ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

June 06, 2019, ଦେଶ, , Anupambharat News Bureau


ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ
Anupambharat News Bureau
June 06, 2019

ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇପଡ଼ିଥିବା ଭଳି ମନେ ହେଉଛି । ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି । ଏପରି କି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପରେ ସେ ୨ ନଂ କ୍ୟାବିନେଟ୍‌ ମନ୍ତ୍ରୀ । ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦି-୨ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜନାଥଙ୍କ ବଦଳରେ ଶାହଙ୍କ ଉପରେ ବେଶୀ ଭରସା ଓ ବିଶ୍ୱାସ କରୁଥିବା ମନେ ହେଉଛି । ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ନିଜ ଅଧ୍ୟକ୍ଷତାରେ ୮ଟି କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି । ହେଲେ ମୋଦି ନିଜେ ୬ଟି କମିଟିରେ ଥିବା ବେଳେ ରାଜନାଥ ମାତ୍ର ୨ଟି କମିଟିର ସଦସ୍ୟ ଅଛନ୍ତି । ଅନ୍ୟପକ୍ଷରେ ଶାହ ସମସ୍ତ ୮ଟି ଯାକ କ୍ୟାବିନେଟ୍‌ କମିଟିରେ ସଦସ୍ୟ ରହିଛନ୍ତି । ଏପରି କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭ଟି କମିଟିର ସଦସ୍ୟ ରହିଥିବା ବେଳେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ୫ଟି କମିଟିରେ ରହିଛନ୍ତି । ରାଜନାଥ ସିଂହଙ୍କୁ ଅର୍ଥନୀତିକ ବ୍ୟାପାର ଓ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟିରେ ରଖା ଯାଇଛି । ରାଜନୀତି ବ୍ୟାପାର କମିଟି, ଯାହା ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ, ସେଥିରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ବାଦ୍‌ ଦିଆଯାଇଛି । ଏହି କମିଟିରେ ଅମିତ ଶାହ, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ, ନରେନ୍ଦ୍ର ତୋମାର, ରବିଶଙ୍କର ପ୍ରସାଦ, ଡା. ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ରାମ ବିଲାସ ପାଶ୍ୱାନ, ହର୍ସିମିରତ କୌର ବାଦଲ ଓ ଅରବିନ୍ଦ ସାୱନ୍ତ ରହିଛନ୍ତି । ରାଜନାଥ ଏହି କମିଟିରେ ରହିବା ଏକ ପ୍ରକାର ଅପରିହାର୍ଯ୍ୟ । କାରଣ ସେ, କ୍ୟାବିନେଟ୍‌ର ଦ୍ୱିତୀୟ ପାୱର୍‌ଫୁଲ ମନ୍ତ୍ରୀ ଓ ଏଥିପାଇଁ ସେ ମୋଦିଙ୍କ ପରେ ଶପଥ ନେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ଦ୍ୱିତୀୟ ପାୱରଫୁଲ୍‌ ମନ୍ତ୍ରୀ ହିଁ ରାଜନୀତିକ ବ୍ୟାପାର କମିଟି ଏବଂ କ୍ୟାବିନେଟ୍‌ କମିଟିର ମୁଖ୍ୟ ହୋଇଥାଏ । ମୋଦି-୧ ସରକାରରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ରାଜନୀତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ସଦସ୍ୟ ରହିଥିଲେ । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ରହିଛନ୍ତି । ଅର୍ଥନୀତିକ ବ୍ୟାପାର କମିଟିର ଅଧ୍ୟକ୍ଷ ମୋଦି ରହିଛନ୍ତି । ଏହି କମିଟିରେ ଅମିତ ଶାହ, ରାଜନାଥ ସିଂହ, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ, ପୀୟୂଷ ଗୋଏଲ, ଡିଭି ସଦାନନ୍ଦ ଗୌଡ଼ା, ନରେନ୍ଦ୍ର ତୋମାର, ରବି ଶଙ୍କର ପ୍ରସାଦ, ଏସ୍‌ ଜୟଶଙ୍କର, ହର୍ସିମିରତ କୌର ବାଦଲ ଓ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି । ସଂସଦୀୟ ବ୍ୟାପାର କମିଟିରେ ଅମିତ ଶାହ, ନିର୍ମଳା ସୀତାରମଣ, ନରେନ୍ଦ୍ର ତୋମାର, ରବିଶଙ୍କର ପ୍ରସାଦ, ରାମ ବିଲାସ ପାଶ୍ୱାନ, ଥୱର ଚାନ୍ଦ ଗେହଲଟ, ପ୍ରକାଶ ଜାଭଡେକର ଓ ପ୍ରହ୍ଲାଦ ଯୋଶୀ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ୍‌ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ ଓ ଏସ୍‌ ଜୟଶଙ୍କର ସାମିଲ ଅଛନ୍ତି । ନିବେଶ, ଅଭିବୃଦ୍ଧି ଓ କର୍ମନିଯୁକ୍ତି କ୍ୟାବିନେଟ୍‌ରେ ମୋଦି ନିଜେ ଅଧ୍ୟକ୍ଷତା କରିବେ । ଏହି ୫ ଜଣିଆ କମିଟିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ରହିଛନ୍ତି । ସେହିପରି ଦକ୍ଷତା ବିକାଶ ଓ କର୍ମନିଯୁକ୍ତି ପାଇଁ ମୋଦି ୧୦ ଜଣିଆ କମିଟି ଗଠନ କରିଛନ୍ତି । ଏଥିରେ ଶାହ, ସୀତାରମଣ, ଗୋଏଲ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଶ୍ରମ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ ହାଉସିଂ ଓ ସହର ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ

Read More...

ପିକେଙ୍କ ଶରଣରେ ଦିଦି

ପିକେଙ୍କ ଶରଣରେ ଦିଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page