ପଦ୍ମପୁର ଉପନିର୍ବାଚନ: ମଇଦାନରେ ୧୧ ପ୍ରାର୍ଥୀ

November 18, 2022, ଓଡ଼ିଶା, , Anupambharat News Bureau


ପଦ୍ମପୁର ଉପନିର୍ବାଚନ: ମଇଦାନରେ ୧୧ ପ୍ରାର୍ଥୀ
Anupambharat News Bureau
November 18, 2022


ଭୁବନେଶ୍ୱର,୧୮ା୧୧(ଅନୁପମ ମିଡ଼ିଆ): ପଦ୍ମପୁର ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଉପନିର୍ବାଚନ ପାଇଁ ମୋଟ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା ଓ ଦେବବ୍ରତ ସୁନାନୀଙ୍କ ନାମାଙ୍କନ ନାକଚ ହୋଇଯାଇଛି । ରିଟର୍ଣ୍ଣି ଅଧିକାରୀ ତ୍ରିଲୋଚନ ପାତ୍ର ଏହି ସୂଚନା ଦେଇଛନ୍ତି ।
ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ୧୧ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ପଦ୍ମପୁରୁକୁ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ନିଜର ଶକ୍ତି ଲଗାଇବ । ଏଥିପାଇଁ ଏହି ୩ ଦଳ ନିଜ ନିଜ ସ୍ତରରେ ରଣନୀତି ଆରମ୍ଭ କରିଦେଇଛନ୍ତି । ବିଜୁ ଜନତା ଦଳ ସ୍ୱର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷାରାଣୀ ସିଂ ବରିହାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ

ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ

Read More...

ହକି ବିଶ୍ୱ କପ୍‌ ଉତ୍ସବ: ବାରବାଟୀ ଷ୍ଟାଡିଅମ ସମେତ ପାଞ୍ଚ ସହରରେ ପାଳନ ହେବ

ହକି ବିଶ୍ୱ କପ୍‌ ଉତ୍ସବ: ବାରବାଟୀ ଷ୍ଟାଡିଅମ ସମେତ ପାଞ୍ଚ ସହରରେ ପାଳନ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page