ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ

November 18, 2022, ଦେଶ, , Anupambharat News Bureau


ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ
Anupambharat News Bureau
November 18, 2022


ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକ କୌଶଳରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିବା ଦୃଷ୍ଟାନ୍ତ ମୂଳକ ଘଟଣାରୁ ଜଣାପଡିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗବେଷଣା କ୍ଷେତ୍ରରେ ଦେଶରେ ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ସଫଳତାର ସହ ଉତ୍‌କ୍ଷେପଣ କରିବାରେ ସଫଳ ହୋଇଛି । ସୂଚନାମୁତାବକ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି । ହାଇଦ୍ରାବାଦ ଭିତ୍ତିକ ସ୍ପେସ୍‌ ଷ୍ଟାର୍ଟଅପ୍‌ ସ୍କାଇରୁଟ୍‌ ଏରୋସ୍ପେସ୍‌ ଏହି ରକେଟ୍‌ ନିର୍ମାଣ କରିଛି । ସ୍କାଇରୁଟ୍‌ ଏରୋସ୍ପେସର ପ୍ରଥମ ମିଶନ୍‌, ଯାହାର ନାମ ‘ପ୍ରାରମ୍ଭ’ ରଖାଯାଇଛି । ଚେନ୍ନାଇଠାରୁ ୧୧୫ କିମି ଦୂର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନର ଲଞ୍ଚପ୍ୟାଡରୁ ଏହା ଉତକ୍ଷେପଣ କରାଯାଇଛି । ମିଶନ ସଫଳ ହୋଇଥିବାରୁ ସ୍କାଇରୁଟ୍‌ ଏରୋସ୍ପେସ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି । ଏହାକୁ ଏକ ନୂତନ ଯୁଗର ଆରମ୍ଭ ଭାବରେ ବିବେଚନା କରାଯାଉଛି । କାରଣ ୨୦୨୦ ମସିହାରେ ଘରୋଇ କ୍ଷେତ୍ର ପାଇଁ ମହାକାଶକୁ ଖୋଲାଯାଇଛି । ସ୍କାଇରୁଟ୍‌ ଏରୋସ୍ପେସ୍‌ ସିଇଓ ନାଗା ଭରତ ଡାକ୍‌ କହିଛନ୍ତି ବିକ୍ରମ-ଏସ ରକେଟ ହେଉଛି ଏକ ସିଙ୍ଗିଲ ଷ୍ଟେଜ ସବ୍‌-ଅର୍ବିଟାଲ୍‌ ଲଞ୍ଚ ଯାନ । ଇସ୍ରୋ ଏବଂ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ସାହାଯ୍ୟ ପରେ ସ୍କାଇରୁଟ୍‌ ବିକ୍ରମ-ଏସ୍‌ ରକେଟ୍‌ ମିଶନକୁ ବହୁ କମ୍‌ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ବିକ୍ରମ ସାରଭାଇଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସ୍କାଇରୁଟର ଉତକ୍ଷେପଣ ଯାନଗୁଡ଼ିକର ନାମ ‘ବିକ୍ରମ’ ରଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ଡ୍ରାଇଭର

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ଡ୍ରାଇଭର

Read More...

ପଦ୍ମପୁର ଉପନିର୍ବାଚନ: ମଇଦାନରେ ୧୧ ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ: ମଇଦାନରେ ୧୧ ପ୍ରାର୍ଥୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page