ମହିଳାଙ୍କୁ ହତ୍ୟା, ଟଙ୍କା-ସୁନା ନେଇ ଚମ୍ପଟ୍‌

May 08, 2019, ଓଡ଼ିଶା, ମାଲକାନଗିରି, Anupambharat News Bureau


 ମହିଳାଙ୍କୁ ହତ୍ୟା, ଟଙ୍କା-ସୁନା ନେଇ ଚମ୍ପଟ୍‌
Anupambharat News Bureau
May 08, 2019

ମାଲକାନଗିରି, ୮ା୫ (ଅନୁପମ ମିଡିଆ): କାଲିମେଳା ବ୍ଲକ ଏମ୍ଭି-୭୯ରେ ବୁଧବାର ଜଣେ ମହିଳାଙ୍କୁ ଅତି ର୍ନିଦୟ ଭାବରେ ଗଳା କାଟି ହତ୍ୟା କରାଯାଇଛି । ଏହି ଲୋମହର୍ଷଣକାରୀ ଘଟଣା ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏମ୍ଭି-୭୯ରେ ବସବାସ କରୁଥିବା ଚିନାମ କରାମି ନାମକ ମହିଳାଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ମହିଳା ଜଣକ ଘରେ ଏକା ଥିବା ବେଳେ କେହି ଦୁର୍ବୁତ୍ତ ଘରେ ପଶି ତାଙ୍କୁ ଗଳା କାଟି ହତ୍ୟା କରିଥିବା ସହ ଘରେ ଥିବା ସୁନା ଓ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି । ଚିନାମଙ୍କ ସ୍‌ୱାମୀ ଆନ୍ଧ୍ରପ୍ରଦେଶରେ ଶ୍ରମିକ ଭାବେ କାମ କରୁଥିଲେ । ସେଥି ପାଇଁ ଚିନାମ ନିଜ ଭଉଣୀଙ୍କ ସହ ଏମ୍ଭି-୭୯ରେ ରହୁଥିଲେ । ଆଜି ତାଙ୍କ ଭଉଣୀ ବଜାରକୁ ଯାଇଥିବା ବେଳେ ଏଭଳି କାଣ୍ଡ ହୋଇଛି । ଭଉଣୀ ବଜାରକୁ ଯିବା ପରେ ଦୁର୍ବୃତ୍ତମାନେ ସୁଯୋଗ ଦେଖି ଘର ଭିତରକୁ ପ୍ରବେଶ କରିଥିଲେ । ଖବର ପାଇ ଏମ୍ଭି-୭୯ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦି ସାର୍‌ଙ୍କୁ ଚାପୁଡ଼ା ମାରିବି କହିଲେ ଦିଦି

ମୋଦି ସାର୍‌ଙ୍କୁ ଚାପୁଡ଼ା ମାରିବି କହିଲେ ଦିଦି

Read More...

ଅନୁପମ ଭାରତ ସମ୍ବାଦପତ୍ରର ନୂତନ ୱେବ୍ ପୋର୍ଟାଲ୍

ଅନୁପମ ଭାରତ ସମ୍ବାଦପତ୍ରର ନୂତନ ୱେବ୍ ପୋର୍ଟାଲ୍

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page