ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

May 10, 2019, ଓଡ଼ିଶା, , Anupambharat News Bureau


ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌
Anupambharat News Bureau
May 10, 2019

ଭୁବନେଶ୍ୱର, ୧୦ା୫ (ଅନୁପମମିଡ଼ିଆ): ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଛୁଟି ଦିନରେ ମଧ୍ୟ ଖୋଲା ରହିବ ବ୍ୟାଙ୍କ୍‌ । ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅର୍ଥ ସଚିବ ଓ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପ୍ରଭାବିତ ଜିଲ୍ଲା ଗୁଡିକରେ ବ୍ୟାଙ୍କ୍‌ କାର୍ଯ୍ୟ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଛୁଟି ଦିନରେ ବ୍ୟାଙ୍କ୍‌ ଗୁଡିକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ସୋମବାର ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା ସ୍ୱାଭାବିକ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଅପରପକ୍ଷରେ କେରଳ ମଡେଲ ଅନୁକରଣ କରିବାକ
ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି । କମ୍‌ ଡକୁ୍ୟମେଣ୍ଟ ନେଇ ଋଣ ପ୍ରଦାନ କରିବାକୁ କୁହାଯାଇଛି । ପୁରୀରେ ୧୫ ଓ ଭୁବନେଶ୍ୱରରେ ୧୦ଟି ମୋବାଇଲ ଏଟିଏମ୍‌ ଆଣିବାକୁ ନିଷ୍ପତ୍ତି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

Read More...

ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page