୍କିପକ୍ସ ଟିକା ପାଇଁ ଟେଣ୍ଡର ଆହ୍ୱାନ

Read More...

ଯୁକ୍ତ ଦୁଇ ରେଜଲଫ : ବିଜ୍ଞାନରେ ୯୪.୧୨%,ବାଣିଜ୍ୟରେ ୮୯.୨୦% ପାସ୍‌

ଯୁକ୍ତ ଦୁଇ ରେଜଲଫ : ବିଜ୍ଞାନରେ ୯୪.୧୨%,ବାଣିଜ୍ୟରେ ୮୯.୨୦% ପାସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page