ଜାତୀୟ ସନ୍ତରଣକାରୀଙ୍କ ଆତ୍ମହତ୍ୟା

June 02, 2019, ଦେଶ, , Anupambharat News Bureau


ଜାତୀୟ ସନ୍ତରଣକାରୀଙ୍କ ଆତ୍ମହତ୍ୟା
Anupambharat News Bureau
June 02, 2019

ପୁନେ: ମହାରାଷ୍ଟ୍ରର ପୁନେରେ ୨୧ ବର୍ଷୀୟ ଜାତୀୟସ୍ତରର ସ୍‌ୱିମର ସାହିଲ୍‌ ଯୋଶୀ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ଅପରାହ୍ନରେ ଯେତେବେଳେ ସାହିଲଙ୍କ ମାତାପିତା ବାହାରକୁ ଯାଇଥିଲେ, ସେହି ସମୟରେ ସେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ କୌଣସି ସୁଇସାଇଡ୍‌ ନୋଟ୍‌ ନଥିବା ସ୍ଥାନୀୟ କୋଥରୁଡ୍‌ ପୁଲିସ୍‌ ପକ୍ଷରୁ କୁହାଯାଇଛି । ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ସାହିଲଙ୍କ ପିତା ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେଛ କି;ୁ ପୁଅ ଆଡୁ କୌଣସି ପ୍ରତିକ୍ରିୟା ନମିଳିବାରୁ ସାହିଲଙ୍କ ପିତା ତୁରନ୍ତ ଘରେ ପହଞ୍ଚିଥିଲେ । ସେଠାରେ ସେ ନିଜ ପୁଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେଛ ଏହା ପରେ ସେ ପୁଲିସକୁ ଖବର ଦେଇଥିଲେ । ତେବେ ସାହିଲଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଲିସର କହିବା ଅନୁଯାୟୀ, ସାହିଲ୍‌ କୌଣସି ବ୍ୟକ୍ତିଗତ କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ ସାହିଲଙ୍କ ସୁଇମିଂ କୋଚ୍‌ ମନୋଜ ଏରଣ୍ଡେ କହିଛନ୍ତି, ସାହିଲ୍‌ ଜଣେ ପ୍ରତିଭାସମ୍ପନ୍ନ ବ୍ୟାକଷ୍ଟ୍ରୋକ୍‌ ସ୍‌ୱିମର୍‌ଛ ତାଙ୍କ ପାଖରେ ପ୍ରତିଭାର କୌଣସି ଅଭାବ ନାହିଁ । ସେ ନିକଟରେ ଲିଷ୍ଟ-୯ ଚାମ୍ପିଅନଶିପରେ ଭାଗ ନେଇଥିଲେ । ଏହାଛଡ଼ା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେ ୭ଟି ସ୍‌ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି । ସାହିଲଙ୍କ ମୃତ୍ୟୁ ଆମକୁ ସ୍ତବ୍ଧ କରିଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

Read More...

ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page