ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

May 27, 2019, ଓଡ଼ିଶା, , Anupambharat News Bureau


ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌
Anupambharat News Bureau
May 27, 2019

କରାଚି,୨୬ ।୫: ଏଥର ବି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ବିଶ୍ୱକପ୍‌୍‌ରେ ମୁହାଁମୁହିଁ ହେବେ । ଏହି ହାଇଭୋଲଟେଜ୍‌ ମୁକାବିଲା ଜୁନ୍‌ ୧୬ରେ ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବ । ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି । ଏଯାବତ୍‌ ଏହି ଦୁଇ ଏସୀୟ ପାୱାରହାଉସ୍‌ ବିଶ୍ୱକପ୍‌ରେ ୬ ଥର ମୁହାଁମୁହିଁ ହୋଇଥିବାବେଳେ ସବୁଥର ଭାରତ ବିଜୟୀ ହୋଇଛି । ତେବେ ଏଥର ଭାରତ ବିପକ୍ଷରେ ଏହି ପରାଜୟ ଧାରା ଭାଙ୍ଗିବା ନେଇି ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍‌ ଉଲ୍‌ ହକ୍‌ ଆଶାବ୍ୟକ୍ତ କରିଛନ୍ତି ।
ଭାରତ-ପାକିସ୍ତାନ ମ୍ୟାଚ୍‌କୁ ପ୍ରଶଂସକ ବେଶ୍‌ ଗମ୍ଭୀରତାର ସହ ନେଇଥାନ୍ତି । ଏପରିକ ଆମେ କେବଳ ଭାରତ ବିପକ୍ଷ ମ୍ୟାଚ୍‌ ଜିତିଲେ ସେମାନେ ଖୁସି ହେବେ ବୋଲି କିଛି ପ୍ରଶଂସକ ଚାହାଁନ୍ତି । ଏଥର ଆମେ ବିଶ୍ୱକପ୍‌ରେ ଭାରତ ବିପକ୍ଷ ପରାଜୟଧାର ଭାଙ୍ଗିବାକୁ ସକ୍ଷମ ହେବୁ ବୋଲି ଇଞ୍ଜାମାମ୍‌ ଏକ ପାକ୍‌ କ୍ରିକେଟ୍‌ େୱବ୍‌ସାଇଟ୍‌କୁ ସାକ୍ଷାତକାରରେ କହିଛନ୍ତି । କେବଳ ଭାରତ ବିପକ୍ଷ ମ୍ୟାଚ୍‌ ନୁହେଁ ବିଶ୍ୱକପ୍‌ରେ ଅନ୍ୟ ଦଳମାନଙ୍କୁ ବି ହରାଇବାକୁ ପାକିସ୍ତାନ ନିକଟରେ ଦକ୍ଷତା ରହିଛି ବୋଲି ଏହି ପୂର୍ବତନ ଅଧିନାୟକ କହିଛନ୍ତି ।
ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ପାକିସ୍ତାନର ଦିନିକିଆ ପ୍ରଦର୍ଶନ ପ୍ରଶଂସକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହି ମେଗା ଇଭେଣ୍ଟ ପୂର୍ବରୁ ପାକିସ୍ତାନ ଲଗାତର ୧୦ଟି ଦିନିକିଆରେ ପରାସ୍ତ ହୋଇଛି । ଏପରିକି ବିଶ୍ୱକପ୍‌ର ଏକ ଅଭ୍ୟାସ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନ ଠାରୁ ହାରିଥିଲା ।
ବିଶ୍ୱକପ୍‌ ଦଳରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିବା ନେଇ ସମାଲୋଚନାର ଶରବ୍ୟ ପାଲଟିଥିବା ଇଞ୍ଜାମାମ୍‌ କହିଛନ୍ତି ଯେ, ଟିମ୍‌ ଚୟନ ସହଜ କାମ ନୁହେଁ । ଏଥିପାଇଁ ଚୟନକର୍ତ୍ତାଙ୍କ ଉପରେ ଅଧିକ ଚାପ ରହିଥାଏ । ଲୋକେ କିନ୍ତୁ ଭାବନ୍ତି ଯେ ଆମ କାମ ବେଶ୍‌ ସହଜ ।
ବିଶ୍ୱକପ୍‌ ଦଳ ଚୟନ କରିବା ଏକ ଚ୍ୟାଲେଞ୍ଜିଂ କାମ । କାରଣ ଆମ ନଜରରେ ଏଭଳି ଅନେକ ଖେଳାଳି ଥିଲେ ଯାହାକୁ ବାଦ୍‌ ଦେବା ସହଜ ନଥିଲା ବୋଲି ଇଞ୍ଜାମାମ୍‌ କହିଛନ୍ତି । ବିଶ୍ୱକପ୍‌ ଦଳରେ ୱାହାବ୍‌ ରିୟାଜ ଓ ମହମ୍ମଦ ହାସ୍‌ନେନ୍‌ ଭଳି ଦ୍ରୁତ ବୋଲର୍‌ଙ୍କୁ ସ୍ଥାନ ଦେବା ନିଷ୍ପତ୍ତିକୁ ସେ ଯଥାର୍ଥ ବୋଲି କହିଛନ୍ତି । ଆଗାମୀ ବିଶ୍ୱକପ୍‌ ଟପ୍‌ ଦଳମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ବୋଲି ସେ କହିଛନ୍ତି । ଏପରିକି ଆଫଗାନିସ୍ତାନ ଭଳି ଟିମ୍‌ ମଧ୍ୟ ବିପର୍ଯ୍ୟୟ ଘଟାଇପାରେ । ତେଣୁ କୌଣସି ଟିମ୍‌କୁ ହାଲ୍‌କାରେ ନେବା ଠିକ୍‌ ହେବନାହିଁ ବୋଲି ଇଞ୍ଜାମାମ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

Read More...

ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page