ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ

June 06, 2019, ଦେଶ, , Anupambharat News Bureau


ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ
Anupambharat News Bureau
June 06, 2019

ଅମୃତସର: ସାଧାରଣ ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୫ଟି ଆସନରେ ହାରିବା ପରେ ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ଥିବା ମତଭେଦ ଉତ୍କଟ ହୋଇ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ମନଇଚ୍ଛା ବର୍ଷିଛନ୍ତି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ଆଜି ପଞ୍ଜାବ ସରକାର କ୍ୟାବିନେଟ୍‌ ମିଟିଂ ଡାକିଥିଲେ ମଧ୍ୟ ସିଦ୍ଧୁ ସେହି ବୈଠକରେ ଯୋଗ ଦେଇ ନାହାନ୍ତି । ଓଲଟା ସେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି କହିଛନ୍ତି, ପଞ୍ଜାବରେ ୫ଟି ଆସନରେ କଂଗ୍ରେସ ହାରିବା ପାଇଁ ପଞ୍ଜାବ କଂଗ୍ରେସର ସମସ୍ତ ନେତା ସାମୂହିକ ଭାବରେ ଦାୟୀ । ହେଲେ ଅମରିନ୍ଦର ତାଙ୍କ ଉପରକୁ ହିଁ କେବଳ ଅଙ୍ଗୁଳି ଉଠାଉଛନ୍ତି । ସେ ରାଜ୍ୟରେ ପ୍ରଚାର କରିନଥିବା ବେଳେ ତାଙ୍କର ଭୁଲ କେଉଁଠି ରହିଲା ବୋଲି ଫେସ୍‌ବୁକ ଲାଇଭରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରଶ୍ନ କରିଛନ୍ତି ନବଜୋତ । ରାଜ୍ୟରେ ନଗର ଉନ୍ନୟନ ବିଭାଗ ଦ୍ୱାରା ଭଲ ଭାବରେ କାମ ହୋଇନାହିଁ ବୋଲି ୫ ଆସନରେ କଂଗ୍ରେସ ହାରିଲା ବୋଲି ଅମରିନ୍ଦର ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଭୁଲ ବୋଲି ସିଦ୍ଧୁ କହିଛନ୍ତି । ଏହି ବିବାଦକୁ ନେଇ କି;ୁ ଏବେ ସିଦ୍ଧୁ ପଞ୍ଜାବ କଂଗ୍ରେସରେ ଏକ ଘରିକିଆ ହୋଇଯାଇଥିବା ଜଣାପଡ଼ିଛି । ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ସିଦ୍ଧୁଙ୍କ ଯୋଗଦାନ ଘଟଣାକୁ କେନ୍ଦ୍ର କରି ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ମଧ୍ୟରେ ମତଭେଦ ଓଯୁଦ୍ଧ ହୋଇଥିଲା । ତାପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବେଳେ ଦେଶର ସେନାଙ୍କ ଉପରେ ସିଦ୍ଧୁ ପ୍ରଶ୍ନ ଉଠାଇବାକୁ ନେଇ ମତଭେଦ ଅଧିକ ଶାଣିତ ହୋଇଥିଲା । ଏହାପରେ ଲୋକସଭା ନିର୍ବାଚନ ବେଳେ ସିଦ୍ଧୁଙ୍କ ପତ୍ନୀ ତଥା ପୂର୍ବତନ ବିଜେପି ବିଧାୟକଙ୍କୁ କଂଗ୍ରେସ ଦଳ ଅମୃତସର ଆସନ ପାଇଁ ଟିକେଟ୍‌ ନଦେବାକୁ ନେଇ ସିଦ୍ଧୁ ଦମ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଇଥିଲେ । ଏହାପରଠାରୁ ବିବାଦ ତେଜିବାରେ ଲାଗିଛି । ଦୁଇ ନେତାଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ବିଭାଗ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏ କ୍ଷେତ୍ରରେ ଚୂଡାନ୍ତ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହାତରେ ରହିଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଦ ଓ ଡ୍ରଗ୍ସ ନିଶା

ମଦ ଓ ଡ୍ରଗ୍ସ ନିଶା

Read More...

ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page