ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

May 27, 2019, ଓଡ଼ିଶା, , Anupambharat News Bureau


ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ
Anupambharat News Bureau
May 27, 2019

କଟକ, ୨୬ା୫ (ଅନୁପମ ମିଡିଆ): ଆଜି ପୂର୍ବାହ୍ନ ସାଢେ ବାରଟା ବେଳେ ମହାନଦୀର ନରାଜ ଆନିକଟ ନିକଟରେ ଗାଧୋଉଥିବା ବେଳେ ଡ୍ରିମସ୍‌ର ଜଣେ ୩ୟ ବର୍ଷ ବିବିଏ ଛାତ୍ର ନଦୀ ସ୍ରୋତରେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ସେବା ବିଭାଗ, ଓଡ୍ରାଫ ଟିମ ଓ ବାରଙ୍ଗ ପୋଲିସ ଖୋଜାଖୋଜି କରୁଥିଲେ ମଧ୍ୟ ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ନିଖୋଜ ଛାତ୍ରଙ୍କ ସନ୍ଧାନ ମିଳିପାରି ନାହିଁ । ନିଖୋଜ ଛାତ୍ର ଜଣକ ଝାଡଖଣ୍ଡ ଦେଓଗଡ ଅଂଚଳର ବିକି କୁମାର(୨୦) । ସେ ଡ୍ରିମସରେ ବିବିଏ ୩ୟ ବର୍ଷର ଛାତ୍ର ଥିଲେ । ଭୁବନେଶ୍ୱର ଡମଣାରେ ରହୁଥିବା ବିକି ତାଙ୍କର ୫ ଜଣ ବନ୍ଧୁଙ୍କ ସହିତ କଟକ ଆସୁଥିବା ସମୟରେ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇଁ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ଅନ୍ୟ ୪ ସାଙ୍ଗ ଗଭୀର ଜଳକୁ ନଯାଇ କୂଳରେ ଗାଧୋଉଥିବାରୁ ବଂଚିଯାଇଥିଲେ । ଛାତ୍ରଙ୍କର ଏହି ନିଖୋଜ ଖବର ପାଇ ବାରଙ୍ଗ ଥାନା ଅଧିକାରୀ ଶଶୀକାନ୍ତ ରାଉତଙ୍କ ସହିତ ଏସଆଇ ସୁବାସ ମଲ୍ଲିକ ଘଟଣାସ୍ଥଳରେ ପହଂଚିାବ ସହିତ ଓଡ୍ରାଫ ଏବଂ ଅଗ୍ନିଶମ ସେବା ବିଭାଗକୁ ଖବର ଦେଇଥିଲେ । ରବିବାର ରାତି ୮ଟା ସୁଦ୍ଧା ଛାତ୍ରଙ୍କର କୈାଣସି ପତ୍ତା ମିଳିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page