ମଙ୍କିପକ୍ସ ଟିକା ପାଇଁ ଟେଣ୍ଡର ଆହ୍ୱାନ

July 27, 2022, ଦେଶ, , Anupambharat News Bureau


ମଙ୍କିପକ୍ସ ଟିକା ପାଇଁ ଟେଣ୍ଡର ଆହ୍ୱାନ
Anupambharat News Bureau
July 27, 2022


ନୂଆଦିଲ୍ଲୀ,୨୮ା୭: ଦେଶରେ ମଙ୍କିପକ୍ସ ସଂକ୍ରମଣ ଧୀରେ ଧୀରେ ବଢୁଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ପୂର୍ବରୁ କେବଳ ବିଦେଶ ଫେରନ୍ତାଙ୍କ ନିକଟରେ ଏହି ସଂକ୍ରମଣ ଦେଖାଯାଇଥିବା ବେଳେ ଦିଲ୍ଲୀରେ ବିଦେଶ ଯାତ୍ରା କରିନଥିବା ଜଣେ ବ୍ୟକ୍ତି ଏହାର ଆକ୍ରାନ୍ତ ହେବା ସରକାରଙ୍କୁ ଅଧିକ ଚିନ୍ତାରେ ପକାଇଦେଇଛି । ଏହାକୁ ଦୃଷ୍ଟିରେ ରଖି ମଙ୍କିପକ୍ସ ନିମନ୍ତେ ଏକ ଟିକା ବାହାର କରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଟିକା, ଔଷଧ ପ୍ରସ୍ତୁତକାରୀ କମ୍ପାନିମାନଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି । ଏହା ସହିତ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ପାଇଁ ଏକ ଟେଷ୍ଟିଂ କିଟ୍‌ ବିକାଶ ପାଇଁ ମଧ୍ୟ ବିଡ୍‌ ଆହ୍ୱାନ କରାଯାଇଛି । ବିଡ୍‌ ଦାଖଲର ଶେଷ ତାରିଖ ଅଗଷ୍ଟ ୧୦ ରଖାଯାଇଛି । ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ମଙ୍କିପକ୍ସ ପାଇଁ ଗୋଟିଏ ଟିକା ୨୦୧୯ରୁ ଉପଲବ୍ଧ ଥିବାବେଳେ ୨୦୨୨ରେ ଏହାର ଏକ ଚିକିତ୍ସା ପଦ୍ଧତି ଉପଲବ୍ଧ ରହିଛି । କି;ୁ ବର୍ତ୍ତମାନ ପରିସ୍ଥିତି ପାଇଁ ଏହା ପର୍ଯ୍ୟାପ୍ତ ହେଉନଥିବାରୁ ନୂଆ ଟିକା ବିକାଶର ଆବଶ୍ୟକତା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ୨ ବିଜ୍ଞାନରେ ଆଇଲର୍ଣ୍ଣ ତାଳଚେର ଛାତ୍ରଛାତ୍ରୀଙ୍କ ବାଜିମାତ:  ଶତ ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ

ଯୁକ୍ତ ୨ ବିଜ୍ଞାନରେ ଆଇଲର୍ଣ୍ଣ ତାଳଚେର ଛାତ୍ରଛାତ୍ରୀଙ୍କ ବାଜିମାତ: ଶତ ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ

Read More...

ପ୍ରକାଶ ପାଇଲା  ଓଜେଇଇ ରେଜଲଫ

ପ୍ରକାଶ ପାଇଲା ଓଜେଇଇ ରେଜଲଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page