ମାନସ ଏମ୍‌ପିଇଡିଏ ସଦସ୍ୟ

July 28, 2022, ଓଡ଼ିଶା, , Anupambharat News Bureau


ମାନସ ଏମ୍‌ପିଇଡିଏ ସଦସ୍ୟ
Anupambharat News Bureau
July 28, 2022


ନୂଆଦିଲ୍ଲୀ ୨୮ା୭: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସାମୁଦ୍ରି୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ(ଏମପିଇଡିଏ)ର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏନେଇ ରାଜ୍ୟସଭା ସମନ୍ୱୟ ସଂକ୍ରାନ୍ତୀୟ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମଙ୍ଗରାଜ ଚଳିତ ଅଧିବେଶନରୁ ସଂସଦରେ ଯୋଗ ଦେଇଛନ୍ତି । ତେବେ ପ୍ରଥମ ଥର ଲାଗି ରାଜ୍ୟସଭାକୁ ଯାଇଥିଲେ ସୁଦ୍ଧା ତାଙ୍କ ଅଭିଜ୍ଞତାକୁ ଭିତ୍ତି କରି ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ମନୋନୀତ ହୋଇ ପାରିଛନ୍ତି । ଯାହାକି ରାଜ୍ୟ ପାଇଁ ଗର୍ବର ବିଷୟ ହୋଇଛି । ଏମପିଇଡିଏ ସଦସ୍ୟ ମନୋନୀତ ସଂକ୍ରାନ୍ତରେ ଟ୍ୱିଟ୍‌ କରି ସାଂସଦ ମଙ୍ଗରାଜ ସୂଚନା ଦେଇଛନ୍ତି । ଏପରିକି ସାମୁଦ୍ରିକ ଉତ୍ପାଦ ଶିଳ୍ପର ପ୍ରୋତ୍ସାହନ ଦିଗରେ ଉଦ୍ୟମ କରିବି ବୋଲି ମଙ୍ଗରାଜ ଟ୍ୱିଟ୍‌ରେ ଉଲ୍ଳେଖ କରିଛନ୍ତି । ଏପରିକି ନୂତନ ଭାବେ ଯୋଗ ଦେଇଥିଲେ ସୁଦ୍ଧା ତାଙ୍କୁ ଏହି ଦାୟିତ୍ୱ ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଷ୍ଠାର ସହ ତାଙ୍କ ଦାୟିତ୍ୱ ନିର୍ବାହ କରିବେ ବୋଲି ମଧ୍ୟ ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଙ୍କିପକ୍ସ ଚିନ୍ତା : କେନ୍ଦ୍ରର ଗାଇଡ଼ଲାଇନ

ମଙ୍କିପକ୍ସ ଚିନ୍ତା : କେନ୍ଦ୍ରର ଗାଇଡ଼ଲାଇନ

Read More...

ବାଲକୋନୀକୁ ଆସିଲେ ବାବୁଶାନ

ବାଲକୋନୀକୁ ଆସିଲେ ବାବୁଶାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page