ବିରୋଧୀ ଶୂନ୍ୟ ହେବ ଓଡ଼ିଶା : ପ୍ରମିଳା

July 30, 2022, ଓଡ଼ିଶା, , Anupambharat News Bureau


ବିରୋଧୀ ଶୂନ୍ୟ ହେବ ଓଡ଼ିଶା : ପ୍ରମିଳା
Anupambharat News Bureau
July 30, 2022


ଭୁୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ­ ୨୦୨୪ ନିର୍ବାଚନରେ ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ ବିଜେଡି । ବିଜେଡି ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି । ବିରୋଧୀଙ୍କ କିଛି ହାୱା କାମ ଦେବନି । ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକୁ ନେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ବିଜେପି ଯେଉଁ ସ୍ୱପ୍ନ ଦେଖୁଛି ତାହା ପୂରଣ ହେବନି । ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ । ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ । ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା ବୋଲି ବିଜେଡି ସମର୍ଥନ ଦେଲା । ଏହାକୁ ନେଇ ବିଜେପିର ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ । ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇ ଯାଇଛନ୍ତି । ବିଜେଡି ଯେତିକି ଭୋଟ ପାଇଥିଲା ତାହା ବଢ଼ିଛି । କି;ୁ କଂଗ୍ରେସ ଭୋଟ ବିଜେପିକୁ ଯାଇଛି । ସେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ । ଏହାର କିଛି ପ୍ରଭାବ ପଡ଼ିବନି । ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ବରଂ ସମସ୍ୟା ସୃଷ୍ଟି କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ୟୁଏଇ ବନ୍ୟାରେ ସାତ ମୃତ : ଦେଶର ବହୁ ଅଞ୍ଚଳ ଜଳାର୍ଣ୍ଣବ

ୟୁଏଇ ବନ୍ୟାରେ ସାତ ମୃତ : ଦେଶର ବହୁ ଅଞ୍ଚଳ ଜଳାର୍ଣ୍ଣବ

Read More...

ଥାନାରେ ହାଜର ହେଲେ ବାବୁସାନ

ଥାନାରେ ହାଜର ହେଲେ ବାବୁସାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page