ମଙ୍କିପକ୍ସ ଚିନ୍ତା : କେନ୍ଦ୍ରର ଗାଇଡ଼ଲାଇନ

July 28, 2022, ଦେଶ, , Anupambharat News Bureau


ମଙ୍କିପକ୍ସ ଚିନ୍ତା : କେନ୍ଦ୍ରର ଗାଇଡ଼ଲାଇନ
Anupambharat News Bureau
July 28, 2022


ନୂଆଦିଲ୍ଲୀ,୨୮ା୭: ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ଗାଇଡଲାଇନ । ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ସଙ୍ଗରୋଧରେ ରହିବେ । ତିନି ଥାକିଆ ମାସ୍କ ପିନ୍ଧିବେ । ଶରୀରରେ ହୋଇଥିବା ଘା ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବା ଉଚିତ । ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ । ମଙ୍କିପକ୍ସ ଆକ୍ରାନ୍ତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍‌ ପିନ୍ଧିବେ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ, ସେଲ ଓ ଟିସୁ ଦାନ କରିପାରିବେନି । ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବାରମ୍ବାର ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବେ । ସୂଚନା ଅନୁଯାୟୀ ଦେଶରେ ଏଯାବତ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ତେବେ ଭାରତରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହେବାରୁ ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି କେନ୍ଦ୍ର ପକ୍ଷରୁ ମଙ୍କି ପକ୍ସ ପାଇଁ ଟିକା ପ୍ରସ୍ତୁତି ସକାଶେ ଟେଣ୍ଡର ଆହ୍ୱାନ କରାଯାଇଛି । ପ୍ରଥମେ ପ୍ରଥମେ ଏହାକୁ ସେତଟା ଗୁରୁତ୍ୱ ଦିଆଯାଉନଥିବା ବେଳେ ବର୍ତ୍ତମାନ ଏହି ରୋଗକୁ
ନେଇ କେନ୍ଦ୍ରର ଚିନ୍ତା ବଢ଼ିବାରେ ଲାଗିଛି । ଫଳରେ ଆଜି ଏ ସଂକ୍ରାନ୍ତରେ ଗାଇଡଲାଇନ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ:  ମୁଖ୍ୟମନ୍ତ୍ରୀଙ୍କୁ ବୈଠକକୁ ନିମନ୍ତ୍ରଣ

ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କୁ ବୈଠକକୁ ନିମନ୍ତ୍ରଣ

Read More...

ମାନସ ଏମ୍‌ପିଇଡିଏ ସଦସ୍ୟ

ମାନସ ଏମ୍‌ପିଇଡିଏ ସଦସ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page