ମୋଦି ସାର୍‌ଙ୍କୁ ଚାପୁଡ଼ା ମାରିବି କହିଲେ ଦିଦି

May 08, 2019, ଦେଶ, , Anupambharat News Bureau


ମୋଦି ସାର୍‌ଙ୍କୁ ଚାପୁଡ଼ା ମାରିବି କହିଲେ ଦିଦି
Anupambharat News Bureau
May 08, 2019

କୋଲକତା: ମମତା ବାନାର୍ଜୀ କହିଛନ୍ତି ଯେ, ମୋଦିଙ୍କୁ ଦେଶର ସମସ୍ତଙ୍କ ଆଗରେ ଏକ ଶକ୍ତ ଚାପୁଡ଼ା ମାରିବି ତାହା ପରେ ଯାଇ ମୋର ମନ ଶାନ୍ତି ହେବ । ମାଡ଼ ନମାରିବା ପର୍ଯ୍ୟନ୍ତ ସେ ଶାନ୍ତି ରେ ବସିବେ ନାହିଁ ବୋଲି କହିଛନ୍ତି ମମତା । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଳମୂଳ କଂଗ୍ରେସ (ଟିଏମ୍‌ସି) ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ବୟାନବାଜି ନୂଆମୋଡ଼ ଦେଇଛି । ଟିଏମ୍‌ସି ନେତାମାନଙ୍କୁ ପ୍ରଧାମନ୍ତ୍ରୀ ଢ଼ୋଲବାଜ (ବଳପୂର୍ବକ ଅର୍ଥ ଆଦାୟକାରୀ) ବୋଲି ବୟାନ ଦେବା ପରେ ପ୍ରତିକ୍ରୀୟା ଦେଇ ମମତା କହିଛନ୍ତି ମୋଦିଙ୍କୁ ସମସ୍ତଙ୍କ ଆଗରେ ଚାପୁଡ଼ା ମାରିବି । କାରଣ ମୋଦିଙ୍କୁ ଚାପୁଡ଼ା ମାରିବା ପାଇଁ ମୋର ମନ ହେଉଛି । ଏକ ନିର୍ବାଚନ ରାଲିରେ ମମତା କହିଛନ୍ତି ଯେ, ମୁଁ ଏଭଳି ମିଥ୍ୟାବାଦୀ ପ୍ରଧାନମନ୍ତ୍ରୀ କେବେ ଦେଖିନାହିଁ । ଯେ ଦିଲ୍ଲୀରେ ମୋଦି ୫ ବର୍ଷ ହେଲା କ୍ଷମତାରେ ଅଛନ୍ତି । କିନ୍ତୁ ମୁଁ ବେଙ୍ଗଲରେ ବହୁତ ସଂଘର୍ଷ କରିଛି । ମୁଁ ନିଜକୁ ବିକି ରାଜନୀତି କରୁନାହିଁ । ମୁଁ ମୋଦିଙ୍କୁ ଡ଼ରେ ନାହିଁ । ମୋଦିଙ୍କ ଭଳି ମିଥ୍ୟାବାଦୀ ମୁଁ ଆଜି ପର୍ଯ୍ୟନ୍ତ କେବେ ଦେଖିନାହିଁ । ଅନ୍ୟପଟେ ମମତାଙ୍କ ଏଭଳି ବୟାନକୁ କଡ଼ା ଜବାବ ଦେଇଛି ବିଜେପି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅନିଲ୍‌ ବଲୁନି କହିଛନ୍ତି ଯେ ଆଜି ମମତା କହୁଛନ୍ତି ପ୍ରଧାମନନ୍ତ୍ରୀଙ୍କୁ ଚାପୁଡ଼ା ମାରିବି, ଏହା ଏକ ନିନ୍ଦନୀୟ କଥା । ସଂଘୀୟ ବ୍ୟବସ୍ଥାର ଦ୍ୱାହି ଦେଇ ଆସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତାର ଏହାର ଅବମାନନା କରି ଆସୁଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ମମତା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫୋନି’ ବାତ୍ୟା ସମୀକ୍ଷା ବୈଠକରେ ଯୋଗଦେବାକୁ ମନା କରିଛନ୍ତି । ଏହାପୂର୍ବରୁ ‘ଫୋନି’କୁ ନେଇ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗର ମମତା ସରକାର ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇସାରିଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଯାଇଥିଲେ ମଧ୍ୟ ପଶ୍ଚିମବଙ୍ଗ ଏହାକୁ ଅଣଦେଖା କରିଥିଲା । ପ୍ରଥମେ କୁହାଯାଇଥିଲା ପରେ ଫୋନ୍‌ କରାଯିବ, କି;ୁ ପରେ କୁହାଯାଇଥିଲା ମୁଖ୍ୟମନ୍ତ୍ରୀ ମମତା ଅନ୍ୟ କେଉଁ ଏକ ଗସ୍ତରେ ବ୍ୟସ୍ତ ଅଛନ୍ତି । କି;ୁ ମମତା ସରକାରଙ୍କ ପକ୍ଷରୁ କିଛି ଓଲଟା ଉତ୍ତର ରଖାଯାଇଥିଲା । କୁହାଯାଇଥିଲା, ମୋଦି କୁଆଡ଼େ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେବଳ ଫୋନ୍‌ କରିଥିଲେ, କି;ୁ ଉଦ୍ଧାର ଓ ସ୍ଥାନାନ୍ତର ବାବଦରେ ମମତାଙ୍କୁ ଫୋନ୍‌ କରିନଥିଲେ ବୋଲି କହିଛନ୍ତି ମମତା ବାନାର୍ଜୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ

ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ

Read More...

 ମହିଳାଙ୍କୁ ହତ୍ୟା, ଟଙ୍କା-ସୁନା ନେଇ ଚମ୍ପଟ୍‌

ମହିଳାଙ୍କୁ ହତ୍ୟା, ଟଙ୍କା-ସୁନା ନେଇ ଚମ୍ପଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page