ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ାଅ

July 30, 2022, ଓଡ଼ିଶା, , Anupambharat News Bureau


ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ାଅ
Anupambharat News Bureau
July 30, 2022


ଭୁୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ଦରଦାମ ବୃଦ୍ଧି ଘଟିଛି । ପେଟ୍ରୋଲ ­ ଡିଜେଲର ମୂଲ୍ୟ ମଧ୍ୟ ବଢିଲାଣି । ତେଣୁ ଯେତିକି ଅର୍ଥ ବିଧାୟକ ମାନଙ୍କୁ ଦରମା ଓ ଭତ୍ତା ବାବଦରେ ପ୍ରଦାନ କରା ଯାଉଛି ତାହା ସେମାନଙ୍କୁ ଯଥେଷ୍ଟ ହେଉ ନାହିଁ । ଲୋକ ମାନଙ୍କର କାମ କରିବାକୁ ବିଭିନ୍ନ ସ୍ଥାନକୁ ଯିବା ବେଳେ ଗସ୍ତ ପାଇଁ ଇନ୍ଧନ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ବଢିଲାଣି । ରାଜ୍ୟରେ ୨୦୧୭ ମସିହାରେ ବିଧାୟକ ମାନଙ୍କର ଦରମା ଓ ଭତ୍ତା ବୃଦ୍ଧି ହୋଇଥିଲା । ଏଭଳି ସ୍ଥଳେ ବିଧାୟକ ମାନଙ୍କ ଦରମା ଓ ଭତ୍ତାକୁ ପୁଣି ଥରେ ବଢାଇବାର ଆବଶ୍ୟକତା ରହିଛି । ସେହିପରି ପୂର୍ବତନ ବିଧାୟକ ମାନଙ୍କର ପେନସନକୁ ମଧ୍ୟ ବଢା ଯିବା ଆବଶ୍ୟକ ବୋଲି ଉଭୟ ବିରୋଧୀ ଓ ସରକାରୀ ଦଳର ବିଧାୟକ ମାନେ ବିଧାନସଭାରେ୍‌ ଦାବି କରିଛନ୍ତି ।
ଶୂନ୍ୟକାଳରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ବିଧାୟକ ମାନଙ୍କୁ ବର୍ଦ୍ଧିତ ହାରରେ ଦରମା ଓ ଭତ୍ତା ଦେବାକୁ ଦାବି କରିଥିଲେ । ସେ କହିଥିଲେ ଯେ ବିଧାୟକ ମାନେ ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି । ଅନ୍ୟ ରାଜ୍ୟ ମାନଙ୍କରେ ବିଧାୟକ ମାନଙ୍କୁ ମିଳୁଥିବା ଦରମା ଓ ଭତ୍ତାର ମଧ୍ୟ ସେ ଏକ ତୁଳନାତ୍ମକ ଚିତ୍ର ପ୍ରସ୍ତୁତ କରିଥିଲେ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ବିଧାୟକ ମାନଙ୍କୁ ମିଳୁଥିବା ଦରମା ଓ ଭତ୍ତା ଖୁବ କମ । ସେ କହିଥିଲେ ୨୦୧୭ ମସିହାରେ ଶେଷ ଧର ପାଇଁ ଏହା ବଢିଥିଲା । ତେଣୁ ଏ ଦିଗରେ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ ।
କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଶାସକ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ମୋହନ ମାଝୀଙ୍କ
ଦାବିକୁ ସମର୍ଥନ କରିଥିଲେ । ସେମାନେ କହିଥିଲେ ଯେ ଔଷଧ ବାବଦକୁ ଯେଉଁ ଅର୍ଥ ମିଳୁଛି ତାହା ନଗଣ୍ୟ । ଅନ୍ୟ ରାଜ୍ୟ ମାନଙ୍କରେ ବିଧାୟକ ମାନଙ୍କୁ ଓଡିଶା ଅପେକ୍ଷା ଢେର ଅଧିକ ଦରମା ଓ ଭତ୍ତା ପ୍ରଦାନ କରା ଯାଉଛି । ତେଣୁ ଏ ନେଇ ସରକାରଙ୍କୁ ବିଚାର କରିବାକୁ ନିର୍ଦ୍ଦେଶ ଦେବାକୁ ସେମାନେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିନ୍ତା ବଢ଼ାଉଛି ମଙ୍କିପକ୍ସ  , ପୁଣି ଜଣେ   ସଂକ୍ରମିତ ଚିହ୍ନଟ

ଚିନ୍ତା ବଢ଼ାଉଛି ମଙ୍କିପକ୍ସ , ପୁଣି ଜଣେ ସଂକ୍ରମିତ ଚିହ୍ନଟ

Read More...

ମନ୍ତ୍ରୀ ପାର୍ଥଙ୍କୁ ବହିଷ୍କୃତ କଲେ ମମତା

ମନ୍ତ୍ରୀ ପାର୍ଥଙ୍କୁ ବହିଷ୍କୃତ କଲେ ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page