ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ, ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

June 07, 2019, ଓଡ଼ିଶା, , Anupambharat News Bureau


ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ,   ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ
Anupambharat News Bureau
June 07, 2019

ସାଲେପୁର,୭ ।୬ (ଅନୁପମ ମିଡିଆ): ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ ବାକିଥିବାବେଳେ ଫନି ଜନିତ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ବିଦ୍ୟାଳୟର ଅଦ୍ୟାବଧି ମରାମତି ହୋଇନଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ନେଇ ଅନିଶ୍ଚିତତା ଦେଖାଦେଇଛି । ପ୍ରକାଶ ଯେ ସାଲେପୁର ବ୍ଲକ୍‌ରେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ମୋଟ୍‌ ୨ଶହ ୭ଟି ବିଦ୍ୟାଳୟ ଥିବାବେଳେ ସେଥିମଧ୍ୟରୁ ଫନି ଜନିତ ବାତ୍ୟାରେ ୧୦୨ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ୪୪ଟି ବିଦ୍ୟାଳୟ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୮ଟି ବିଦ୍ୟାଳୟ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୨ଟି ବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓ ସର୍ବଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ବାତ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଶ୍ରେଣୀଗୃହ ଗୁଡିକର ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଫଳରେ ବିଦ୍ୟାଳୟ ଖୋଲିବାକୁ ଆଉ ୧୦ଦିନ ବାକିଥିବାବେଳେ ଏହି ଶ୍ରେଣୀଗୃହ ଗୁଡିକ ଅଦ୍ୟାବଧି ମରାମତି ନହେବାରୁ ପିଲାମାନଙ୍କ ପାଠପଢ଼ାରେ ଅନିଶ୍ଚିତତା ଦେଖାଯାଇଛି । ସାଲେପୁର ବ୍ଲକ୍‌ର ପିକୋଳ ପ୍ରାଥମିକ ବିଦ୍ୟାଳୟ, ଗୋଠଦା ପ୍ରାଥମିକ ବିଦ୍ୟାଳୟ, ଶାରଦା ନୋଡ଼ାଲ ଅପର ପ୍ରାଇମେରୀ ସ୍କୁଲ, ଛୋଟିପଡ଼ା ପ୍ରାଥମିକ ବିଦ୍ୟାଳୟ, ସିଂଙ୍ଗମାପୁର ପ୍ରାଥମିକ, ପ୍ରଧାନପଡ଼ା ଗୋପିନାଥପୁର ନୋଡ଼ାଲ ସ୍କୁଲ, ଭୈରପୁର ଅପର ପ୍ରାଇମେରୀ, ଜାଗୁଳାଇ ବାଳିକା ବିଦ୍ୟାଳୟ ପିକୋଳର ଶ୍ରେଣୀଗୃହ ଗୁଡିକ ଫନି ବାତ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିଦ୍ୟାଳୟ ଖୋଲିବା ପୂର୍ବରୁ ଏହି ବିଦ୍ୟାଳୟ ଗୁଡିକର ଶ୍ରେଣୀଗୃହକୁ ମରାମତି କରିବାପାଇଁ ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ମରାମତି ହୋଇନାହିଁ । ସେହିପରି ଏହି ବ୍ଲକ୍‌ର ୪୪ଟି ବିଦ୍ୟାଳୟ ଶ୍ରେଣୀଗୃହ ଗୁଡିକର ଆଜ୍‌ବେଷ୍ଟସ ଉଡିଯାଇଥିବାରୁ ଆଗକୁ ବର୍ଷାଋତୁ ଆସୁଥିବାରୁ ଏହିସବୁ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନେ ବସି ପାଠପଢ଼ିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଯଦି ଶିକ୍ଷା ବିଭାଗ ପକ୍ଷରୁ ସାଲେପୁର ବ୍ଲକ୍‌ରେ ଫନି ଜନିତ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟାଳୟ ଗୁଡିକର ତୁରନ୍ତ ମରାମତି କରାନଯାଏ, ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ଉପୁଜିବ । ଏଣୁ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦେଇ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟାଳୟ ଗୁଡିକର ତୁରନ୍ତ ମରାମତି କରିବାପାଇଁ ସାଧାରଣରେ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

Read More...

ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page