ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

May 10, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର
Anupambharat News Bureau
May 10, 2019

ଖଲ୍ଲିକୋଟ, ୧୦ା୫ (ଅନୁପମ ମିଡ଼ିଆ): କିଛି ଦିନର ବ୍ୟବଧାନ ପରେ ଖଲ୍ଲିକୋଟ ପୋଲିସ କରିଛି ଏନ୍‌କାଉଣ୍ଟର୍‌ । ଏନ୍‌କାଉଣ୍ଟରରେ ଖୋଜାପଲ୍ଲୀର ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁର ବାମ ଗୋଡ଼ରେ ବାଜିଛି ଗୁଳି । ଡ଼କାୟତି, ରାହାଜାନୀ, ଲୁଟ୍‌ପାଟ ଘଟଣାରେ ସମ୍ପୃକ୍ତ ମନୋଜ ସ୍ୱାଇଁକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଫଳ ହୋଇଥିଲା । ତେବେ ଆଜି ଭୋର ୪.୨୦ରେ ମନୋଜ ଜଣେ ଯୁବକ ସହ ଏକ ନମ୍ବର ବିହୀନ ବଜାଜ୍‌ ପଲ୍‌ସର ବାଇକ୍‌ରେ ବାଣପୁରରୁ ନିଜ ଗ୍ରାମକୁ ଫେରୁଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା । ଏସ୍‌ପି ବି୍ରଜେଶ୍‌ ରାୟଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ଥାନା ଅଧିକାରୀ ସୁନୀଲ୍‌ କୁମାର ବେହେରା, କନଷ୍ଟେବଳ ଟୁକୁନା ସେଠୀ, ବିରଞ୍ଚି ବେହେରା ସଦଳବଳେ ନାରାୟଣୀ ରାସ୍ତାର ପେଣ୍ଡୁରାପଲ୍ଲୀ ଛକ ଠାରେ ମନୋଜକୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ, ମନୋଜ ପାଲ୍‌ଟା ଆକ୍ରମଣ କରିବାରୁ ଆଇଆଇସି ସୁନୀଲ୍‌ ବେହେରା ଏନ୍‌କାଉଣ୍ଟର କରିଥିଲେ । ଗୁଳି ଯାଇ ମନୋଜର ବାମ ଆଣ୍ଠୁରେ ବାଜିଥିଲା । ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲା । ପୋଲିସ ତାକୁ କାବୁ କରି ନେଇଥିଲା । ତେବେ ଅନ୍ଧାରର ସୁଯୋଗ ନେଇ ଏହି ସମୟରେ ମନୋଜ ସାଙ୍ଗରେ ଥିବା ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିଲା । ପୋଲିସ ତା’ ଠାରୁ ଗୋଟିଏ ନମ୍ବର ବିହୀନ ବଜାଜ୍‌ ପଲସର୍‌ ବାଇକ୍‌, ଗୋଟିଏ ବନ୍ଧୁକ ଓ ୨ଟି ଅଫୁଟା ଗୁଳି ଜବତ କରିଛି । ଦୁର୍ଦ୍ଦାନ୍ତ ମନୋଜ ନାମରେ ଖଲ୍ଲିକୋଟ ଥାନାରେ ୮ଟି ଏବଂ ରମ୍ଭା, କବିସୂର୍ଯ୍ୟନଗର ଥାନାରେ ମଧ୍ୟ ଏକାଧିକ ମାମଲା ଥିବା ଆଇଆଇସି ସୁନୀଲ୍‌ କୁମାର ବେହେରା କହିଛନ୍ତି । ଗୁରୁତର
ଆହତ ଅବସ୍ଥାରେ ମନୋଜକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ପରେ ବ୍ରହ୍ମପୁର ବଡ଼ମେଡିକାଲ୍‌କୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଇଙ୍କୁ ଅପହରଣ ପରେ ହତ୍ୟା ଧମକ

ଜେଇଙ୍କୁ ଅପହରଣ ପରେ ହତ୍ୟା ଧମକ

Read More...

ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page