କଟକରେ ଖୋଲିବ ଆଉ ୨ଟି ଆହାର କେନ୍ଦ୍ର

June 02, 2019, ଓଡ଼ିଶା, , Anupambharat News Bureau


କଟକରେ ଖୋଲିବ ଆଉ ୨ଟି ଆହାର କେନ୍ଦ୍ର
Anupambharat News Bureau
June 02, 2019

କଟକ,୨ା୬(ଅନୁପମ ମିଡିଆ): କଟକରେ ଖୁବ ଶୀଘ୍ର ଆଉ ୨ଟି ନୂଆ ଆହାର କେନ୍ଦ୍ର ଖୋଲିବାକୁ ନିଷ୍ପତି ହୋଇଛି । ସ୍ଥାନୀୟ ବିଜୁ ଭବନଠାରେ ଫନି ବାତ୍ୟା ପରବର୍ତ୍ତୀ ଅବସ୍ଥା ଏବଂ ପ୍ରାକ୍‌ ମୈାସୁମୀ ପରିସ୍ଥିତି ନେଇ ନବନିର୍ବାଚିତ ସାଂସଦ ଭର୍ତ୍ତୃହରି ମହତାବ ସମୀକ୍ଷା କରିଛନ୍ତି । ସହରରେ ପଙ୍କୋଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ୧୫ ଦିନ ମଧ୍ୟରେ ଷ୍ଟ୍ରୀଟ ଲାଇଟ ସମସ୍ୟା ସୁଧାରିବାକୁ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କଟକର ସବୁଜିମା ସୁନ୍ଦର କରିବା ପାଇଁ ୫ରୁ ୧୫ ଫୁଟ ର ଗଛ ଲଗାଇବାକୁ ଆଲୋଚନା କରାଯାଇଛି । ମୈାସୁମୀ ପାଖେଇ ଆସୁଥିବା ବେଳେ ସହରରେ ସଫେଇ କାର୍ଯ୍ୟ ଶେଷ ହୋଇନଥିବାରୁ ଜଳବନ୍ଦୀର ଆଶଙ୍କା ସୃଷ୍ଟି ହୋଇଛି ।
ଏନେଇ ସାଂସଦ ଶ୍ରୀ ମହତାବ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଏହି ପ୍ରକ୍ରିୟା ଶେଷ କରିବାକୁ କହିଛନ୍ତି । ଖୋଲାଯିବାକୁ ଥିବା ନିୟନ୍ତ୍ରଣ କକ୍ଷରେ ଜଣେ ଜାଇକା ଯନ୍ତ୍ରୀ ରହିବେ ବୋଲି ଆରଡିସିଙ୍କ ବୈଠକରେ ସ୍ଥିର ହୋଇଥିବା ବେଳେ ସେଠାରେ ଜନସ୍ୱାସ୍ଥ୍ୟ ବିଭାଗର ଜଣେ ଯନ୍ତ୍ରୀ ରହିବେ ବୋଲି ମଧ୍ୟ ସାଂସଦ କହିଛନ୍ତି । ଜଳବନ୍ଦୀ ଆଶଙ୍କା ଥିବା ଅଂଚଳର ତାଲିକା ପ୍ରସ୍ତୁତ କରି ମାଇକ୍ରୋ ପ୍ଲାନ ମାଧ୍ୟମରେ ଜଳ ନିଷ୍କାସନ କରିବାକୁ ସେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ୩୦ଟି ପାର୍କରୁ ମାତ୍ର ୫ଟି ପାର୍କ କାର୍ଯ୍ୟକ୍ଷମ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ୟ ପାର୍କ ଗୁଡିକୁ ତୁରନ୍ତ ଖୋଲିବା ଏବଂ ଚାରା ଲଗାଇବା ଦିଗରେ ପଦକ୍ଷେପ ନେବାକୁ ସେ ସିଏମସି କମିଶନରଙ୍କୁ କହିଛନ୍ତି । ଏବେ ସହରରେ ୭ଟି ଆହାର କେନ୍ଦ୍ର ଥିଲା ବେଳେ ଖୁବ ଶୀଘ୍ର ଆଉ ୨ଟି ଖୋଲିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କୃଷକ ବଜାର ଏବଂ ଓଏମପିରେ ଏହି ଦୁଇଟି କେନ୍ଦ୍ର ଖୋଲାଯିବାକୁ ସ୍ଥିର ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମିଳିଲାନି ସହାୟତା , ହସ୍ପିଟାଲରୁ ଫେରିବାବେଳେ ବୃଦ୍ଧଙ୍କ ମୃତ୍ୟୁ

ମିଳିଲାନି ସହାୟତା , ହସ୍ପିଟାଲରୁ ଫେରିବାବେଳେ ବୃଦ୍ଧଙ୍କ ମୃତ୍ୟୁ

Read More...

ପାଣିରେ ବୁଡି ଶିଶୁକନ୍ୟା ମୃତ

ପାଣିରେ ବୁଡି ଶିଶୁକନ୍ୟା ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page