ମିଳିଲାନି ସହାୟତା , ହସ୍ପିଟାଲରୁ ଫେରିବାବେଳେ ବୃଦ୍ଧଙ୍କ ମୃତ୍ୟୁ

June 02, 2019, ଓଡ଼ିଶା, , Anupambharat News Bureau


ମିଳିଲାନି ସହାୟତା , ହସ୍ପିଟାଲରୁ ଫେରିବାବେଳେ ବୃଦ୍ଧଙ୍କ ମୃତ୍ୟୁ
Anupambharat News Bureau
June 02, 2019

କୋରାପୁଟତା, ୨ା୬ (ଅନୁପମ ମିଡିଆ): ଶନିବାର ଅପରାହ୍ନ୍ନରେ କୋରାପୁଟ ବସଷ୍ଟାଣ୍ଡରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିବାବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ଆଜି ଲୋକ ଲୋଚନକୁ ଆସିଛି । ମୃତ ବ୍ୟକ୍ତି ଜଣକ ଜୟପୁର ନୂଆସାହି ବାସିନ୍ଦା ବୈଦ୍ୟ ବାଘ ବୋଲି ଜଣାପଡିଛି ।ମୃତ୍ୟୁ ପୂର୍ବରୁ ଗଣ ମାଧ୍ୟମକୁ ନିଜର ପରିଚୟ ଦେଇଥିବାବେଳେ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କୁ କିପରି ଅବହେଳା କରା ଯାଉଛି ତାର ନଗ୍ନ ନମୂନା ପଦାକୁ ଆସିଛି । ସୂଚନା ଅନୁଯାୟୀ ମୃତ ବୈଦ୍ୟଙ୍କର ଦୁଇଟି ଗୋଡ କାମ କରୁନଥିବାରୁ ଚିକିସିା ନିମନ୍ତେ ଶୁକ୍ରବାର ଦିନ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସିଥିଲେ । ସେ ମେଡିକାଲ କଲେଜରେ ପହଂଚି ସହାୟତା ନିମନ୍ତେ ଆସିଥିଲେ ଓ ସେ କହିବା ଅନୁସାରେ ଉପର ମହଳାକୁ ଯିବାକୁ ପରାମର୍ଶ ଦିଆଯାଇଥିଲା ।ସେହିଦିନ ଅର୍ଥାତ ୩୧ ତାରିଖଦିନ ଷ୍ଟ୍ରେଚର କିମ୍ବା ହୁଂଲ ଚେୟାରର ଅଭାବ ପରିଲକ୍ଷିତ ହୋଇଥିଲା ଏବଂ ଗୋଡ ଚଳପ୍ରଚଳ କରୁ ନ ଥିବାରୁ ସହାୟତା କେନ୍ଦ୍ର ସମ୍ମୁଖରେ ଥିବା ଚଟାଣରେ ଶୋଇଥିଲେ । ସହାୟତା କେନ୍ଦ୍ରରେ ସେତେବେଳେ ଡ୍ୟୁଟିରେ ଥିବା କର୍ମଚାରୀ ବୈଦ୍ୟଙ୍କୁ ଉପର ମହଲାରେ ଥିବା ଭେଷଜ ବିଭାଗକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ବୈଦ୍ୟଙ୍କ ଦୁଇଟି ଯାକ ଗୋଡ କାମ କରୁନଥିବାରୁ ସେ ହୁଇଲ ଚେୟାର ଖୋଜିଥିଲେ ମଧ୍ୟ ପାଇ ନଥିଲେ । ବହୁ ସମୟ ଅପେକ୍ଷା ପରେ ମଧ୍ୟ ବୈଦ୍ୟଙ୍କୁ ହୁଇଲ୍‌ ଚେୟାର ମିଳିନଥିବାବେଳେ ସହାୟତା କେନ୍ଦ୍ରର କୌଣସି କର୍ମଚାରୀ କିମ୍ବା ଅନ୍ୟ କେହି ଦୟାଳୁ ବ୍ୟକ୍ତି ସହଯୋଗ କରିନଥିଲେ । ତଥାପି ବୈଦ୍ୟ ଶୁକ୍ରବାର ଦିନ ତମାମ ଓ ରାତଏବଂ ସକାଳ ପର୍ଯ୍ୟନ୍ତ ମେଡିକାଲ କଲେଜର ସହାୟତା କେନ୍ଦ୍ର ନିକଟରେ ପଡି ରହିଥିଲେ । ତେବେ ସେ ମେଡିକାଲରେ ଚିକିସିା ପାଇବାର ଆଶା ମଉଳି ଯିବାରୁ ଘରକୁ ଫେରି ଯିବାକୁ କୋରାପୁଟ ବସଷ୍ଟାଣ୍ଡରେ ଶନିବାର ପୂର୍ବାହ୍ନ୍ନରେ ପହଂଚି ବସକୁ ଅପେକ୍ଷା କରିଥିଲେ । ପ୍ରବଳ ଖରା ଓ ଶାରୀରିକ ଅସୁସ୍ଥା ଯୋଗୁଁ ବୈଦ୍ୟ ଗୁରୁତର ଅସୁସ୍ଥ ହୋଇ ବସଷ୍ଟାଣ୍ଡରେ ଟଳି ପଡିଥିଲେ । ବସଷ୍ଟାଣ୍ଡରେ ଥିବା ଜଣେ ବୈଦ୍ୟଙ୍କ ଅବସ୍ଥା ଦେଖି ପୁଲିସକୁ ସୂଚନା ଦେଇଥିଲେ । ଟାଉନଥାନା ପୁଲିସ ପହଂଚି ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସରେ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲୋ କିନ୍ତୁ ଡାକ୍ତର ସେଠାରେ ବୈଦ୍ୟକୁ ମୃତ ଘୋଷଣା କରିଥିଲେ ।
ପ୍ରଥମେ ବୈଦ୍ୟଙ୍କ ପରିଚୟ ଜଣା ପଡିନଥିବା କାରଣରୁ ଅଜଣା ବ୍ୟକ୍ତି ବୋଲି ପ୍ରଘଟ ହୋଇଥିଲା କିନ୍ତୁ ମୃତ୍ୟୁ ପୂର୍ବରୁ ବୈଦ୍ୟ ଗଣ ମାଧ୍ୟମକୁ ଦେଇଥିବା ବକ୍ତବ୍ୟ ଓ ଭିଡିଓ ଭାଇରାଲ ହେବା ପରେ କୋରାପୁଟ ମେଡିକାଲ କଲେଜରେ ରୋଗୀ ମାନଙ୍କୁ କିପରି ହଇରାଣ କରା ଯାଉଛି ତାହା ପ୍ରମାଣିତ ହୋଇଛି । ଘଟଣା ସମ୍ପର୍କରେ ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ହରେକୃଷ୍ନ ଦଳେଇଙ୍କୁ ପଚାରିବାରୁ ତାଙ୍କ ନିକଟରେ କୌଣସି ସୂଚନା ନଥିବା କହିବା ସହ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।କୋରାପୁଟ ହସପିଟାଲରେ ମାନବିକତା ଅଛି କି ନାହିଁ ବୋଲି ପ୍ରଶ୍ନ ଉଠୁଛି । ହସପିଟାଲର ଫାଣ୍ଡିର ଏଏସଆଇ ମହେଶ ପାଇକ ଜୟପୁର ଥାନାକୁ ଉକ୍ତ ବ୍ୟକ୍ତିର ପରିଚୟ ଦେଇ ପରିବାରବର୍ଗଙ୍କୁ ଜଣେଇବାକୁ ନିବେଦନ କରିଥିଲେ ।ଜୟପୁର ପୋଲିସଠାରୁ ଖବର ପାଇ ବୈଦ୍ୟର ଭଣଜା ନରେନ୍ଦ୍ର ହିଆଲ ଓ ଅନ୍ୟ ସଂପର୍କିୟମାନେ କୋରାପୁଟ ଆସି ମୃତଦେହ ଦେଖିଥିଲେ ଓ ସେ ହିଁ ତାର ମାମୁଁ ବୋଲି ପୋଲିସ ନିକଟରେ ପ୍ରକାଶ କରିଥିଲେ ।ଆସନ୍ତାକାଲି ଶବ ବବଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଏଏସଆଇ ଶ୍ରୀ ପାଇକ ସୂଚନା ଦେଇଥିଲେ ।ବୈଦ୍ୟ ଆଗରୁ ଜୟପୁର ପାରାମାଉଣ୍ଡରେ ମେକାନିକ ଭାବେ କାର୍ଯ୍ୟ କରୁଥିଲେ ବୋଲି ନରେନ୍ଦ୍ର ପ୍ରକାଶ କରିଥିଲେ ।ବୈଦ୍ୟ ଅବିବାହିତ ଥିଲେ ବୋଲି ସେ ପ୍ରକାଶ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

Read More...

କଟକରେ ଖୋଲିବ ଆଉ ୨ଟି ଆହାର କେନ୍ଦ୍ର

କଟକରେ ଖୋଲିବ ଆଉ ୨ଟି ଆହାର କେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page