ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

June 02, 2019, ଦେଶ, , Anupambharat News Bureau


ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା
Anupambharat News Bureau
June 02, 2019

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବହୁ ସଂଖ୍ୟାରେ ଜନମତ ପାଇଥିବା ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ୍‌ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ନେତା ଏବେ ମୋଦିଙ୍କ ଫ୍ୟାନ୍‌ ହୋଇଯାଇଛନ୍ତି । ଏବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ମୋଦିଙ୍କ ଦିୱାନୀ ହୋଇ ଯାଇଛନ୍ତି । ମୋଦିଙ୍କ ବ୍ୟକ୍ତିତ୍ୱରେ କ୍ୟାଟ୍ରିନା ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କ୍ୟାଟ୍ରିନା ଏଭଳି କହିଛନ୍ତି । ସାକ୍ଷାତକାର ସମୟରେ କ୍ୟାଟ୍ରିନାଙ୍କୁ କାହା ସହ ଡିନର୍‌ କରିବାକୁ ଇଚ୍ଛା ବୋଲି ପଚରା ଯାଇଥିଲା । ସେ ଏହି ସମୟରେ ମୋଦିଙ୍କ ନାଁ ନେଇଥିଲେ । ସେ କହିଥିଲେ, ମୁଁ ୩ ଜଣଙ୍କ ସହ ଡିନର କରିବାକୁ ଚାହେଁ । ସେମାନେ ହେଲେ ମ୍ୟାରୀଲିନ ମନରୋ, ନରେନ୍ଦ୍ର ମୋଦି ଜୀ ଏବଂ କଣ୍ଡୋଲିଜା ରାଇସ । ମ୍ୟାରୀଲିନ ଥିଲେ ବିଂଶ ଶତାବ୍ଦୀ ଆମେରିକାର ସବୁଠୁ ବିଖ୍ୟାତ ଫିଲ୍ମ ଅଭିନେତ୍ରୀ । ସେହିପରି କଣ୍ଡୋଲିଜା ରାଇସ୍‌ ହେଉଛନ୍ତି ଆମେରିକାର ପୂର୍ବତନ ସଚିବଛ ଏବେ କ୍ୟାଟ୍ରିନାଙ୍କ ଏଭଳି ମନ୍ତବ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ସନ୍ତରଣକାରୀଙ୍କ ଆତ୍ମହତ୍ୟା

ଜାତୀୟ ସନ୍ତରଣକାରୀଙ୍କ ଆତ୍ମହତ୍ୟା

Read More...

ମିଳିଲାନି ସହାୟତା , ହସ୍ପିଟାଲରୁ ଫେରିବାବେଳେ ବୃଦ୍ଧଙ୍କ ମୃତ୍ୟୁ

ମିଳିଲାନି ସହାୟତା , ହସ୍ପିଟାଲରୁ ଫେରିବାବେଳେ ବୃଦ୍ଧଙ୍କ ମୃତ୍ୟୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page