ୟୁଏଇ ବନ୍ୟାରେ ସାତ ମୃତ : ଦେଶର ବହୁ ଅଞ୍ଚଳ ଜଳାର୍ଣ୍ଣବ

July 30, 2022, ବିଦେଶ, , Anupambharat News Bureau


ୟୁଏଇ ବନ୍ୟାରେ ସାତ ମୃତ : ଦେଶର ବହୁ ଅଞ୍ଚଳ ଜଳାର୍ଣ୍ଣବ
Anupambharat News Bureau
July 30, 2022


ଆବୁଧାବ,୩୦ା୭: ସଂଯୁକ୍ତ ଆରବ ଇମିରାଟ (ୟୁଏଇ)ରେ ପ୍ରବଳ ବର୍ଷା ଜନିତ ବନ୍ୟାରେ ଅତିକମ୍‌ରେ ୭ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ ଅନେକ ଲୋକଙ୍କ ନିଖୋଜ ଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବହୁ ଅଞ୍ଚଳରେ ବିଭିନ୍ନ ନଗର ଓ ସହର ଗୁଡିକୁ ଯୋଗାଯୋଗ କରୁଥିବା ରାସ୍ତାଗୁଡିକ ଧୋଇ ହୋଇଯାଇଛି ଓ ଅନ୍ୟ କେତେକ ଅଞ୍ଚଳରେ ବାସଗୃହ ସମେତ ବହୁ ସଂଖ୍ୟକ କାର୍‌ ବନ୍ୟା ଜଳରେ ବୁଡି ରହିଥିବା ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ବିଶେଷ କରି ସାରଜୈହ ଓ ଖୁଜେରିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଉକ୍ତ ଅଞ୍ଚଳଗୁଡିକ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡିିଛି । ଭୂତଳକୋଠା, ବିଭିନ୍ନ ସପିଂମଲ ଓ କାରଖାନା ମାନଙ୍କରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ସାଧାରଣ ଲୋକଙ୍କ ସ୍ଥିତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । କିନ୍ତୁ ବହୁ ଲୋକ ଏଯାବତ ନିଖୋଜ ଥିବା ଘଟଣା ଆଶଙ୍କା ସୃଷ୍ଟି କରିଛି । ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏଥିଲାଗି ୫୦ଟି ସ୍ୱତନ୍ତ୍ର ବସ୍‌କୁ ନିୟୋଜିତ କରାଯାଇଛି । ସେହିପରି ଦୁବାଇ ଓ ଆବୁଧାବିରେ ଏହି ଦୁଇ ଅଞ୍ଚଳ ତୁଳନାରେ କମ୍‌ ବର୍ଷା ହୋଇଛି । ଅନେକ ଲୋକଙ୍କୁ ହୋଟେଲ ଓ ବିଭିନ୍ନ ସ୍ଥାନରେ ରଖାଯାଇଛି । ଫୁଜେରିୟାର ଜାତୀୟ ସଡ଼କ ଉପରେ ଅଟକି ରହିଥିବା ବହୁ ସଂଖ୍ୟକ ମୋଟର କାର୍‌ରେ ପାଣି ପଶିଯିବା ଫଳରେ ତାହା ବୁଡିଯାଇଥିବା ଅବସ୍ଥାରେ ରହିଛି । ସହରକୁ ପ୍ରବେଶ କରୁଥିବା ପଥ ଗୁଡିକ ମଧ୍ୟ ପାଣିରେ ଧୋଇହୋଇଯିବା ଫଳରେ ଉକ୍ତ ଅଞ୍ଚଳଗୁଡିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଉଦ୍ଧାରକାରୀ ଦଳ ପ୍ରାୟ ୯୦୦ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଶାରଜାହ ଓ ଫୁଜେରିୟାରେ ୩,୮୯୭ ଲୋକଙ୍କୁ ଉଦ୍ଧାର କରି ଅସ୍ଥାୟୀ ରୂପେ ତିଆରି ହୋଇଥିବା ଶିବିରରେ ରଖାଯାଇଛି । ସୂଚନାମୁତାବକ ୟୁଏଇର ପୂର୍ବାଞ୍ଚଳରେ ବର୍ଷା ଯୋଗୁ ଅଚାନକ ବନ୍ୟା ପାଣି ମାଡି ଆସିଛି । ଏହି କାରଣରୁ ଲୋକେ ପ୍ରବାଭିତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିୟୋଜିତ ଥିବା ସେନା ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତୁ୍ୟ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଶିକ୍ଷକତା ଚାକିରୀ  ନୁହେଁ ଏକ ସଂକଳ୍ପ

ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଶିକ୍ଷକତା ଚାକିରୀ ନୁହେଁ ଏକ ସଂକଳ୍ପ

Read More...

ବିରୋଧୀ ଶୂନ୍ୟ ହେବ ଓଡ଼ିଶା : ପ୍ରମିଳା

ବିରୋଧୀ ଶୂନ୍ୟ ହେବ ଓଡ଼ିଶା : ପ୍ରମିଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page