ପିକେଙ୍କ ଶରଣରେ ଦିଦି

June 06, 2019, ଦେଶ, , Anupambharat News Bureau


ପିକେଙ୍କ ଶରଣରେ ଦିଦି
Anupambharat News Bureau
June 06, 2019

କୋଲକାତା: ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ରଣନୀତି ପସ୍ତìତ କରିବା ହେଉ, କିମ୍ବା ନୀତୀଶ କୁମାର ଓ ଜଗନ ମୋହନ ରେzୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ହେଉ, ଏସବୁ ପଛରେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ଭୂମିକା ରହିଥିବା ବିଶ୍ୱାସ କରାଯାଏ । ଆଉ ଏବେ ପଶ୍ଚିମବଙ୍ଗରେ ବିଜେପିର ଦବ୍‌ଦବା ବୁଥିବାବେଳେ ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶାନ୍ତ କିଶୋର ବା ପିକେଙ୍କୁ ଭେଟିଥିବା ଏବେ ଚର୍ଚ୍ଚାରେ । ଗତ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ସଫଳତା ପରେ ମମତା ପିକେଙ୍କ ଦ୍ୱାରସ୍ଥ ହୋଇଥିବା କୁହାଯାଉଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଉଭୟଙ୍କ ମଧ୍ୟରେ ୨ ଘଣ୍ଟାର ବୈଠକ ପରେ ମମତା ପ୍ରଶାନ୍ତଙ୍କର ‘ନିର୍ବାଚନୀ ପ୍ୟାକେଜ୍‌’ ପାଇଁ ସାଇନ୍‌ ଅପ୍‌ କରିଛନ୍ତି । ସୂଚନାଯୋଗ୍ୟ ଯେ, ସଦ୍ୟସମାପ୍ତ ସାଧାରଣ ନିର୍ବାଚନ ସହ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇଥିଲା । ଆଉ ଏଠାରେ ଶାସନରେ ଥିବା ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପିକୁ ମାତ ଦେଇଛି ୱାଇଏସ୍‌ଆର କଂଗ୍ରେସ । ଦିନେ ଉପଯୁକ୍ତ ସମ୍ମାନ ନ ପାଇ କଂଗ୍ରେସ ଦଳ ଛାଡ଼ିଥିବା ଜଗନ୍‌ମୋହନ ରେzୀ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଆଉ ଏହା ପଛରେ ପ୍ରଶାନ୍ତ କିଶୋରଙ୍କ ମସ୍ତିଷ୍କ ଲାଗିଥିବା କୁହାଯାଉଛି । ୧୭୫ଟି ବିଧାନସଭା ଆସନରୁ ୧୫୦ଟିରେ ଏବଂ ୨୫ଟି ଲୋକସଭା ଆସନରେ ୱାଇଏସ୍‌ଆର କଂଗ୍ରେସ ଜିତିବା ପରେ ପ୍ରଶାନ୍ତଙ୍କ ଭାଉ ବିଛି । ତେବେ ସେ ମମତାଙ୍କୁ କଣ ପରାମର୍ଶ ଦେଇଛନ୍ତି, ତାହା ଜଣାପଡ଼ି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

Read More...

କେରଳ ପାଖରେ ମୌସୁମୀ,  ଖେଳୁଛି ଲୁଚକାଳି

କେରଳ ପାଖରେ ମୌସୁମୀ, ଖେଳୁଛି ଲୁଚକାଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page