ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

May 28, 2019, ଓଡ଼ିଶା, , Anupambharat News Bureau


ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ
Anupambharat News Bureau
May 28, 2019

ଭୁବନେଶ୍ୱର,୨୭ ।୫(ଅନୁପମ ମିଡିଆ): ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଏକ ସ୍କୁଟିକୁ ଏକ ଅଜଣା ଗାଡି ଧM୍‌ା ଦେବା ଫଳରେ ତଳକୁ ଖସି ବାପା ପୁଅଙ୍କର ମୃତୁ୍ୟ ଘଟିଛି । ମୃତକମାନେ ହେଲେ ନୟାଗଡର ଗଙ୍ଗାଧର ମହାରଣା ଏବଂ ତାଙ୍କ ପୁଅ ଲକ୍ଷ୍ମଣ ମହାରଣା । ବାପା-ପୁଅ ଝିଅ ଘରକୁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ଅନୁଯାୟୀ ନୟାଗଡରୁ ବାପା ଓ ପୁଅ ଓଡି ୨୫ ଏଚ୍‌ ୬୪୬୦ ନମ୍ବର ବିଶିଷ୍ଟ ଏକ ଧୂସର ରଙ୍ଗର ସ୍କୁଟିରେ ରସୁଲଗଡ ସ୍ଥିତ ନିଜ ଝିଅ ଘରକୁ ଭାର ଦେବାକୁ ଯାଉଥିଲେ । ରସୁଲଗଡ ପହଞ୍ଚିବାକୁ ଆଉ ଅଳ୍ପ ବାଟ ବାକି ଥିବା ବେଳେ ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍‌ ଉପରେ ଏକ ଅଜଣା ଗାଡି ସେମାନଙ୍କ ସ୍କୁଟିକୁ ଧMା ଦେଇଥିଲା । ଫଳରେ ଉଭୟ ଓଭରବ୍ରିଜ୍‌ର ପ୍ରାୟ ୩୦ ଫୁଟ୍‌ ତଳକୁ ଖସିପଡିଥିଲେ । ଘଟଣାସ୍ଥଳରେ ବାପାଙ୍କର ମୃତୁ୍ୟ ଘଟିଥିବା ବେଳେ ପୁଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଟକ ଏସସିବି ମେଡିକାଲକୁ ନିଆଯିବା ବାଟରେ ପୁଅର ମଧ୍ୟ ମତୁ୍ୟ ଘଟିଥିଲା । ଖବର ପାଇଁ ସହିଦ ନଗର ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

Read More...

୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page