ବାଲକୋନୀକୁ ଆସିଲେ ବାବୁଶାନ

July 28, 2022, ଓଡ଼ିଶା, , Anupambharat News Bureau


ବାଲକୋନୀକୁ ଆସିଲେ ବାବୁଶାନ
Anupambharat News Bureau
July 28, 2022


ଭୁବନେଶ୍ୱର: ଗତକାଲିଠୁ ଚେନ୍ନାଇରୁ ଓଡ଼ିଶା ଫେରି ଆସିଥିବା ଓଲିଉଡର ଚକୋଲେଟ ବୟ ବାବୁଶାନ ଆଜି ଦେଖା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଫ୍ୟାନ୍ସ ଗତକାଲିଠୁ ବାବୁଶାନଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହୁଥିବା ବେଳେ ଆଜି ନିଜ ମା’ଙ୍କ ସହ ବାଲକୋନୀକୁ ଆସି ସେମାନଙ୍କ ସହ କଥା ହୋଇଛନ୍ତି ବାବୁଶାନ । ବାବୁଶାନଙ୍କୁ ନେଇ ଏବେ ବହୁ ଅସମାହିତ ପ୍ରଶ୍ନ ଥିବା ବେଳେ ଆଉ ୨ ଦିନ ପରେ ଗଣମାଧ୍ୟମ ସମ୍ମୁଖରେ ସବୁ କହିବେ ବୋଲି କହିଛନ୍ତି ବାବୁଶାନ । ଚେନ୍ନାଇରୁ ଫେରିବା ପରେ ବେଶ୍‌ ରିଲାକ୍ସ ଲାଗୁଥିବା ବାବୁଶାନ ଘରେ ବାପାମା’ଙ୍କ ପାଖରେ ଥିବାରୁ ଖୁବ ଖୁସି ଅଛି ବୋଲି କହିଛନ୍ତି।ବାବୁଶାନଙ୍କ ନାଁରେ ପତ୍ନୀ ତୃପ୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିବା ବେଳେ ତାଙ୍କୁ ନୋଟିସ କରିଛି ପୁଲିସ୍‌ । ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବାବୁଶାନ ଆଜି ଥାନାକୁ ଯିବେ କି ବୋଲି ପଚରାଯିବାରୁ ମନା କରିଦେଇଥିଲେ।
ଏହି ସମୟରେ ଅପରାଜିତା ମଧ୍ୟ ପୁଅ ପାଖରେ ଛିଡ଼ା ହୋଇଥିଲେ। ଉଭୟ ମା’ପୁଅ ଅସୁସ୍ଥତା ଅନୁଭବ କରୁଥିବାରୁ ୨ ଦିନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ଅପରାଜିତା। ଅସୁସ୍ଥତା ସତ୍ତ୍ୱେ ଅପରାଜିତାଙ୍କ ମୁହଁରେ କିନ୍ତୁ ଆଶ୍ୱସ୍ତିର ଝଲକ ବାରି ହୋଇ ପଡ଼ୁଥିଲା।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାନସ ଏମ୍‌ପିଇଡିଏ ସଦସ୍ୟ

ମାନସ ଏମ୍‌ପିଇଡିଏ ସଦସ୍ୟ

Read More...

ଯୁକ୍ତ ୨ ବିଜ୍ଞାନରେ ଆଇଲର୍ଣ୍ଣ ତାଳଚେର ଛାତ୍ରଛାତ୍ରୀଙ୍କ ବାଜିମାତ:  ଶତ ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ

ଯୁକ୍ତ ୨ ବିଜ୍ଞାନରେ ଆଇଲର୍ଣ୍ଣ ତାଳଚେର ଛାତ୍ରଛାତ୍ରୀଙ୍କ ବାଜିମାତ: ଶତ ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page