ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

May 30, 2019, ଓଡ଼ିଶା, , Anupambharat News Bureau


 ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା
Anupambharat News Bureau
May 30, 2019

ଅନୁଗୋଳ,୩୦ା୫(ଅନୁପମ ମିଡିଆ): ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିଲେ ମଧ୍ୟ ତାହା ଜନ କଲ୍ୟାଣ କାର୍ଯ୍ୟରେ ସହାୟକ ହୋଇପାରୁନଥିବା ଘଟଣା ସାମ୍ନାକୁ ଆସୁଛି । ଡ଼ାଏଲିସିସ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ୱାର୍ଡ଼ରେ ବିଦ୍ୟୁତ ବ୍ୟବସ୍ଥା ସଠିକ ଢ଼ଙ୍ଗରେ ନହେବା ଯୋଗୁଁ ମୋବାଇଲ ଆଲୁଅରେ ଚିକିସିା ଚାଲିବା କେତେଦୂର ଗ୍ରହଣୀୟ ତାହା ସରକାର ଓ ପ୍ରଶାସନ ଗଭୀରସ୍ତରରେ ତର୍ଜମା କରିବାର ଆବଶ୍ୟକତା ପଡ଼ିଛି । ପୁଣି ଏହା କୌଣସ ମଫସଲ କିମ୍ବା ଦୂରଦୂରାନ୍ତର ଡ଼ାକ୍ତରଖାନା ନୁହେଁ ଖୋଦ୍‌ ଅନୁଗୋଳ ଜିଲା ମୁଖ୍ୟ ଚିକିସିାଳୟରେ ଏଭଳି ଅଭାବନୀୟ ବିଦ୍ୟୁତ ବ୍ୟବସ୍ଥା ବୁଦ୍ଧିଜୀବୀ ମାନଙ୍କୁ ହତଚକିତ କରିଦେଇଛି । ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ୫ଟାରେ ଅନୁଗୋଳରେ ଝଡ଼ତୋଫାନ ହେବା ଯୋଗୁଁ ବିଦ୍ୟୁତ ଚାଲି ଯାଇଥିଲା । ରାତି ୮ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା । ଜିଲା ମୁଖ୍ୟ ଚିକିସିାଳୟ ବି ଏଥିରୁ ବାଦ୍‌ ପଡ଼ିଥିଲା । ଚିକିସିାଳୟ କେତେକ ୱାର୍ଡ଼କୁ ଜେନେରେଟର ଯୋଗୁଁ ଆଲୋକିତ ରହିଥିବା ବେଳେ ଆଉ କେତେକ ଅଞ୍ଚଳର ଅନ୍ଧାରରେ ରାଜୁତି ଚାଲିଥିଲା । ଡ଼ାଏଲସିସ୍‌ ୱାର୍ଡ଼ ବି ଘନ ଅନ୍ଧାକାର ମଧ୍ୟରେ ରହିଥିଲା । ସେହି ସମୟମରେ ୬ ଜଣ ରୋଗୀଙ୍କ ଡ଼ାଏଲିସିସ୍‌ ଚାଲିଥିଲା । ବିଦ୍ୟୁତଖ ସରବରାହ ବନ୍ଦ ହେବା ପରେ କିଛି ସମୟ ପାଇଁ ବ୍ୟାଟେରି ବ୍ୟାକ୍‌ ଅଫ୍‌ରେ ଡ଼ାଏଲିସିସ୍‌ କାମ ଚାଲିଥିଲା । ଏହି ସମୟରେ ଚିକିସିାଳୟର କର୍ମଚାରୀମାନେ ବାଧ୍ୟ ହୋଇ ନିଜ ମୋବାଇଲ ଫୋନ୍‌ର ଚର୍ଚ୍ଚରେ ରୋଗୀମାନଙ୍କ ସେବାରେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା । ଘଟଣା ସଂପର୍କରେ କେତେକ ରୋଗୀଙ୍କ ସଂପର୍କୀୟ ଓ ସେ୍ୱଚ୍ଛାସେବୀ ଜିଲା ମୁଖ୍ୟ ଚିକିସିା ଅଧିକାରୀଙ୍କୁ ଅବଗତ କରାଇଥିଲେ । ଭାରତପ୍ରାପ୍ତ ଜିଲା ମୁଖ୍ୟ ଚିକିସିା ଅଧିକାରୀ ଡ଼ାକ୍ତର ପ୍ରତାପ ବେହେରା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବି ସେଠାରେ ପହଞ୍ଚି ଥିଲେ । ଡ଼ାକ୍ତରଖାନାରେ ଥିବା ଜେନେରେଟର ଲୋଡ଼୍‌ ସମ୍ଭାଳି ପାରୁ ନଥିବାରୁ ଡ଼ାଲିସିସ୍‌ ୱାର୍ଡ଼କୁ ସଂଯୋଗ ଦିଆଯାଉନାହିଁ । ତେବେ ଚିକିସିାଳୟ ପରିସରରେ ୫୦୦ କେଭି ଟ୍ରାନ୍ସଫରମର ସ୍ଥାପନ ସହ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏଥି ସହିତ ଏକ ଜେନେରେଟର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅନୁଗୋଳ ଜିଲାରେ ଦିନକୁ ଦିନ କିଡ଼ନି ରୋଗୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚିକିସିାଳୟପରେ ଡ଼ାଏଲିସିସ କରାଯାଉଛି । ସବୁବେଳେ ଶତାଧିକ ରୋଗୀ ଡ଼ାଏଲିସିସ୍‌ ପାଇଁ ଅପେକ୍ଷାରେ ରହୁଛନ୍ତି । ଅନେକ ସମୟରେ ଉପଯୁକ୍ତ ଚିକିସିା ଅଭାବରୁ ରୋଗୀମାନଙ୍କ ମୃତ୍ୟୁ ଘଟୁଛି । ବିଦ୍ୟୁତ ସରବରାହ ବନ୍ଦ ହେଲେ ଅନେକ ସମୟରେ ବାଧ୍ୟ ହୋଇ ରୋଗୀମାନଙ୍କୁ ଡ଼ାଲିସିସ୍‌ ଅଧାରୁ ବନ୍ଦ କରି ଦିଆଯାଉଛି । ପ୍ରାୟତଃ ଏଭଳି ଘଟଣା ଘଟୁଥିବା ସେ‰ ଅନୁଗୋଳ ଜିଲା ମୁଖ୍ୟ ଚିକିସିାଳୟ କର୍ତ୍ତୃପକ୍ଷ ନିରବ ରହୁଛନ୍ତି । ରାଜ୍ୟର ଶିଳ୍ପାଞ୍ଚଳ ଅନୁଗୋଳରେ ଅର୍ଥର ଅଭାବ ନାହିଁ । ଜିଲା ପ୍ରଶାସନ ଖାଲି ପଦ ପୂରଣ କରିବା ପାଇଁ ଡ଼ାକ୍ତର ଓ କର୍ମଚାରୀ ନିଯୁକ୍ତି ଦିଆଯାଇ ଜିଲା ଖଣିଜ ପାଣwିରୁ ସେମାନଙ୍କୁ ଦରମା ଦିଆଯାଉଛି । ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇନପାରି ପଡ଼ି ରହିଛି । ଆନ୍ତରିକତାର ଅଭାବ ଯୋଗୁଁ ଡ଼ାଏଲିସିସ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସାମାନ୍ୟ ଜେନେରେଟର ବ୍ୟବସ୍ଥା କରାଯାଇପାରୁ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝିଅ ଖୋଜିଦେବା  କହି ଟଙ୍କା ଠକିନେଲେ

ଝିଅ ଖୋଜିଦେବା କହି ଟଙ୍କା ଠକିନେଲେ

Read More...

ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page