କେରଳ ପାଖରେ ମୌସୁମୀ, ଖେଳୁଛି ଲୁଚକାଳି

June 06, 2019, ଦେଶ, , Anupambharat News Bureau


କେରଳ ପାଖରେ ମୌସୁମୀ,  ଖେଳୁଛି ଲୁଚକାଳି
Anupambharat News Bureau
June 06, 2019

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ । କେରଳରେ ମୌସୁମୀ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ମୌସୁମୀ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି । ମୌସୁମୀର ଏଭଳି ସ୍ଥିତି ରହିଲେ ସାରା ଦେଶରେ ବର୍ଷା ବିଳମ୍ବରେ ହେବ ବୋଲି ଜଣାପଡ଼ିଛି । ସାଧାରଣ ଭାବରେ ୧୫ ଜୁନ ବେଳକୁ ମୁମ୍ବାଇରେ ମୌସୁମୀ ଛୁଇଁ ସାରିଥାଏ, କି;ୁ ଚଳିତଥର ଆହୁରି ସପ୍ତାହେ ବିଳମ୍ବ ହେବ ବୋଲି ଜଣାପଡ଼ିଛି । ପ୍ରଥମେ ଜୁନ ୬ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ଆକଳନ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏଥିରେ ବିଳମ୍ବ ହୋଇଛି । ଅନ୍ୟପଟେ ପ୍ରଚଣ୍ଡ ଖରା କାରଣରୁ ରାଜସ୍ଥାନ, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ‘ଲୁ’ ବା ଗରମ ପବନ ବହୁଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଏହି ସବୁ ରାଜ୍ୟରେ ବର୍ଷା ବିଳମ୍ବିତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିକେଙ୍କ ଶରଣରେ ଦିଦି

ପିକେଙ୍କ ଶରଣରେ ଦିଦି

Read More...

ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page