ମନ୍ତ୍ରୀ ପାର୍ଥଙ୍କୁ ବହିଷ୍କୃତ କଲେ ମମତା

July 28, 2022, ଦେଶ, , Anupambharat News Bureau


ମନ୍ତ୍ରୀ ପାର୍ଥଙ୍କୁ ବହିଷ୍କୃତ କଲେ ମମତା
Anupambharat News Bureau
July 28, 2022



କୋଲକାତା : ବହିଷ୍କୃତ ହୋଇଛନ୍ତି ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ପାର୍ଥଙ୍କ ହାତ ଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଇଡି ତାଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ଓ ୫ କେଜି ସୁନା ଜବତ ହୋଇଛି।
ଏହାକୁ ନେଇ ବେଙ୍ଗଲରେ କ୍ଷମତାସୀନ ଟିଏମସି ସରକାର ଅଡ଼ୁଆରେ ପଡ଼ିଥିଲେ। ଏବେ ଏହି ଅଡ଼ୁଆକୁ ଦୂର କରିବା ପାଇଁ ମମତା ଆଜି ପାର୍ଥ ଚାଟାର୍ଜୀଙ୍କୁ ନିଜ ମନ୍ତ୍ରିମଣ୍ତଳରୁ ବିଦା କରିଛନ୍ତି। ଏଥିସହ ଦଳର ସମସ୍ତ ପଦପଦବୀରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି। ପୂର୍ବରୁ ବିରୋଧୀ ବିଜେପି ଓ କଂଗ୍ରେସ ସମାନ ଦାବି କରି ଟିଏମସି ସରକାରକୁ ଘେରିବା ପାଇଁ ଚେଷ୍ଟା କରିଥିଲେ। ବିରୋଧୀଙ୍କ ଚାପରେ ଚେପା ମମତା ସରକାର ଗିରଫର ୫ ଦିନ ପରେ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ବେଙ୍ଗଲର ବିଭିନ୍ନ ସ୍କୁଲରେ ହୋଇଥିବା ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗତ ଶୁକ୍ରବାର ଇଡି ଅର୍ପିତାଙ୍କ ଘରେ ରେଡ କରି ନଗଦ ୨୧ କୋଟି ଟଙ୍କା ଜବତ କରିଥିଲା। ଏହାର ଦିନକ ପରେ(ଜୁଲାଇ ୨୩) ପାର୍ଥ ଓ ଜୁଲାଇ ୨୪ରେ ଅର୍ପିତାଙ୍କୁ ଗିରଫ କରାଯାଇଛି। ଉଭୟ ଏବେ ଇଡି ହେପାଜତରେ ଅଛନ୍ତି। ଜେରା ଚାଲିଥିବା ବେଳେ ବୁଧବାର ଇଡିର ଅଧିକାରୀମାନେ ଅର୍ପିତାଙ୍କ ବେଲଘର ଟାଉନ କ୍ଲବରେ ଥିବା ଆଉ ଗୋଟିଏ ଫ୍ଲାଟରେ ରେଡ କରିଥିଲେ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ାଅ

ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ାଅ

Read More...

 ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ:  ମୁଖ୍ୟମନ୍ତ୍ରୀଙ୍କୁ ବୈଠକକୁ ନିମନ୍ତ୍ରଣ

ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କୁ ବୈଠକକୁ ନିମନ୍ତ୍ରଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page